Advertisement
Article Detail0/zeeodisha/odisha764075
Zee OdishaOdisha National-InternationalIPL 2020: ବାଜି ମାରିନେଲେ ରୋହିତ ଓ ସ୍ମିଥ୍

IPL 2020: ବାଜି ମାରିନେଲେ ରୋହିତ ଓ ସ୍ମିଥ୍

ଆଇପିଏଲର ସଣ୍ଡେ ସୁପର ଫାଇଟରେ ଖେଳାଯାଇଛି ୨ଟି ଦମଦାର ମ୍ୟାଚ। ଆକ୍ରାମକ ବ୍ୟାଟିଂ କରି ବିଜୟ ହାସଲ କରିଛନ୍ତି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ।

 

IPL 2020: ବାଜି ମାରିନେଲେ ରୋହିତ ଓ ସ୍ମିଥ୍

ନୂଆଦିଲ୍ଲୀ: ରବିବାର ଆଇପିଏଲରେ ୨ଟି ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। ଉଭୟ ମ୍ୟାଚରେ ଚେଜିଂ କରୁଥିବା ଦଳ ବାଜିମାରି ନେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦକୁ ରାଜସ୍ଥାନ ରୟାଲ୍ସକୁ ୫ ୱିକେଟରେ ହରାଇଥିବା ବେଳେ ଦିଲ୍ଲୀକୁ ମୁମ୍ବାଇ ବି ୫ ପରାସ୍ତ କରିଛି।

ଆଇପିଏଲର ୨୬ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର୍) ଓ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍) ମୁହାମୁହିଁ ହୋଇଥିଲେ। ଚସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୪ ୱିକେଟର ବିନିମୟରେ ୧୫୮ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଡେଭିଡ ୱାର୍ଣ୍ଣର ୩୮ ବଲରେ ୪୮ ରନ କରିଥିବା ବେଳେ ୪୪ ବଲରେ ମନିଷ ପାଣ୍ଡେ ଯୋଡିଥିଲେ ଅର୍ଦ୍ଧ ଶତକ।

ବୋଲିଂରେ ସେତେଟା ଭଲ ପ୍ରଦର୍ଶନ କରିନଥିବା ରାଜସ୍ଥାନ ୧୫୯ ରନକୁ ପିଛା କରିଥିଲା। ତେବେ ଆରମ୍ଭରୁ ହିଁ ବ୍ୟାଟିଂରେ ବିପର୍ଯ୍ୟସ୍ତ ହୋଇଥିଲା। ଓପନର ଯୋଡି ବିଫଳ ପରେ କ୍ୟାପ୍ଟେନ ଷ୍ଟିଭେନ ସ୍ମିତ ମାତ୍ର ୫ ରନ କରି ଆଉଟ ହୋଇଥିଲେ। ପରେ ସଞ୍ଚୁ ସାମସନ ଓ ରବିନ ଉତ୍ଥାପ୍ପା ବି ୩୦ ଛୁଇଁ ନପାରି ପାଭିଲିୟନକୁ ଫେରିଥିଲେ।

Add Zee News as a Preferred Source

ରାଜସ୍ଥାନ ଫ୍ୟାନ୍ସଙ୍କୁ ହୃହୟ କମ୍ପମାନ ହେଉଥିଲା ବେଳେ ଦଳର ମଙ୍ଗ ଧରିଥିଲେ ରିୟାନ ପରାଗ ଓ ରାହୁଲ ତାୱାତିଆ। ଏହି ଯୁବ ଅଭିଜ୍ଞ ଯୋଡିର ବିସ୍ଫୋରକ ବ୍ୟାଟିଂ ହାଇଦ୍ରାବାଦ ବୋଲର୍ସଙ୍କ ନିଦ ହଜାଇ ଦେଇଥିଲା। ଆଉ ଅପରାଜେୟ ୮୫ ରନର ପାର୍ଟନରସିପ କରି ହାଇଦ୍ରାବାଦଠୁ ମ୍ୟାଚ ଛଡାଇ ନେଇଥିଲା ରାଜସ୍ଥାନ।

ସେପଟେ ୨୭ତମ ମ୍ୟାଚର ଥିଲା ଆଇପିଏଲର ହାଇଭୋଲଟେଜ। ପଏଣ୍ଟ ଟେବୁଲର ଟପରେ ଥିବା ୨ଟି ଟିମ ମଧ୍ୟରେ ହୋଇଥାଲା ଘମାଘଟ ଲଢେଇ। ମୁମ୍ବାଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୧୬୩ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ। ଶିଖର ଧାୱନଙ୍କ ଧୂଆଧାର ବ୍ୟାଟିଂ ଓ ଶ୍ରେୟସ ଆୟରଙ୍କ ଡିଫେଣ୍ଡିଂ ସ୍କୋର ଦଳକୁ ବିଜୟ ଆଶା ଦେଖାଇଥିଲା।

ତେବେ ଦିଲ୍ଲୀର ଷଷ୍ଠ ବିଜୟ ଆଶାକୁ ଧୂଳିସାତ କରିଛନ୍ତି ସୂର୍ଯ୍ୟକୁମାର ଓ କ୍ୱିଣ୍ଟନ ଡିକକ୍। କ୍ୟାପ୍ଚେନ ରୋହିତ ଶର୍ମା ପାଭିଲିୟନ ଫେରିଲା ପରେ ଏହି ୨ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୫୩ ଲେଖାଏ ରନ ପିଟିଥିଲେ। ଦ୍ରୁତ ଖେଳି ସୂର୍ଯ୍ୟକୁମାର କ୍ରମାଗତ ୨ ଥର ଅର୍ଦ୍ଧ ଶତକ କରିଛନ୍ତି। ସେପଟେ ଶେଷ ଓଭରର ୪ର୍ଥ ବଲରେ ଚୌକା ମାରି କୃନାଲ ଦଳକୁ ବିଜୟ ମୁକିଟ ଦେଇଥିଲେ।

ନିଜର ଦ୍ୱିତୀୟ ପରାଜୟ ସହ ଟେବୁଲ ଟପରେ ଥିବା ଦିଲ୍ଲୀ ଦ୍ୱିତୀୟକୁ ଖସିଛି। ସେପଟେ ୧୦ ପଏଣ୍ଟ ସହ ଦିଲ୍ଲୀର ସ୍ଥାନକୁ କବଜା କରିଛି ମୁମ୍ବାଇ। ସେପଟେ ୭ଟି ଲେଖାଏ ମ୍ୟାଚରେ ୩-୩ଟି ଜିତି ହାଇଦ୍ରାବାଦ ଓ ରାଜସ୍ଥାନ କ୍ରମରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅଛନ୍ତି। ଆଉ ୭ରୁ ମାତ୍ର ଗୋଟିଏ ମ୍ୟାଚ ଜିତିଥିବା ପ୍ଲେ ଅଫ୍ ସଙ୍କଟରେ ପଡିଛି।

 

About the Author