• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ଆଜି ଭାରତ ବନ୍ଦ
  • ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟ ସଂଗଠନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ
  • ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ଆଜି ଜିଏସଟି ପରିଷଦ ବୈଠକ: ଲୋଭନୀୟ ହୋଇପାରେ କ୍ଷତିପୂରଣ ଭରଣ

ଆଜି ବସିବ ଜିଏସଟି ପରିଷଦର ଗୁରୁତ୍ୱପୂରଣ ବୈଠକ । କ୍ଷତି ପୂରଣକୁ ନେଇ ମୁହାଁମୁହିଁ ହୋଇପାରନ୍ତି କେନ୍ଦ୍ର ଓ ରାଜ୍ୟ । ସେପଟେ ପୂର୍ବରୁ ଦିଆଯାଇଥିବା ବିକଳ୍ପକୁ ଲୋଭନୀୟ କରାଯାଇଥିବା ସୂତ୍ରରୁ ଜଣା ପଡିଛି ।

ଆଜି ଜିଏସଟି ପରିଷଦ ବୈଠକ: ଲୋଭନୀୟ ହୋଇପାରେ କ୍ଷତିପୂରଣ ଭରଣ

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ବହୁଳ ଭବେ ପ୍ରଭାବିତ କରିଛି ମହାମାରୀ କୋରୋନା । ବାରମ୍ବାର ଲକଡାଇନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜସ୍ୱ ହାନୀ ହୋଇଛି । ଆଉ ରାଜ୍ୟଗୁଡିକର ବୋଝ ଉପରେ ନଳୀତା ବିଡା ସାଜିଛି ଜିଏସଟି । ଏହାର ସମାଧାନ ପାଇଁ ଆଜି ଜିଏସଟି ପରିଷଦ ବୈଠକ ବସିବ ।

୨୦୧୭ ଜୁଲାଇ ପହିଲା ମଧ୍ୟରାତିରେ ପ୍ରଧାନମନ୍ତ୍ରୀ ମୋଦି ଜିଏସଟି ଲାଗୁ କରିଥିଲେ । ପ୍ରଥମେ ପ୍ରଥମେ କିଛି ରାଜ୍ୟ ଏହାକୁ ବିରୋଧ କରୁଥିବା ବେଳେ ପରବର୍ତ୍ତୀ ସମୟରେ କିଛି ଚୁକ୍ତି ପରେ ଗ୍ରହଣ କଲେ । କୌଣସି ବିପର୍ଯ୍ୟୟ ବେଳେ ରାଜ୍ୟ ଯଦି ଉପଯୁକ୍ତ ଜିଏସଟି ଆଦାୟ କରିନପାରେ ତେବେ ତାକୁ କେନ୍ଦ୍ର କ୍ଷତିପୂରଣ ଦେବ ।

 ମହାମାରୀ ପାଇଁ ଅନେକ ରାଜ୍ୟରେ ଆର୍ଥିକ ବିପର୍ଯ୍ୟୟ ଦେଖାଦେଇଛି । ବାଣିଜ୍ୟ ବ୍ୟବସାୟ ଏକ ପ୍ରକାରର ଠପ ଥିବା ବେଳେ ଜିଏସଟି ଆଦାୟ କମିଛି । ଆଉ ଏହି ସମୟରେ ନିଜର ଦାୟୀତ୍ୱରୁ ମୁହଁ ଫେରାଇ ନେଇଛନ୍ତି ମୋଦି ସରକାର । ରାଜ୍ୟ ଗୁଡିକ ଭଳି କେନ୍ଦ୍ରର ଆବସ୍ଥା ସମାନ ତେଣୁ କ୍ଷତିପୂରଣ ଦେବା ସମ୍ଭବ ହେବନାହିଁ ବୋଲି ସରକାର କହିଥିଲେ । 

କିନ୍ତୁ ଜିଏସିଟି କ୍ଷତିପୂରଣ ଭରଣ ପାଇଁ ରାଜ୍ୟଙ୍କୁ ୨ଟି ବିକଳ୍ପ ଦିଆଯାଇଥିଲା । ପ୍ରଥମଟି ହେଲା ବିନା ରୋଲବୁକରେ ରାଜ୍ୟଗୁଡିକ ୯୭ ହଜାର କୋଟି ପର୍ଯ୍ୟନ୍ତ ଋଣ ନେଇ ପାରିବେ । ଆଉ କେନ୍ଦ୍ର ସେସ ରାଶି ହସ୍ତାନ୍ତର ପରେ ସେହି ଟଙ୍କାକୁ ସୁଝିବେ । ସେହିପରି ଦ୍ୱିତୀୟରେ ଯଦି ରାଜ୍ୟ ଚାହିଁଲେ ୨ ଲକ୍ଷ ୩୭ ହଜାର କୋଟି ଟଙା ପର୍ଯ୍ୟନ୍ତ ନେବେ । କିନ୍ତୁ ଏହା ଋଣ ଖାତାରେ ପ୍ରଦର୍ଶିତ ହେବା ସହ ନିଜ ହାତରୁ ମୂଳଧନ ଓ ସୁଧ ପରିଶୋଧ କରିବାକୁ ପଡିବ ।

କେନ୍ଦ୍ରର ଉଭୟ ବିକଳ୍ପରେ ଅନେକ ରାଜ୍ୟ ରାଜି ହେଉ ନାହାନ୍ତି । ଯେଉଁଥିପାଇଁ ଆଜିର ଜିଏସଟି ପରିଷଦ ବୈଠକରେ ରାଜ୍ୟଗୁଡିକୁ କେନ୍ଦ୍ର ଅଧିକ ଲୋଭନୀୟ ଅଫର ଦେଇପାରେ । ବିକଳ୍ପ ଗୁଡିକର ଋଣ ରାଶି ବଢିବା ସହ କିଛି ନିୟମକୁ କୋହଳ କରାଯାଇପାରେ । ସେପଟେ ଜିଏସଟି କ୍ଷତିପୂରଣ ବାବଦକୁ କରାଯାଇଥିବା ଋଣ କେନ୍ଦ୍ର ପରିଶୋଧ କରୁ ବୋଲି ରାଜ୍ୟ ଗୁଡିକ ଦାବି କରିଛନ୍ତି ।