• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ସର୍ବାଧିକ ଦରମା ପାଉଥିବା CEO ଥିଲେ ‘ମସାଲା କିଙ୍ଗ’!

ଗତ ଆର୍ଥିକ ବର୍ଷରେ ଧରମାପାଲ ଗୁଲାଟିଙ୍କ ଦରମା ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଥିଲା। ତାଙ୍କ କମ୍ପାନୀ  ମହାଶିଆନ ଦି ହାତ୍ତି ବା MDHର ରାଜସ୍ୱ ୧୫ ପ୍ରତିଶତ ବଢି ୯୨୪ କୋଟିକୁ ପହଞ୍ଚିଥିଲା। ତେବେ ଏଥିରେ କମ୍ପାନୀ ମୋଟ ୨୪ ପ୍ରତିଶତ ଲାଭ ହୋଇଛି। 

 ସର୍ବାଧିକ ଦରମା ପାଉଥିବା CEO ଥିଲେ ‘ମସାଲା କିଙ୍ଗ’!
ମସାଲା କିଙ୍ଗ

ନୂଆଦିଲ୍ଲୀ: 'ଅସଲି ମାସଲେ ସାଚ୍ ସାଚ୍' MDH ବିଜ୍ଞାପନରେ ଅଭିନୟ କରୁଥିବା ୯୮ ବର୍ଷୀୟ ଧରମପାଲ ଗୁଲାଟି ସବୁ ପିଢି ସହିତ ସମକକ୍ଷ ଥିଲେ।  ସେ ଆଜି ଆମ ଗହଣରେ ନାହାନ୍ତି। ଗୁରୁବାର ସକାଳେ ତାଙ୍କର ଦେବାନ୍ତ ହୋଇଛି। ତାଙ୍କ ମସଲା କେବେଳ କେବଲ କିଙ୍ଗ୍ ଅଫ ସ୍ପାଇସ ଭାବେ ଜଣାଶୁଣା ଥିଲା, ତାହା ନୁହେଁ ସାମାଜୀକ ଦାୟୀତ୍ୱ ତୁଲାଇବାରେ ବି ଥିଲା ଅଗ୍ରଣୀ। ଧରମପାଲ ଭାରତର ସର୍ବାଧିକ ଦରମା ପାଉଥିବା FMCG sectorର CEO ଥିଲେ।

ଗୁରୁବାର ସକାଳେ ୯୮ ବର୍ଷ ବୟସରେ MDH ମସାଲାର ମାଲିକ ଧରମପାଲ ଗୁଲାଟି (Dharampal Gulati) ଙ୍କର ଦେହାନ୍ତ ହୋଇଛି। ଖବର ଅନୁଯାୟୀ ଗୁଲାଟି ଗତ ତିନି ସପ୍ତାହ ଧରି ଦିଲ୍ଲୀ (Delhi) ର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଉ ଗୁରୁବାର ସକାଳ ପ୍ରାୟ ସାଢେ ୫ରେ ହୃଦ୍‌ଘାତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ସହ ଭାରତୀୟ ମସଲା ଜଗତର ଗୋଟିଏ ଯୁଗର ଅବସାନ ହୋଇଛି।

Also Read: ଚାଲିଗଲେ ମସଲା କିଙ୍ଗ, ପାକିସ୍ତାନରୁ ଭାରତକୁ ବ୍ୟବସାୟର ଲମ୍ବା ଯାତ୍ରା...

ଗତ ଆର୍ଥିକ ବର୍ଷରେ ଗୁଲାଟି ଦରମା ବାବଦକୁ ୨୧ କୋଟିରୁ ଅଧିକ ଟଙ୍କା ନେଇଥିଲେ। ଯାହା ଆଦି ଗୋଡ୍ରେଜ (Godrej) ର ବିବେକ ଗମ୍ଭୀର, ହିନ୍ଦୁସ୍ତାନ ୟୁନିଲିଭର (Hindustan Unilever)ର ସଞ୍ଜୀବ ମେହେଟ୍ଟା ଏବଂ ITCର ୱାସି ଦେବେଶ୍ୱରଙ୍କ ଦରମା ଠାରୁ ଅଧିକ। ତାଙ୍କ କମ୍ପାନୀ  ମହାଶିଆନ ଦି ହାତ୍ତି ବା MDHର ରାଜସ୍ୱ ୧୫ ପ୍ରତିଶତ ବଢି ୯୨୪ କୋଟିକୁ ପହଞ୍ଚିଥିଲା। ତେବେ ଏଥିରେ କମ୍ପାନୀ ମୋଟ ୨୪ ପ୍ରତିଶତ ଲାଭ ହୋଇଛି। 

