ବିପଦରେ ମହାରାଷ୍ଟ୍ର ସରକାର, ବଞ୍ଚିବାର ସବୁ ରାସ୍ତା ବନ୍ଦ !
Advertisement

ବିପଦରେ ମହାରାଷ୍ଟ୍ର ସରକାର, ବଞ୍ଚିବାର ସବୁ ରାସ୍ତା ବନ୍ଦ !

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଏହି ମାମଲାର କେନ୍ଦ୍ରୀୟ ତଦନ୍ତ ଦାବି ମଧ୍ୟ ଉଠିଥିଲା । ଗତକାଲି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ଅନ୍ୟ ବିଜେପି ସଭ୍ୟ ମାନେ ଏହି ପ୍ରସଙ୍ଗ ଉଠାଇବାକୁ ଅଡ଼ି ବସିଥିଲେ ।

ବିପଦରେ ମହାରାଷ୍ଟ୍ର ସରକାର, ବଞ୍ଚିବାର ସବୁ ରାସ୍ତା ବନ୍ଦ !

ମୁମ୍ବାଇ: ସାରାଦେଶରେ ଏବେ ଚର୍ଚ୍ଚାର ମହାରାଷ୍ଟ୍ର ରାଜନୀତି । ମନସୁଖ ହିରେନଙ୍କ ମୃତ୍ୟୁ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ  ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗକୁ ନେଇ ଏବେ ସଂସଦରେ ବି ଦେଖିବାକୁ ମିଳିଛି ଝଡ଼ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଏହି ମାମଲାର କେନ୍ଦ୍ରୀୟ ତଦନ୍ତ ଦାବି ମଧ୍ୟ ଉଠିଥିଲା । ଗତକାଲି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ଅନ୍ୟ ବିଜେପି ସଭ୍ୟ ମାନେ ଏହି ପ୍ରସଙ୍ଗ ଉଠାଇବାକୁ ଅଡ଼ି ବସିଥିଲେ । ହେଲେ ଏ ସମ୍ପର୍କରେ କୌଣସି ବିବୃତି ଦେବାକୁ ଅଧ୍ୟକ୍ଷ୍ୟ ଅନୁମତି ଦେଇନଥିଲେ । 

Antilia Case ରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ  ପରଠାରୁ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି। ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଦେଇଥିବା ଚିଠିରେ ଅନୀଲ ଦେଶମୁଖ ମାସକୁ ଶହେ କୋଟି ଟଙ୍କା ମାଗୁଥିବା ଅଭିଯୋଗ ପରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି। ପରମବୀର ସିଂହଙ୍କ ଅଭିଯୋଗର ସିବିଆଇ ତଦନ୍ତ କରାଇବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏପଟେ ଅନୀଲଙ୍କ ସପକ୍ଷରେ ମତ ଦେବା ସହ ଯାଞ୍ଚକୁ ପ୍ରଭାବିତ କରିବା ପାଇଁ ବିଜେପି ପ୍ରୟାସ କରୁଥିବା ପାଲଟା ଅଭିଯୋଗ କରିଛନ୍ତି ଏନସିପି ଅଧ୍ୟକ୍ଷ ଶରଦ ପାୱାର । 

Also Read: ବସ୍- ଅଟୋ ମୁହାଁମୁହିଁ ଧକ୍କା , ୧୩ ଜଣଙ୍କ ମୃତ୍ୟୁ

ଅନୀଲ ଦେଶମୁଖ ୧୫ ଫେବ୍ରୁଆରୀରେ କୋରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଥିଲେ ବୋଲି ଶରଦ ପାୱାର (Sharad Pawer) କହିଛନ୍ତି। କିନ୍ତୁ ସେହିଦିନ ରାଜ୍ୟ ଗୃହମନ୍ତ୍ରୀ ପ୍ରେସ କନଫରେନ୍ସ କରିଥିବା ଭିଡିଓ ବିଜେପି ସୋସିଆଲ ମିଡିଆରେ ସେୟାର କରି ପାୱାରଙ୍କ ଦାବିକୁ ଖଣ୍ଡନ କରିଛି। ଏହା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ଦାବି କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଏହି ଖବରକୁ ନେଇ ବାରମ୍ବାର ଶାସକ ଦଳ ଅର୍ଥାତ୍ ମହା ବିକାଶ ଅଘାଡି ମେଣ୍ଟର ନେତା ମାନଙ୍କ ବୟାନ ବାରମ୍ବାର ବଦଳିବାରେ ଲାଗିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ୧୦ ଦାବି ରଖିଛନ୍ତି :-

