• କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି: ନିରଞ୍ଜନ ମିଶ୍ର
  • ହାଇଦରକୁ ଏନ୍‌କାଉଣ୍ଟର ଘଟଣା
  • ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ
  • ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୋଲିସ କମିସନରଙ୍କୁ ରିପୋର୍ଟ ତଲବ
  • ସେପ୍ଟେ‌ମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍‌. ୟେଦିୟୁରପ୍ପା
  • କାରଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ
  • ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ
  • କରୋନା କଟକଣା ଭିତରେ ଶ୍ରେଣୀଗୃହରେ ବସି ପାଠପଢିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ
  • ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି: ଗଣଶିକ୍ଷା ମନ୍ତ୍ରୀ

IPL 2020: ଆଜି ଟାଇଟଲ୍ ପାଇଁ ଦିଲ୍ଲୀ-ମୁମ୍ୱାଇ ଲଢେଇ

ପାଖେଇ ଆସୁଛି ଦୀର୍ଘ ଦେଢମସ ପ୍ରତୀକ୍ଷାର ଅନ୍ତ। ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ -୨୦୨୦ର ଫାଇନାଲ। 

IPL 2020: ଆଜି ଟାଇଟଲ୍ ପାଇଁ ଦିଲ୍ଲୀ-ମୁମ୍ୱାଇ ଲଢେଇ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଚଳିତବର୍ଷର ଆଇପିଏଲ୍ ଫାଇନାଲ ପାଇଁ ମାତ୍ର ଆଉ କେଇ ଘଣ୍ଟାର ଅପେକ୍ଷା। ବହୁ ଉତ୍ସାହ ଉଦ୍ଦିପନ୍ନା ମଧ୍ୟରେ ଆଜି ସରିବ ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍। ମୋଟ ୮ଟି ଦଳକୁ ନେଇ ଆରମ୍ଭ ହୋଇଥିବା ଇଭେଣ୍ଟରେ ଟାଇଲଟ ପାଇଁ ଲଢିବେ ୨ ଦଳ। ସନ୍ଧ୍ୟା ସାଢେ ୭ଟାରେ ଦୁଲୁକିବ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ।

ଆଜି ଆଇପିଏଲର ୧୩ତମ ସଂସ୍କରଣର ଟାଇଟଲ ହାତେଇବାକୁ ମୁମ୍ବାଇ ଇଣ୍ଡିଆନ୍ସ (MI)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (DC)ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ ଜିତି  ପଞ୍ଚମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ  ଆଇପିଏଲ ଟାଇଟଲ ନିଜ ନାଁରେ କରିବାକୁ ନଜର ରଖିଛି। ସେପଟେ ଫାଇନାଲରେ ଡେବ୍ୟୁ କରିଥିବା ଦିଲ୍ଲୀ, ଚମ୍ପିଆନ ହେବାର ପ୍ରଥମ ସୁଯୋଗ ହାତଛଡା କରିବାକୁ ଚାହିଁବ ନାହିଁ। ଯଦିଓ, ଆମେ ପୁରୁଣା ରେକର୍ଡକୁ ଦେଖିବା, ତେବେ ଦିଲ୍ଲୀ ଅପକ୍ଷା ମୁମ୍ବାଇର ପଲ୍ଲା ଭାରି ରହିଛି।

ଚଳିତ ସିଜିନରେ ଫାଇନାଲ ମ୍ୟାଚ ପୂର୍ବରୁ ଦିଲ୍ଲୀ  ଏବଂ ମୁମ୍ବାଇ ମଧ୍ୟରେ ତିନିଥର ସଂଘର୍ଷ ହୋଇଛି। ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ମୁମ୍ବାଇ ୫ ୱିକେଟରେ ପରାସ୍ତ କରିଛି। ପରବର୍ତ୍ତୀ ଦୁଇଟି ଗେମରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଆହୁରି ଚମତ୍କାର ଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇକୁ ଦିଲ୍ଲୀ ୯ଟି ୱିକେଟ୍ ହରାଇଥିଲା। ତେବେ କ୍ୱାଲିଫାୟର୍ ୱାନରେ ଦିଲ୍ଲୀକୁ ମୁମ୍ବାଇ ଲିଗ ମ୍ୟାଚର ବଦଲା ନେଇ ଫାଇନାଲକୁ ଉଠିଛି।

