)
ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପାସପୋର୍ଟ ମାମଲାରେ ଏକ ନୂଆ ମୋଡ଼ ଆସିଛି। ମୁଫତି ପାସପୋର୍ଟର ନବୀକରଣ ବିରୋଧରେ ଶ୍ରୀନଗର ହାଇକୋର୍ଟକ ହସ୍ତକ୍ଷେପ ଲୋଡିଥିଲେ। କିନ୍ତୁ ଏଥିରୁ ତାଙ୍କୁ କୌଣସି ଲାଭ ମିଳିନାହିଁ। କାରଣ ହାଇକୋର୍ଟ ମେହବୁବା ମୁଫତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି।
ମେହବୁବା ମୁଫତିଙ୍କ ମାମଲାର ଶୁଣାଣି ବେଳେ ଶ୍ରୀନଗର ହାଇକୋର୍ଟ (Shrinagar High Court) ର ଜଷ୍ଟିସ ଅଲି ମହମ୍ମଦ ମାଗ୍ରେ କହିଛନ୍ତି ଯେ, ପୋଲିସ ଯାଞ୍ଚ ରିପୋର୍ଟକୁ ଆଧାର କରି ପାସପୋର୍ଟ ନବୀକରଣକୁ ବାତିଲ କରିଦେଇଛି। ଏପରି ପରିସ୍ଥିତିରେ, କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ପାସପୋର୍ଟ ଭଳି ମାମଲାରେ କୋର୍ଟଙ୍କ ଅଧିକାର ସୀମିତ ରହିଛି। ଏହା ଏକ ପ୍ରଶାସନିକ ପ୍ରସଙ୍ଗ ତେଣୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ପାଇ ନାହାଁନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି (Mehbooba Mufti) ଙ୍କୁ ମାର୍ଚ୍ଚ ୨୭ରେ ଶ୍ରୀନଗରର ପାସପୋର୍ଟ (Passport) କାର୍ଯ୍ୟାଳୟ ଏକ ଚିଠି କରିଥିଲା। ସେଥିରେ ଜଣାଇ ଦେଇଛି ଯେ, ଆପଣଙ୍କ ପାସପୋର୍ଟ ନବୀକରଣ ହୋଇପାରିବ ନାହିଁ। କାରଣ ପୋଲିସ ରିପୋର୍ଟ ଆପଣଙ୍କ ପାଇଁ ଅନୁକୂଳ ନୁହେଁ। ଏହା ଚିଠି ପାଇବା ପରେ ମେହବୁବା ମୁଫତି ଆକ୍ରାମକ ହୋଇ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ।
ସେ ଟ୍ୱିଟରରେ ଲେଖିଛନ୍ତି, 'ପାସପୋର୍ଟ କାର୍ଯ୍ୟାଳୟ ମୋତେ ପାସପୋର୍ଟ ଦେବାକୁ ମନା କରିଦେଇଛି, କାରଣ CID ରିପୋର୍ଟରେ ମୋତେ ଭାରତର ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଇଛି। ଏହା ହେଉଛି କାଶ୍ମୀରରେ ସାଧାରଣ ପରିସ୍ଥିତିର ବାସ୍ତବତା। ଅଗଷ୍ଟ ୨୦୧୯ ଠାରୁ କାଶ୍ମୀର (Kashmir) ରେ ସବୁକିଛି ସ୍ୱାଭାବିକ ବୋଲି କୁହାଯାଉଛି, ଯେଉଁଥିରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାସପୋର୍ଟ ରଖିବା ଏତେ ଶକ୍ତିଶାଳୀ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।' ବୈଦେଶିକ ମନ୍ତ୍ରାଳୟର ଚିଠିକୁ ମେହବୁବା ମୁଫତି ଟ୍ୱିଟରରେ ମଧ୍ୟ ପୋଷ୍ଟ କରିଛନ୍ତି।
ସେପଟେ ଓମାର ଅବଦୁଲ୍ଲା ମଧ୍ୟ ଏହି ପ୍ରସଙ୍ଗରେ ସରକାର ଓ ଜାମ୍ମୁ କାଶ୍ମୀର ପୋଲିସକୁ ଟାର୍ଗେଟ କରିଛନ୍ତି। ଅବଦୁଲ୍ଲା ଲେଖିଛନ୍ତି, 'ଏହି ଜାମ୍ମୁ କାଶ୍ମୀର ପୋଲିସ କଣ କରୁଛି? ଯେତେବେଳେ ମେହବୁବା ମୁଫତି BJP ସହିତ ସରକାର ଚଳାଉଥିଲେ, ସେଠାରେ କୌଣସି ବିପଦ ନଥିଲା? ତାଙ୍କ ଦଳ PDP- BJP ସହ ମେଣ୍ଟ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ଗୃହ ମନ୍ତ୍ରଣାଳୟ ଏବଂ ସୁରକ୍ଷା ମାମଲାର ମୁଖ୍ୟ ଥିଲେ। କିନ୍ତୁ ବର୍ତ୍ତମାନ ସେ ଦେଶ ପାଇଁ ଏକ ବିପଦ ପାଲଟିଛନ୍ତି।