)
Randhir Jaiswal: ଭାରତ ପାକିସ୍ତାନ ଯୁଦ୍ଧ ମଧ୍ୟରେ ଲାଗିଥିବା ଯୁଦ୍ଧ ନ ଥମୁଣୁ । ତେବେ,ଏହାରି ଭିତରେ ଆଉ ଏକ ବିବାଦ ମୁଣ୍ତ ଟେକିଛି। ବୈଦେଶିକ ବିଭାଗ ମୁଖପାତ୍ର ରଣନ୍ଦିର ଜୈସଓ୍ବାଲ୍ ଚୀନକୁ କଡା ସମାଲୋଚନା କରିଛନ୍ତି। ସେ ନିଜ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଏହା ଉଲ୍ଲେଖ କରିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ଭାରତର ଥିଲା, ରହିଛି ଆଉ ରହିବ ମଧ୍ୟ। କିନ୍ତୁ ଚୀନ୍ ଏହାକୁ ଗ୍ରହଣ କରିନେଉ। ଅରୁଣାଚଳ ପ୍ରଦେଶର କିଛି ସ୍ଥାନକୁ ଚୀନ ନାମକରଣ କରିବା ପରେ ଏପରି ବୈଦେଶିକ ବିଭାଗର ମୁଖପାତ୍ର ଏପରି କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
Our response to media queries on renaming places in Arunachal Pradesh by China (May 14, 2025)
https://t.co/5XtzF8ImUJ pic.twitter.com/1edyuqRpog
— Randhir Jaiswal (@MEAIndia) May 14, 2025
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍ ଅରୁଣାଚଳ ପ୍ରଦେଶକୁ ତିବ୍ଦତର ଦକ୍ଷିଣ ଅଂଶ ବୋଲି ଦାବି କରେ ଚୀନ୍ ଅନେକ ସମୟରେ ଦାବି କରି ଆସୁଛି। "ଆମର ନୀତିଗତ ଦୃଷ୍ଟିକୋଣ ଅନୁଯାୟୀ ଆମେ ଏପରି ପ୍ରୟାସକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ।" ତେବେ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ୍ ଦୀର୍ଘ ଦିନ ଧରି ଦାବି କରିଆସୁଛି ଯେ ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଏହାର ଅଂଶ। ଏଥିରେ ସମୟ ସମୟରେ ରାଜ୍ୟର ସହର,ଗ୍ରାମ ଏବଂ ଭୌଗୋଳିକ ବୈଶିଷ୍ଟ୍ୟ ପାଇଁ ଚୀନ୍ ନାମଗୁଡ଼ିକର ତାଲିକା ପ୍ରକାଶ କରିବା,ଅରୁଣାଚଳ ପ୍ରଦେଶର ବାସିନ୍ଦାମାନଙ୍କୁ ଷ୍ଟାମ୍ପ ଭିସା ବଦଳରେ ଷ୍ଟାପଲ୍ ଭିସା ପ୍ରଦାନ କରିବା ଏବଂ ଏହି ଅଞ୍ଚଳରେ ଭାରତ ଦ୍ୱାରା ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପଗୁଡ଼ିକୁ ବିରୋଧ କରିବା ଅନ୍ତର୍ଭୁକ୍ତ। ଚୀନ୍ ପ୍ରାୟତଃ ଏହି ରାଜ୍ୟକୁ "ଦକ୍ଷିଣ ତିବ୍ଦତ" ବୋଲି ଉଲ୍ଲେଖ କରେ। ତେବେ, ୨୦୨୪ ମସିହାରେ, ଚୀନ୍ ଅରୁଣାଚଳ ପ୍ରଦେଶର ୩୦ଟି ନୂତନ ନାମର ଏକ ତାଲିକା ପ୍ରକାଶ ମଧ୍ୟ କରିଥିଲା। ଯାହାକୁ ଭାରତ ପକ୍ଷରୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥିଲ।