Trending Photos
)
ନୂଆଦିଲ୍ଲୀ: ଆଜି ଆବୁଧାବିରେ ହେବ ଆଇପିଏଲ ୨୦୨୦ର ମହାମୁକାବିଲା। ସନ୍ଧ୍ୟା ସାଢେ ସାତଟାରେ ମୁମ୍ବାଇକୁ ଭେଟିବ ବାଙ୍ଗାଲୋର। ଏହି ମ୍ୟାଚ୍ ଜିତି ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିବାକୁ ଉଭୟ ଟିମ ନଜର ରଖିଛନ୍ତି। ସେପଟେ ଆଘାତ କାରଣରୁ ରୋହିତ ଶର୍ମା କ୍ରମାଗତ ତୃତୀୟ ମ୍ୟାଚରୁ ଦୂରେଇ ରହିପାରିବେ।
ଗତ ମ୍ୟାଚରେ ମୁମ୍ବାଇକୁ ରାଜସ୍ଥାନ ରୟାଲ୍ସ (RR) ୮ଟି ୱିକେଟରେ ପରାସ୍ତ କରିଥିଲା। ତଥାପି ଦଳ ୧୪ ଅଙ୍କ ସହ ଟେବୁଲ ଟପରେ ଅଛି। ସେପଟେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋରର ସମାନ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ହରାଇ ତାଲିକାର ଉପରକୁ ଉଠିଛି।
ଆଇପିଏଲ୍ ରେକର୍ଡ ବିଷୟରେ କହିବାକୁ ଗଲେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ୨୬ଟି ମ୍ୟାଚ୍ (୨୦୦୮-୨୦୨୦) ହୋଇଛି। ସେଥିରୁ ମୁମ୍ବାଇ ୧୬ଟି ଜିତିଥିବା ବେଳେ ବେଙ୍ଗାଲୁରୁ ଖାତାକୁ ଆସିଛି ୧୦ଟି ମ୍ୟାଚ୍। ଦୁଇ ଟିମର ପ୍ରଦର୍ଶନ ବରାବର ଥିବା ବେଳେ ଆଜିର ମ୍ୟାଚ କିଏ ଜିତିବ ତାହା ଆକଳନ କରିବା ମୁସକିଲ୍।
ସେପଟେ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଚର୍ଚ୍ଚା ଚାଲିଛି। ଆଘାତ ହେତୁ ସେ ଶେଷ ଦୁଇଟି ମ୍ୟାଚ୍ ଖେଳି ନଥିଲେ। ମୁମ୍ବାଇ ଅଧିନାୟକ ସୋମବାର ନେଟ୍ ପ୍ରାକ୍ଟିସ କରିଥିଲେ। ଆଫ ସେହିଦିନ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଥିଲା। ଯେଉଁଥିରେ ରୋହିତଙ୍କ ବାଦ ଦିଆଯାଇଛି।
ରୋହିତଙ୍କ ଅନୁପସ୍ଥିତିରେ ମୁମ୍ବାଇକୁ ସୌରଭ ତିୱାରୀ ଏବଂ ଇଶାନ କିଶନଙ୍କ ଉପରେ ଆତ୍ମବିଶ୍ୱାସ ଦେଖାଇବାକୁ ପଡିବ। କ୍ୱିଣ୍ଟନ୍ ଡିକକ୍ ରାଜସ୍ଥାନ ବିପକ୍ଷରେ ବିଫଳ ହୋଇଥିଲେ। କିନ୍ତୁ କିଶାନ ଏବଂ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇର ବ୍ୟାଟିଂ ଲାଇନରେ ଏପର୍ଯ୍ୟନ୍ତ ମହତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ କାର୍ଯ୍ୟନିର୍ବାହୀ ଅଧିନାୟକ କିରୋନ ପୋଲାର୍ଡ ଏବଂ କୃନାଲ ପାଣ୍ଡ୍ୟା ଲମ୍ବା ସଟ ଖେଳିବାରେ ସକ୍ଷମ। ଏମାନେ ହିଁ ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବାର ସମ୍ଭାବନା ରହିଛି।