‘MDH ମାମୁଁ’, ‘ଦାଦାଜୀ’, ‘ମସାଲା କିଙ୍ଗ’ ବା ‘ମସଲା ରାଜା’ ଭାବରେ ଧରମପାଲ ଗୁଲାଟି ବେଶ ଲୋକପ୍ରିୟ। ସେ ୧୯୧୯ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ତାଙ୍କ ବାପା ଏକ ଛୋଟ ଦୋକାନ କରିଥିଲେ। ତେବେ, ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ପରେ ତାଙ୍କ ପରିବାର ଦିଲ୍ଲୀ ଆସିଥିଲେ। ୧୯୫୩ ମସିହାରେ, ଦିଲ୍ଲୀ ଚାନ୍ଦିନି ଚୋକରେ ଏକ ଦୋକାନ ଭଡାରେ ନେଇ MDH ମସଲାର ବିକ୍ରି ଆରମ୍ଭ କରିଥିଲେ।

Also Read: କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ଦେବେ ମୋଦି ସରକାର

ଗୁଲାଟି, ଯାହାକୁ ଦାଦାଜୀ କିମ୍ବା ମହାଶାୟଜୀ ମଧ୍ୟ କୁହାଯାଉଥିଲା, ସେ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢି ସ୍କୁଲ ଛାଡିଥିଲେ। ଧରମପାଲ ନିଜ କାମକୁ ଏତେ ଭଲ ପାଉଥିଲେ ଯେ, କୌଣସି ଦିନ ଛୁଟିରେ ରହୁନଥିଲେ। ସେ ସପ୍ତାହକୁ ସାତ ଦିନ କାମ କରୁଥିଲେ। ପ୍ରତିଦିନ କାରଖାନା ପରିଭ୍ରମଣ କରିବା ସହ ବଜାର ବୁଲୁଥିଲେ ଏବଂ ଗ୍ରାହକଙ୍କ ସହିତ ଯୋଗାଯୋଗ କରିଥିଲେ।

ମସାଲା କିଙ୍ଗଙ୍କ ବିଷୟରେ ଆଉ ଏକ ରୋଚକ ତଥ୍ୟ ହେଉଛି ଯେ, ସେ ତାଙ୍କ ବେତନର ପ୍ରାୟ ୯୦ ପ୍ରତିଶତ ଦାନ କରୁଥିଲେ। "ସୁଲଭ ମୂଲ୍ୟରେ ବିକ୍ରି ହେଉଥିବା ଉତ୍ପାଦର ଗୁଣ ମୋର କାମ କରିବାର ଆନ୍ତରିକ ଉତ୍ସାହ ଏବଂ ବ୍ୟକ୍ତିଗତ କ୍ଷମତା ଅନୁଯାୟୀ ମୁଁ ବେତନର ପ୍ରାୟ ୯୦% ହାନ କରେ ବୋଲି" ଗୁଲାଟି ସବୁବେଳେ କହୁଥିଲେ। ତାଙ୍କ ପିତାଙ୍କ ନାମରେ ସେ ଏକ ଟ୍ରଷ୍ଟ କରିଥିଲେ। ଯାହା ବସ୍ତି ବାସିନ୍ଦାଙ୍କ ପାଇଁ ୨୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଚଳାଉଛି। ଏହା ବ୍ୟତୀତ ଗରିବ ପିଲାଙ୍କ ପାଇଁ ସେ ୪ଟି ସ୍କୁଲ ମଧ୍ୟ ପ୍ରତିଷ୍ଠା କରିଛନ୍ତି।