PAK ସମେତ ଏହି ୩ଟି ଦେଶର ଅଣ-ମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ଦେବ ଭାରତ ସରକାର
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ଅଧିନିୟମ ୧୯୫୫ ଓ ୨୦୦୯ ରେ ଆଇନ ଅନୁଯାୟୀ ପ୍ରସ୍ତୁତ ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି ।
ଜଗଦୀଶ୍ ବାରିକ୍, ନୂଆଦିଲ୍ଲୀ: କେନ୍ଦ୍ର ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ଥାନରୁ ଆସି ଭାରତରେ ଗୁଜୁରାଟ, ରାଜସ୍ଥାନ, ଛତିଶଗଡ଼, ହରିୟାଣା ଓ ପଞ୍ଜାବର ୧୩ଟି ଜିଲ୍ଲାରେ ବସବାସ କରୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ ଓ ଅଣ-ମୁସଲମାନ ମାନଙ୍କଠାରୁ ଭାରତୀୟ ନାଗରିକତ୍ୱ (Indian citizenship) ପାଇଁ ଆବେଦନ ମାଗିଛି ।
ଅଧିକ ପଢ଼ନ୍ତୁ:-ପୁଣି ପଦାକୁ ଆସିଲା ଆନ୍ଧ୍ରର ମନମାନି, ଉନ୍ନୟନମୂଳକ କାର୍ଯ୍ୟରେ ସାଜୁଛି ବାଧକ
ସରକାର ବିଜ୍ଞପ୍ତି ଜାରି କରିଛନ୍ତି
ନାଗରିକତ୍ୱ ଅଧିନିୟମ ୧୯୫୫ ଓ ୨୦୦୯ ରେ ଆଇନ ଅନୁଯାୟୀ ପ୍ରସ୍ତୁତ ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (Ministry of Home Affairs) ଏକ ବିଜ୍ଞପ୍ତି ଜାରି କରିଛି । ତେବେ ସରକାର ଏପର୍ଯ୍ୟନ୍ତ ୨୦୧୯ ରେ ଲାଗୁ ହୋଇଥିବା ସଂଶୋଧିତ ନାଗରିକତା ଅଧିନିୟମ (CAA) ଅନୁଯାୟୀ ନିୟମ ପ୍ରସ୍ତୁତ କରିନାହାଁନ୍ତି ।
ଅଧିକ ପଢ଼ନ୍ତୁ:-ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କ ନିଧନ
ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା
୨୦୧୯ ରେ ଯେତେବେଳେ CAA କାର୍ଯ୍ୟକାରୀ ହେଲା ସେତେବେଳେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା ଓ ଏହି ବିରୋଧ ମଧ୍ୟରେ ୨୦୨୦ ମସିହା ଆରମ୍ଭରେ ଦିଲ୍ଲୀରେ ଦଙ୍ଗା ହୋଇଥିଲା । ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଅନୁଯାୟୀ ବାଂଲାଦେଶ, ପାକିସ୍ଥାନ ଓ ଆଫଗାନିସ୍ତାନର ସେହି ଅଣ-ମୁସଲମାନମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ ଯେଉଁମାନେ ଦମନର ଶିକାର ହୋଇଛନ୍ତି ଓ ୩୧ ଡିସେମ୍ବର ୨୦୧୪ ସୁଦ୍ଧା ଭାରତ ଆସିଛନ୍ତି ।
ଅଧିକ ପଢ଼ନ୍ତୁ:-ବନ୍ଦ ହୋଇଯାଇଛି ୨ ହଜାର ଟଙ୍କିଆ ନୋଟର ଛପା, ଏବେ ପ୍ରଚଳନରେ ଅଛି କେବଳ ଏତିକି ନୋଟ୍!
ଅଣ ମୁସଲମାନମାନେ ନାଗରିକତ୍ୱ ପାଇବେ
ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ ନାଗରିକତ୍ୱ ଅଧିନିୟମ ୧୯୫୫ ର ଧାରା ୧୬ ଅନୁଯାୟୀ ମିଳିଥିବା କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ସରକାର ଆଇନର ଧାରା ପାଞ୍ଚ ଅନୁଯାୟୀ ଏହି ପଦକ୍ଷେପ ନେଇଛନ୍ତି । ଏହା ଅଧୀନରେ ଉପରୋକ୍ତ ରାଜ୍ୟ ତଥା ଜିଲ୍ଲାରେ ରହୁଥିବା ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ଥାନର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବରେ ଭାରତୀୟ ନାଗରିକତା ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।