ମୁମ୍ବାଇ ପାଖରେ ଟ୍ରେଣ୍ଟ ବୋଲ୍ଟ ଏବଂ ଜସପ୍ରୀତ ବୁମ୍ରାଙ୍କ ଭଳି ଅନୁଭବି ବୋଲର୍ସ ବି ଅଛନ୍ତି। ଏପର୍ଯ୍ୟନ୍ତ ମୁମ୍ବାଇର ବୋଲିଂ ବିଭାଗକୁ ଏମାନେ ଭଲ ଭାବରେ ପରିଚାଳନା କରିଛନ୍ତି। ଏହି ଦୁଇଜଣ ଏକାଠି ୩୩ଟି ୱିକେଟ୍ ନେଇଛନ୍ତି। ତୃତୀୟ ଦ୍ରୁତ ବୋଲରଙ୍କ ପାଇଁ ମୁମ୍ବାଇକୁ ଜେମ୍ସ ପାଟିନସନ୍କୁ ଦଳରେ ସାମିଲ କରାଯାଇଛି।
ବାଙ୍ଗାଲୋର ପାଇଁ ଅଧିନାୟକ କୋହଲି ତାଙ୍କର ସୁପର ଫର୍ମ ଜାରି ରଖିବାକୁ ଚାହୁଁଛନ୍ତି। ଅଷ୍ଟ୍ରେଲୀୟ ଆରୋନ ଫିଞ୍ଚ, ଯୁବ ଦେବଦତ୍ତ ପାଡିକ୍କାଲ ଏବଂ ଏବି ଡିଭିଲିୟର୍ସଅଧିକ ସ୍ଥିରତା ଦେଖାଇବା ଆବଶ୍ୟକ ରହିଛି। ଯଦି ବାଙ୍ଗାଲୋରର ସମସ୍ତ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସହଯୋଗ କରନ୍ତି, ତେବେ ବିପକ୍ଷ ଦଳ ଅସୁବିଧାରେ ପଡ଼ିପାରନ୍ତି।
ଦଳରେ କ୍ରିସ୍ ମୋରିସ୍ ଏବଂ ଗୁରୁକୀରାତ୍ ସିଂହ ମଧ୍ୟ ମହତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ। କିନ୍ତୁ ନବଦୀପ ସାଇନିଙ୍କ ଆଘାତ ଯୋଗୁଁ ବୋଲିଂ ବିଭାଗକୁ ନେଇ ଆରସିବି ଚିନ୍ତାରେ ପଡିଛି। ମୁମ୍ବାଇ ବିପକ୍ଷ ମ୍ୟାଚରେ ସାଇନି ଖେଳିବା ବିଷୟରେ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଯଦି ସେ ନଖେଳନ୍ତି ତେବେ ମୋରିସ୍ ଏବଂ ମହମ୍ମଦ ସିରାଜଙ୍କ ବ୍ୟତୀତ ଇସୁରୁ ଉଦାନାଙ୍କ ଦାୟୀତ୍ୱ ମଧ୍ୟ ବୃଦ୍ଧି ପାଇବ।
ମୁମ୍ବାଇ ଇଣ୍ଡିଆନସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (MI vs RCB)
ସମୟ: ସନ୍ଧ୍ୟା ସାଢେ ୭ଟା
ସ୍ଥାନ: ଶେଖ ଜାୟାଦ ଷ୍ଟାଡ଼ିୟମ, ଆବୁଧାବି
ମୁମ୍ବାଇ ଇଣ୍ଡିଆନ୍ସ (ସମ୍ଭାବ୍ୟ ଦଳ) (MI)
କିରଣ ପୋଲାର୍ଡ(ଅଧିନାୟକ)
କ୍ୱିଣ୍ଟନ ଡି କକ
ଇଶାନ କିସାନ
ସୂର୍ଯ୍ୟକୁମାର ଯାଦବ
ସୌରଭ ତିଓ୍ୱାରୀ
ହାର୍ଦ୍ଦିକ ପାଣ୍ଡ୍ୟା
କୃଣାଳ ପାଣ୍ଡ୍ୟା
ଜେମସ ପାଟିନସନ
ରାହୁଲ ଚହର
ଟ୍ରେଣ୍ଟ ବୋଲ୍ଟ
ଯଶପ୍ରିତ ବୁମରା
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ସମ୍ଭାବ୍ୟ ଦଳ) (RCB)
ବିରାଟ କୋହଲି(ଅଧିନାୟକ)
ଦେବଦତ୍ତ ପାଡିକାଲ
ଆରୋନ ଫିଞ୍ଚ
ଏବି ଡିଭିଲିୟର୍ସ
ଗୁରକ୍ରିତ ସିଂ
କ୍ରିସ ମୋରିସ
ଓ୍ୱାସିଂଟନ ସୁନ୍ଦର
ଇସୁରୁ ଉଦାନା
ନବଦୀପ ସୈନୀ
ମହମ୍ମଦ ସିରାଜ
ୟୁଜୁବେନ୍ଦ୍ର ଚହଲ