ଦୁବାଇରେ ମୁମ୍ବାଇର ରେକର୍ଡ ସେତେଟା ଭଲ ନୁହେଁ। ଯାହା ଦିଲ୍ଲୀକୁ କିଛିଟା ରିଲିଫ୍ ଦେବ। ମୁମ୍ବାଇ ଏପର୍ଯ୍ୟନ୍ତ  ଦୁବାଇରେ ୭ଟି ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୫ଟି ହାରିଥିବାବେଳେ ମାତ୍ର ଦୁଇଟି ମ୍ୟାଚ୍ ଜିତିଛି। ସେପଟେ ଦିଲ୍ଲୀ ସମାନ ଗ୍ରାଉଣ୍ଡରେ ୧୦ଟିରୁ ୫ଟି ମ୍ୟାଚ୍ ଜିତିଛି ଏବଂ ପାଞ୍ଚଟି ହାରିଛି। ଆଉ ଫାଇନାଲରେ ଦିଲ୍ଲୀ ତାର ପୂର୍ବବର୍ତ୍ତୀ ଅଭିଜ୍ଞତାକୁ ପ୍ରୟୋଗ କରିବ ବୋଲି ଆଶା କରାଯାଉଛି।

ସେପଟେ କିନ୍ତୁ ବିଜୟ ଦୃଷ୍ଟିରୁ ଦିଲ୍ଲୀଠୁ ମୁମ୍ବାଇ ଆଗରେ ରହିଛି। ଆଇପିଏଲ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ମୁମ୍ବାଇ ୨୭ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ମୁମ୍ବାଇ ୧୫ଟି ମ୍ୟାଚ ଜିତିଥିବାବେଳେ ଦିଲ୍ଲୀ ୧୨ଟି ଜିତିବାରେ ସଫଳ ହୋଇଛି। ଏହି ସିଜିନରେ ମୁମ୍ୱାଇର ବ୍ୟାଟିଂ ଲାଇନ୍ ବହୁତ ସୁଦୃଢ ଅଛି। ୨ଟି ପାଣ୍ଡିଆନ ଏବଂ କିରନ ପୋଲାର୍ଡ ବିପକ୍ଷ ବୋଲର୍ସଙ୍କ ପ୍ଲାନିଂକୁ ଫେଲ୍ କରିଛିନ୍ତି।

ଦିଲ୍ଲୀ ପାଖରେ ଚଳିତ ସିଜିନର ସର୍ବାଧିକ ୱିକେଟ ନେଇଥିବା ଦ୍ୱିତୀୟ ବୋଲର କାଗିସୋ ରାବଡା ଅଛନ୍ତି। ସେ ବ୍ୟକ୍ତିଗତ ଭାବେ ୨୯ଟି ୱିକେଟ ନେଇଛନ୍ତି। ସେପଟେ ଦେଶୀ ପ୍ଲେୟାର ଭାବେ ୨୭ଟି ୱିକେଟ ନେଇ ରେକର୍ଡର ଟପରେ ଅଛନ୍ତି ଜସପ୍ରୀତ ବୁମ୍ରା। ଦିଲ୍ଲୀ ଦଳରେ ସେଭଳି କୌଣସି ପ୍ଲେୟାର୍ସ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ପେସ୍ ବୋଲିଂ ପାଇଁ ପ୍ରବୀଣ ଦୁବେଙ୍କୁ ଟିମରେ ନିଆଯାଇପାରେ। 

ଦିଲ୍ଲୀ କ୍ୟାପିଟାଲ୍ସ (ସମ୍ଭାବ୍ୟ ଏକାଦଶ):-

ଶିଖର ଧୱନ, ମାର୍କସ ଷ୍ଟୋଇନିସ, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର(ଅଧିନାୟକ), ଋଷଭ ପନ୍ତ, ଶିମ୍ରନ ହେଟମେୟର, ଅକ୍ଷର ପଟେଲ, ଆର ଅଶ୍ୱିନ, କାଗିସୋ ରାବଡା, ଅନରିଚ୍ ନର୍ଟଜେ, ପ୍ରବୀଣ ଦୁବେ / ହର୍ଷଲ ପଟେଲ

ମୁମ୍ୱାଇ ଇଣ୍ଡିଆନ୍ସ (ସମ୍ଭାବ୍ୟ ଏକାଦଶ):-

ରୋହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷାନ୍, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ନାଥାନ୍ କୁଲଟର-ନୀଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମ୍ରା