1.ଫଡନାଭିସ୍ କହିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମିଛ ତଥ୍ୟ ଦିଆଯାଇଛି ।

2. ସେ କହିଛନ୍ତି ଯେ, ଅନିଲ ଦେଶମୁଖ ୧୫ ରୁ ୨୭ ଫେବୃଆରୀ ମଧ୍ୟରେ ଆଇସୋଲଟେ ନଥିଲେ ବରଂ କିଛି ଅଧିକାରୀଙ୍କୁ ଭେଟିଛନ୍ତି ମଧ୍ୟ ।

3. ମହାରାଷ୍ଟ୍ର ପ୍ରସଙ୍ଗରେ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ୧୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗ ସଙ୍ଗୀନ ଅଭିଯୋଗ। ଦେଶମୁଖଙ୍କ ସପକ୍ଷରେ ଶରଦ ପୱାର ଦେଇଥିବା ମନ୍ତବ୍ୟ ମିଥ୍ୟା । ସେ କହିଛନ୍ତି ଯେ ଏହି ମାମଲାରେ ସେ ଗୃହ ସଚିବଙ୍କୁ ଦସ୍ତାବିଜ୍ ହସ୍ତାନ୍ତର କରିବେ। ଏହା ସହିତ ସେ ଟ୍ରାନ୍ସଫର ପୋଷ୍ଟିଂ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

4-ଫଡନାଭିସ କହିଛନ୍ତି ଯେ, ଅନିଲ ଦେଶମୁଖ ୧୫ ତାରିଖରେ ନାଗପୁର ଆସିଥିଲେ, ତାଙ୍କ ଚଳପ୍ରଚଳର ସମସ୍ତ ତଥ୍ୟ ମଧ୍ୟ ପୋଲିସ ପାଖରେ ରହିଛି।

5-ଫଡନାଭିସ କହିଛନ୍ତି ଯେ,  ୧୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗ ସଙ୍ଗୀନ ଅଭିଯୋଗ। ଏହାର CBI ତଦନ୍ତ କରାଯିବା ଦରକାର ।

6-Antila ସାମ୍ନାରୁ ଗାଡ଼ି ମିଳିଲା, ସଚିନ ବାଜେ ଗିରଫ ହେଲେ ଓ ଅନ୍ୟ ସମସ୍ତ ତଥ୍ୟ ସାମ୍ନାକୁ ଆସିଲା ।

7- ଏହାରି ମଧ୍ୟରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର  ଏକ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ଯେ, ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରତି ମାସରେ ୧୦୦ କୋଟି ଦାବି କରିଥିଲେ ହେଲେ ଉଦ୍ଧବ ଠାକରେ କିଛି ବି ପ୍ରତିକ୍ରିୟା ଦେଇନଥିଲେ । 

8- ସେପେଟ ଏ କଥା ବି କହିଛନ୍ତି ଯେ, ଶରଦ ପାୱାର ପରମବୀରଙ୍କ ଦାବିକୁ ମିଥ୍ୟା ବୋଲି କହି ଗୃହମନ୍ତ୍ରୀ ଅନିଲ ଦେଶମୁଖକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ।

9-୧୫ରେ ସେ ପ୍ରାଇଭେଟ ଜେଟରେ ମୁମ୍ବାଇ ଆସିଥିଲେ । ମାତ୍ର ପୋଲିସ ବିଭାଗର ଦସ୍ତାବିଜ ମୁତାବକ, ୧୭ ଫେବ୍ରୁଆରୀରେ ଗୃହମନ୍ତ୍ରୀ ୩ ଟା ବେଳେ ସହ୍ରୋଦ୍ରୀ ଯିବେ ଓ  ୨୪ ରେ ମନ୍ତ୍ରାଳୟ ଯିବେ ।

10- ଫଡନାଭିସ କହିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସତ କଥା କୁହାଯାଇନାହିଁ । ତାଙ୍କ ମୁହଁରୁ ମିଛ ତଥ୍ୟ ବାହାର କରାଯାଇଛି ।