ଚଳିତ ଆଇପିଏଲର ୨୦ତମ ମ୍ୟାଚରେକୁ ନିଜ ନାଁରେ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ୧୯୪ ରନକୁ ପିଛା କରି ୫୭ରନ ବ୍ୟବଧାନରେ ପରାଜିତ ହୋଇଛି ରାଜସ୍ଥାନ ରୟାଲ୍ସ। ସେପଟେ ଧୂଆଁଧାର ବ୍ୟାଟି ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ମ୍ୟନ ଅଫ ଦ ମ୍ୟାଚ ଦିଆଯାଇଛି।
Trending Photos
)
ନୂଆଦିଲ୍ଲୀ: ମଙ୍ଗଳବାର ଆଇପିଏଲର ୨୦ ତମ ମ୍ୟାଚ ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ଖାଳାଯାଇଥିଲା। ଫୁଲ ଫର୍ମରେ ଥିବା ମୁମ୍ବାଇ ପ୍ରତିଦ୍ୱନ୍ଦ୍ୱୀ ଉଭୟ ବ୍ୟାଟିଂ ଓ ବୋଲିଂରେ ଘାଇଲା କରିଛି। ଏହା ସହ ୫୭ ରନର ବଡ ବ୍ୟବଧାନରେ ମ୍ୟାଚକୁ ନିଜ ନାରେ କରିବା ସହ ପଏଣ୍ଟ ଟେବୁଲର ଶ୍ରୀର୍ଷରେ ପହଞ୍ଚିଛି।
ଅନ୍ୟ ଷ୍ଟାଡିୟମ ତୁଳନାରେ ଆବୁଧାବି ଗ୍ରାଉଣ୍ଡର ଆକାର ଟିକେ ବଡ। ତଥାପି ମଙ୍ଗଳବାର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଆଉ ୨୦ ଓଭରରେ ୪ ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ରୋହିତ ଓ ଡିକୋକଙ୍କ ଓପନିଂ ଯୋଡି ସଫଳ ହୋଇଥିଲା। ଦଳ ପକ୍ଷରୁ ଯୁବ ପ୍ରତିଭା ସୂର୍ଯ୍ୟ କୁମାର ଯାଦକ ଅପରାଜିତ ସର୍ବାଧିକ ୭୯ ରନ କରିଛନ୍ତି।
ବ୍ୟାଟିଂରେ ସଫଳ ହେଲା ପର ବୋଲିଂରେ ରାଜସ୍ଥାନକୁ ପାଣି ପିଆଇଥିଲେ ମୁମ୍ବାଇ ବୋଲର୍ସ। ୧୯୪ ରନକୁ ପିଛା କରୁଥିବା ରାଜସ୍ଥାନ ମାତ୍ରା ୧୩୬ ରନ କରି ଅଲଆଉଟ ହୋଇଯାଇଥିଲା। କୋବଳ ଜଶପ୍ରୀତ ବୁମରା ୪ଟି ୱିକେଟ ଝଡାଇଛନ୍ତି ଆଉ ବେକାର ଯାଇଛି ଜୋସ ବଟଲରଙ୍କ ୭୦ ରନ। କାରଣ ବଟଲରଙ୍କୁ ଛାଡି ଦେଲେ କୌଣସି ପ୍ଲେୟାର ୨୫ ରନ କରି ପାରି ନାହାନ୍ତି।
ପ୍ରଥମରୁ ହିଁ ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇପଡିଥିଲା। ପ୍ରଥମ ୩ ଓଭରରେ ୩ଟି ୱିକେଟ ହରାଇ ଦଳ ଘୋର ସଙ୍କଟରେ ପଡିଥିଲା। ଖାତା ନଖୋଲି ଓପନର ଯଶସ୍ୱୀ ଜୈସ୍ୱାଲ ଟ୍ରେଣ୍ଟ ବୋଲ୍ଚଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ଆଉ ଏକା ଶେଷ ସମୟ ପର୍ଯ୍ୟନ୍ତ ରାଜସ୍ଥାନର ପିଛା ଛାଡିନଥିଲା।
ସେପଟେ ଫୁଲ ଫର୍ମରେ ଥିବା ମୁମ୍ବାଇ ୪ର୍ଥ ବିଜୟ ସହ ଆଇପିଏଲ ପଏଣ୍ଟ ଟେବୁଲର ଶ୍ରୀର୍ଷରେ ପହଞ୍ଚି ଯାଇଛି। ବର୍ତ୍ତମାନ ସୁଦ୍ଧା ଦଳ ୬ଟି ମ୍ୟାଚ ଖେଳିଥିବା ବେଳେ ମାତ୍ର ୨ଟିରେ ପରାଜିତ ହୋଇଛି। ଏବେ ଆଇପିଏଲରେ ରାଜସ୍ଥାନର ସ୍ଥିତି ସଙ୍ଗୀନ ହୋଇପଡିଛି। ମୋଟ ୪ ପଏଣ୍ଟ ସହ ଟେବୁଲର ତଳ ଆଡୁ ୨ୟ ସ୍ଥାନରେ ଅଛି।