• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

#MeToo ମାମଲା: ପ୍ରିୟା ରମାନୀଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି

ସାମ୍ବାଦିକା ପ୍ରିୟା ରମାନୀ ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମଜେ ଆକବରଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। 

#MeToo ମାମଲା: ପ୍ରିୟା ରମାନୀଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ପକ୍ଷରୁ ଦାଏର କରାଯାଇଥିବା ମାନହାନି ମାମଲାରେ ସାମ୍ବାଦିକା ପ୍ରିୟା ରମାନୀଙ୍କୁ ବୁଧବାର ଦିଲ୍ଲୀସ୍ଥିତ ଏକ କୋର୍ଟରୁ ମିଳିଛି ଆଶ୍ୱସ୍ତି। ଏ ମାମଲାରେ ଉଭୟ ପକ୍ଷ ସେମାନଙ୍କ ଦଲିଲ ଦାଖଲ କରିବା ପରେ କୋର୍ଟ ଚଳିତ ମାସ ପହିଲାରେ ନିଜର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ। 

ସାମ୍ବାଦିକା ପ୍ରିୟା ରମାନୀ ପୂର୍ବତନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମଜେ ଆକବରଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏ  ଘଟଣାରେ ପ୍ରତିକ୍ରିୟା ରଖି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଥିଲେ  #MeTooCampaign ଚାଲିଥିବା ସମୟରେ ସେ କରିଥିବା ଟ୍ୱିଟ କାରଣରୁ ତାଙ୍କର ମାନହାନି ହୋଇଛି। ମୋ ବିରୁଦ୍ଧରେ ପୂର୍ବରୁ ଏପରି କୌଣସି ଅଭିଯୋଗ ହୋଇନାହିଁ। କୋର୍ଟରେ ଏ ମାମଲାରେ  ଲମ୍ବା  ଯୁକ୍ତି  ଉପସ୍ଥାପନା ହେବା ପରେ ରାୟ ପ୍ରକାଶ ପାଇଥିଲା। 

ପ୍ରିୟା ରମାନୀଙ୍କୁ ଏ ମାମଲାରେ ମୁକ୍ତ କରାଯିବା ପ୍ରସଙ୍ଗରେ କୋର୍ଟ ପ୍ରତିକ୍ରିୟା ରଖି କହିଥିଲେ ଜଣେ ମହିଳା ନିଜର କୌଣସି ଅଭିଯୋଗ ଦାଏର କରିପାରିବେ। ଯଦି ଜଣେ ବ୍ୟକ୍ତିଙ୍କ ଭଲ ସାମାଜିକ ପ୍ରତିଷ୍ଠା ରହିଛି ସେ ମଧ୍ୟ ଯୌନ ଶୋଷଣ କରିପାରନ୍ତି। ଯୌନ ଉତ୍ପୀଡ଼ନ ସାମାଜିକ ପ୍ରତିଷ୍ଠା ଏବଂ ମନୋବଳକୁ ମଧ୍ୟ ହ୍ରାସ କରିଥାଏ। 

Also Read: ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ ଭୟଙ୍କର ଦଣ୍ଡ, ଅନୁକରଣ କରିବ କି ଭାରତ?

 

ଏ ମାମଲାରେ ଶୁଣାଣି କରିବା ସମୟରେ କୋର୍ଟ ଧାର୍ମିକ ପୁରାଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ରାମାୟଣ ବାବାଦରେ ଉଲ୍ଲେଖ କରି କୋର୍ଟ କହିଥିଲେ ଯେତେବେଳେ ପୁଷ୍ପକ ବିମାନରେ ରାବଣ ସୀତାଙ୍କୁ ହରଣ କରି ନେଇ ଯାଉଥିଲେ ସେତେବଳେ ତାଙ୍କୁ ସୁରକ୍ଷା ଦେବା ପାଇଁ ଜଟାୟୁ ଆସିଥିଲେ। ଦଶନ୍ଧି ପରେ ମଧ୍ୟ ମହିଳାଙ୍କ ପ୍ରତି କରାଯାଇଥିବା ଅନ୍ୟାୟକୁ ସେମାନେ ଉପସ୍ଥାପନ କରିବାର ଅଧିକାର ରହିଛି। ଭାରତୀୟ ମହିଳା  କେବଳ ସମାନତା ଆବଶ୍ୟକ କରନ୍ତି। 

ଗତ ୨୦୧୮ରେ ଦେଶରେ #MeTooCampaign ଚାଲିଥିବା ସମୟରେ ସାମ୍ବାଦିକ ପ୍ରିୟା ରମାନୀ  ସେତେବଳର  ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମଜେ ଆକବରଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏହା ପରେ ସେହି ବର୍ଷ ଅକ୍ଟୋବର ୧୭ ତାରିଖରେ ରାମନୀଙ୍କ ବିରୁଦ୍ଧରେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ଆଣିଥିଲେ। 

Also Read:  ସିନେମା ପରେ ରାଜନୀତିକୁ ଓହ୍ଲାଇଲେ ପାୟଲ, ଆରପିଆଇରେ ହେଲେ ସାମିଲ

 

ଏ ଘଟଣା ସାମ୍ନାକୁ ଆସିବା ପରେ ୨୦୧୮ ଅକ୍ଟୋବର ୧୭ ତାରିଖରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ଏମଜେ ଆକବର। ଗତ ୨୦୧୭ରେ ରମାନୀ ଗୋଟିଏ ପତ୍ରିକା ଲାଗି ଏକ ଲେଖା ଲେଖିଥିଲେ। ଯେଉଁଥିରେ ସେ ଦର୍ଶାଇଥିଲେ ତାଙ୍କୁ ଚାକିରୀ ପାଇବା ଲାଗି ସାକ୍ଷାତକାର ଦେବା ସମୟରେ ତାଙ୍କୁ ତାଙ୍କର ଉଚ୍ଚପଦସ୍ଥ ଅଧିକାରୀ ଯୌନ ଉତ୍ପୀଡନ କରିଥିଲେ। ଏହାର ବର୍ଷେ ପରେ ସେ ନିଜ ଲେଖା ମାଧ୍ୟମରେ ଜଣାଇଥିଲେ ତାଙ୍କୁ ଯୌନ ଉତ୍ପୀଡନ କରିବା ବ୍ୟକ୍ତି ଏମଜେ ଆକବର ଥିଲେ।          

ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଅଦାଲତରେ ଅସ୍ୱୀକାର କରିଥିଲେ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ। ମୋ ନାଁରେ ରମାନୀ ଆଣିଥିବା ଅଭିଯୋଗ କାଳ୍ପନିକ। ଏହା ଦ୍ୱାରା ଭାବମୂର୍ତ୍ତିକୁ କ୍ଷତି ପହଞ୍ଚିଛି ବୋଲି କହିଥିଲେ ଆକବର। ହେଲେ ଏ ମାମଲାରେ ପ୍ରତିକ୍ରିୟା ରଖି ରମାନୀ କହିଥିଲେ ସାର୍ବଜନୀନ ହିତ ଲାଗି ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆଣିଥିଲେ।