କୋଟିପତି ପକ୍ଷୀ! ପାରାଙ୍କ ନାମରେ ଅମାପ ସମ୍ପତ୍ତି, ବ୍ୟାଙ୍କରେ ଅଛି ଏତିକି ଟଙ୍କା
Advertisement

କୋଟିପତି ପକ୍ଷୀ! ପାରାଙ୍କ ନାମରେ ଅମାପ ସମ୍ପତ୍ତି, ବ୍ୟାଙ୍କରେ ଅଛି ଏତିକି ଟଙ୍କା

ରାଜସ୍ଥାନର ନାଗୌର ଜିଲ୍ଲାର ଜସନଗର ଗ୍ରାମରେ ପାରାଙ୍କ ନାମରେ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ଯେଉଥିରେ ଦୋକାନ ଗୃହ, ଜମି ଏବଂ ନଗଦ ଟଙ୍କା ଅଛି। ପାରାଙ୍କର ୨୭ଟି ଦୋକାନ, ୭୮ ଏକରରୁ ଅଧିକ ପରିମାଣର ଜମି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩୦ ଲକ୍ଷ ଟଙ୍କା ଅଛି।

ପ୍ରତିକାତ୍ମକ ଫଟୋ

ନାଗୌର: ଆପଣ କୋଟିପତି ମଣିଷଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି ପଶୁ ପକ୍ଷୀ ମଧ୍ୟ କୋଟିପତି ହୋଇପାରନ୍ତି? କଥାଟି ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ! ତଥାପି ସତ। କାରଣ ରାଜସ୍ଥାନର ନାଗୌର ଜିଲ୍ଲାର ଜସନଗର ଗ୍ରାମରେ ପାରାଙ୍କ ନାମରେ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି। ଯେଉଥିରେ ଦୋକାନ ଗୃହ, ଜମି ଏବଂ ନଗଦ ଟଙ୍କା ଅଛି। ପାରାଙ୍କର ୨୭ଟି ଦୋକାନ, ୭୮ ଏକରରୁ ଅଧିକ ପରିମାଣର ଜମି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩୦ ଲକ୍ଷ ଟଙ୍କା ଅଛି।

୪୦ ବର୍ଷ ପୂର୍ବେ ନାଗୌର ଜିଲ୍ଲାର ଜସନଗର ଗ୍ରାମର ପୂର୍ବତନ ସରପଞ୍ଚ ରାମଦିନ ଛୋଟିଆଙ୍କ ନିର୍ଦ୍ଦେଶ ଓ ଗ୍ରାମବାସୀଙ୍କ ସହଯୋଗରେ ପାରାଙ୍କ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇଥିଲା। ପାରା ସୁରକ୍ଷା ତଥା ନିୟମିତ ଖାଦ୍ୟ, ଜଳ ଯୋଗାଣ ପାଇଁ ଟ୍ରଷ୍ଟ ମାଧ୍ୟମରେ ସହରରେ ୨୭ଟି ଦୋକାନ ନିର୍ମାଣ କରି ସେମାନଙ୍କ ନାମରେ ନାମିତ କରାଗଲା। ବର୍ତ୍ତମାନ ଏହି ରୋଜଗାର ସହିତ ଟ୍ରଷ୍ଟ ଗତ ୩୦ ବର୍ଷ ହେଲା ପାରାଙ୍କୁ ପ୍ରାୟ ୪ ହଜାର ଟଙ୍କା ମୂଲ୍ୟରେ ଦୈନିକ ୩ ବସ୍ତା ଦାନା ଦେଉଛି।

Also Read: ଦୁଇ ଲକ୍ଷ ଅଭିମୁଖେ ଦୈନିକ କୋରୋନା ସଂକ୍ରମଣ, ନୂଆ ମାଇଲଖୁଣ୍ଡ ଡେଇଁଲା ଓମିକ୍ରନ୍

ପାରାଙ୍କର ନାମରେ ୧୦ଟି ବଡ ବଡ ଗୋଶାଳା ଅଛି, ଯେଉଁଠି ପ୍ରାୟ ୪୭୦ଟି ଗାଈ ରୁହନ୍ତି। ଟ୍ରଷ୍ଟ ଦ୍ୱାରା ଏହି ଗୋଶାଳା ପରିଚାଳିତ ହୁଏ। ଆବଶ୍ୟକ ପଡିଲେ ପାରାଙ୍କ ନାମରେ ଆଦାୟ ଟଙ୍କା ଗାଈଙ୍କ ଦାନା ପାଣି ପାଇଁ ଖର୍ଚ୍ଚ ହୁଏ। ଦୋକାନରୁ ଭଡା ସୂତ୍ରରୁ ଟ୍ରଷ୍ଟ ସମୁଦାୟ ମାସିକ ପ୍ରାୟ ୮୦ ହଜାର ଟଙ୍କା ଆୟ କରେ। ପାରାଙ୍କର ସ୍ଥାବର ସମ୍ପତ୍ତି ଆକାରରେ ୭୮ ଏକରରୁ ଅଧିକ ପରିମାଣ କୃଷି ଉପଯୋଗୀ ଜମି ଅଛି। ପାରାଙ୍କ ସୁରକ୍ଷା ପାଇଁ ରୋଜଗାର ଅର୍ଥ ଖର୍ଚ୍ଚ ହେବା ପରେ ବଳକା ଟଙ୍କାକୁ ଗାଁର ଏକ ବ୍ୟାଙ୍କରେ ଜମା ହୋଇଥାଏ, ଯାହା ଆଜି ପ୍ରାୟ ୩୦ ଲକ୍ଷ ଟଙ୍କା ହୋଇଛି।