• କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ।
  • ବୁଧବାର ଭୋର ସମୟରେ ଦେହାନ୍ତ ସୂଚନା ।
  • ଟ୍ୱିଟ କରି ପୁଅ ଫୈଜଲ ଦେଲେ ସୂଚନା II
  • ଓଡ଼ିଶାରେ ଦ୍ୱିତୀୟ ଏମସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମସ ପାଇଁ ରାଜ୍ୟର ପ୍ରସ୍ତାବ II
  • କଟକ ସିଡ଼ିଏ ଗାଙ୍ଗୁଲି ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।
  • ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହାତୀପଲ । ରାତିରେ ପାଚେରୀ ଭାଙ୍ଗି ପ୍ରବେଶ ସୂଚନା II

ବ୍ରାହ୍ମଣ ସମାଜକୁ ଖୁସ କରିବା ପାଇଁ 'ମାୟା'ଙ୍କ ନୂଆ ପ୍ଲାନ

ମାୟାବତୀ ଟ୍ୱିଟ କରି କହିଛନ୍ତି, ବହୁଜନ ସମାଜ ପାର୍ଟି ସରକାର ଉତ୍ତର ପ୍ରଦେଶରେ ଆସିଲେ ଭଗବାନ ପର୍ଶୁରାମଙ୍କ ବିଶାଳ ପ୍ରତିମୂର୍ତ୍ତି ହେବ ।

ବ୍ରାହ୍ମଣ ସମାଜକୁ ଖୁସ କରିବା ପାଇଁ 'ମାୟା'ଙ୍କ ନୂଆ ପ୍ଲାନ
ଫାଇଲ ଫଟୋ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି(BSP) ସରକାର ଆସିଲେ ହେବ ଭଗବାନ ପର୍ଶୁରାମଙ୍କ ବିଶାଳ ପ୍ରତିମୂର୍ତ୍ତି । ଏକଥା ଅନ୍ୟ କେହି ନୁହେଁ, ବିଏସପି ସୁପ୍ରିମୋ ମାୟାବତୀ (Mayawati) କହିଛନ୍ତି । ବ୍ରାହ୍ମଣ ସମାଜର ଆସ୍ଥାକୁ ବିଶେଷ ଧ୍ୟାନ ରଖି ସେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେବେ ବିଏସପି ସୁପ୍ରିମୋଙ୍କ ଏହି ପ୍ରତିଶ୍ରୁତି ବ୍ରାହ୍ମଣ ସମାଜକୁ ନିଜ ଆଡ଼କୁ ଟାଣିବା ପାଇଁ ବୋଲି ଆଲୋଚନା ହେଉଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ମାୟାବତୀଙ୍କ ଏହି ଫର୍ମୁଲା ଆଗକୁ କେତେ କାମରେ ଆସିବ, ସେନେଇ ଏବେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । 

ମାୟାବତୀ ଟ୍ୱିଟ କରି କହିଛନ୍ତି, ବହୁଜନ ସମାଜ ପାର୍ଟି ସରକାର ଉତ୍ତର ପ୍ରଦେଶରେ ଆସିଲେ ଭଗବାନ ପର୍ଶୁରାମଙ୍କ ବିଶାଳ ପ୍ରତିମୂର୍ତ୍ତି ହେବ । ଉତ୍ତର ପ୍ରଦେଶରେ ବ୍ରାହ୍ମଣ ସାମାଜର ଆସ୍ଥା ଏବଂ ସ୍ୱାଭିମାନର ପ୍ରତୀକ ଭାବେ ସେ ଶ୍ରୀ ପର୍ଶୁରାମଙ୍କୁ ଅଭିହିତ କରିଛନ୍ତି । ସେହିପରି ଅନ୍ୟ ସମସ୍ତ ଜାତି ଏବଂ ଧର୍ମର ସନ୍ଥ, ଗୁରୁ ଏବଂ ମହାପୁରୁଷଙ୍କ ନାଁରେ ମଧ୍ୟ ବହୁତ ସଂଖ୍ୟାରେ ଡାକ୍ତରଖାନା ଏବଂ କମ୍ୟୁନିଟି ସେଣ୍ଟର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମାୟାବତୀ । 

ସେହିପରି ସମାଜବାଦୀ ପାର୍ଟି(SP)କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଏସପି ସୁପ୍ରିମୋ । ମାୟାବତୀ କହିଛନ୍ତି, ସମାଜବାଦୀ ପାର୍ଟି ପକ୍ଷରୁ ଶ୍ରୀ ପର୍ଶୁରାମଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିବା ନେଇ ଦିଆଯାଇଥିବା ପ୍ରତିଶ୍ରୁତି କେବଳ ଏକ ନିର୍ବାଚନୀ ସ୍ୱାର୍ଥ । ହେଲେ ବିଏସପିର କଥା ଉପରେ ବ୍ରାହ୍ମଣ ସମାଜର ପୂର୍ଣ୍ଣ ଭରସା ରହିଛି । ବିଏସପି ସରକାର ଗଢ଼ିଲେ, ଦେଇଥିବା ପ୍ରତିଶ୍ରୁତି ନିଶ୍ଚୟ ପୁରଣ କରିବ ।  

ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମାୟାବତୀ । ବିଏସପି ସୁପ୍ରିମୋଙ୍କ କହିବା କଥା ଏହା ଯେ, ଏହି ପ୍ରସଙ୍ଗରେ ବହୁତ ରାଜନୀତି କରାଯାଉଛି । ଯାହା କେବେବି ଉଚିତ ନୁହେଁ । କାହିଁକିନା ଏହି ମାମଲା ଲୋକଙ୍କ ଧାର୍ମିକ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ।