ମୋଦିଙ୍କ ଆର୍ଥିକ ପ୍ୟାକେଜ: ଆଜିର ଘୋଷଣାର ୧୦ଟି ଖାସ୍ କଥା
Advertisement
Article Detail0/zeeodisha/odisha681288

ମୋଦିଙ୍କ ଆର୍ଥିକ ପ୍ୟାକେଜ: ଆଜିର ଘୋଷଣାର ୧୦ଟି ଖାସ୍ କଥା

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ପ୍ରବାସୀମାନଙ୍କୁ ସୁଲଭ ମୂଲ୍ୟରେ ଭଡା ଘର ଯୋଗାଇ ଦିଆଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋରୋନା ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହି ପ୍ୟାକେଜର ସଂପୂର୍ଣ୍ଣ ବିବରଣୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଉଛନ୍ତି । ଆଜି(ଗୁରୁବାର) ଦ୍ୱିତୀୟ ଥର ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ ସେ । ଆଜି ସେ କୃଷକ, ପ୍ରବାସୀ ଶ୍ରମିକ ଓ ମହିଳାମାନଙ୍କୁ ଦିଆଯାଇଥିବା ରିହାତି ବିଷୟରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ସମୟ ମଧ୍ୟରେ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ଗୁରୁବାର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ରିଲିଫ୍ ଓ ସୁବିଧା ସହ ଜଡ଼ିତ ୧୦ଟି ଖାସ୍ କଥା…

୧. ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ପ୍ରବାସୀମାନଙ୍କୁ ସୁଲଭ ମୂଲ୍ୟରେ ଭଡା ଘର ଯୋଗାଇ ଦିଆଯିବ ।

୨. ୨୫ ଲକ୍ଷ ନୂତନ କିସାନ କ୍ରେଡିଟ କାର୍ଡଧାରୀଙ୍କୁ ୨୫,୦୦୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି ବୋଲି ଅର୍ଥ ମନ୍ତ୍ରୀ ସୂଚନା ଦେଇଛନ୍ତି ।

୩. ରିଲିଫ ପ୍ୟାକେଜର ଦ୍ୱିତୀୟ କିସ୍ତି ପ୍ରକାଶ କରିବାବେଳେ ନିର୍ମଳା ସୀତାରମଣ କହିଛନ୍ତି ଯେ, ୩ କୋଟି କ୍ଷୁଦ୍ର ଚାଷୀ କମ୍ ସୁଧ ହାରରେ ୪ ଲକ୍ଷ କୋଟି ଟଙ୍କାର ଋଣ ନେଇସାରିଛନ୍ତି ।

୪. ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ୨୩ଟି ରାଜ୍ୟରୁ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ(ୱାନ ନେସନ-ୱାନ ରାସନ କାର୍ଡ) ବ୍ୟବସ୍ଥା ଲାଗୁ ହେବ । ଏହି ଯୋଜନା ଅଗଷ୍ଟ ମାସରେ ଲାଗୁ କରାଯିବ ।

୫. ପ୍ରବାସୀ ଶ୍ରମିକମାନେ ୨ ମାସ ପାଇଁ ମାଗଣା ରାସନ ପାଇବେ । ବିଭିନ୍ନ ରାଜ୍ୟରେ ଉପସ୍ଥିତ ପ୍ରବାସୀ ଶ୍ରମିକ, ଯେଉଁମାନେ NFSA କିମ୍ବା ଷ୍ଟେଟ କାର୍ଡ ଧାରକ ନୁହଁନ୍ତି । ସେମାନଙ୍କୁ ପ୍ରତି ବ୍ୟକ୍ତି ହିସାବରେ ୫ କିଲୋଗ୍ରାମ ଚାଉଳ-ଗହମ ଓ ଗୋଟିଏ କିଲୋଗ୍ରାମ ଡାଲି ଯୋଗାଇ ଦିଆଯିବ ।

୬. ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଶ୍ରମିକମାନଙ୍କୁ ରାସନ ଦେବା ପାଇଁ ୩,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ପୁରା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ।

୭. ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୋରୋନା ଭାଇରସ ସମୟରେ କୃଷି କ୍ଷେତ୍ର ପାଇଁ ୬୩ ଲକ୍ଷ ଋଣ ମଞ୍ଜୁର ହୋଇଛି । ଯାହାର ପରିମାଣ ୮୬,୬୦୦ କୋଟି ଟଙ୍କା ହେବ । ମାର୍ଚ୍ଚ ୧ ରୁ ଏପ୍ରିଲ ୩୦, ୨୦୨୦ ମଧ୍ୟରେ କୃଷି ପାଇଁ ୮୬,୦୦୦ କୋଟି ଟଙ୍କାର ଋଣ ୬୩ ଲକ୍ଷ ଚାଷୀଙ୍କ ପାଇଁ ଅନୁମୋଦନ କରାଯାଇଥିଲା ।

୮. ରାସ୍ତା କଡ଼ରେ ଥିବା ଠେଲା ଦୋକାନ ପାଇଁ ଏକ ମାସ ମଧ୍ୟରେ ଏକ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ ହେବ । ଏପରି ୫୦ ଲକ୍ଷ ଲୋକଙ୍କ ପାଇଁ ୫,୦୦୦ କୋଟି ଟଙ୍କାର ପ୍ରାବଧାନ କରାଯିବ ।

୯. ସର୍ବନିମ୍ନ ମଜୁରୀ ଭେଦଭାବକୁ ଶେଷ 0କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି । ଆମେ ଏହାର ଅସଙ୍ଗତିକୁ ହଟାଇବୁ ।

୧୦. ପ୍ରବାସୀଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDR ପାଣ୍ଠି) ବ୍ୟବହାର କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାର SDRF ପାଇଁ ୧୧,୦୦୨ କୋଟି ଟଙ୍କା ଜାରି କରିଛନ୍ତି ।

;