Advertisement
Article Detail0/zeeodisha/odisha679594
Zee OdishaOdisha National-Internationalନିଜ ଯୁଦ୍ଧ ଜାହାଜ ଉପରେ ମିସାଇଲ ମାଡ଼ କଲା ଇରାନ, ୧୯ ନୌସୈନିକଙ୍କ ମୃତ୍ୟୁ

ନିଜ ଯୁଦ୍ଧ ଜାହାଜ ଉପରେ ମିସାଇଲ ମାଡ଼ କଲା ଇରାନ, ୧୯ ନୌସୈନିକଙ୍କ ମୃତ୍ୟୁ

ସଶସ୍ତ୍ର ବାହିନୀ ଏକ ବୟାନରେ କହିଛି ଯେ, ଦୁର୍ଘଟଣାରେ ଚାଳକ ଦଳର 19 ଜଣ ସଦସ୍ୟ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ତେହେରାନ: ଇରାନରେ ନୌସେନା ଅଭ୍ୟାସ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ନିଜ ଦେଶର ଯୁଦ୍ଧ ଜାହାଜ ଉପରେ ଭୁଲ ବଶତଃ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇନାନ । ନ୍ୟୁଜ୍ ଏଜେନ୍ସି ଓ ସେନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୯ ଜଣ ନାବିକଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ଗଣମାଧ୍ୟମ ଏଜେନ୍ସିର ୱେବସାଇଟ୍ ଅନୁଯାୟୀ, ରବିବାର ଅପରାହ୍ନରେ ଇସଲାମିକ୍ ରିପବ୍ଲିକର ଦକ୍ଷିଣ ଉପକୂଳରେ ଅବସ୍ଥିତ ବନ୍ଦର-ଇ-ଜାସ୍କ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ​​ଯେଉଁଥିରେ କୋଣାର୍କ ଜାହାଜ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଯୁଦ୍ଧ ଜାହାଜ ଏକ ଅଭ୍ୟାସ ଲକ୍ଷ୍ୟସ୍ଥଳକୁ ସ୍ଥାନାନ୍ତରିତ ହେବା ଓ ନିଜ ଲକ୍ଷ୍ୟ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ସୃଷ୍ଟି ନକରିବା କାରଣରୁ ଟାର୍ଗେଟରେ ପରିଣତ ହୋଇଥିଲା ।

ସଶସ୍ତ୍ର ବାହିନୀ ଏକ ବୟାନରେ କହିଛି ଯେ, ଦୁର୍ଘଟଣାରେ ଚାଳକ ଦଳର 19 ଜଣ ସଦସ୍ୟ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ସାମରିକ ଅଭ୍ୟାସ ସମୟରେ ଯୁଦ୍ଧ ଜାହାଜକୁ ନିଜର କ୍ଷେପଣାସ୍ତ୍ରର ଶିକାର ହେବାକୁ ପଡ଼ିଥିଲା । ଏହି ଦୁର୍ଘଟଣା ଓମାନ ଗଲ୍ଫରେ ଘଟିଛି । ଦୁର୍ଘଟଣା ସମ୍ପର୍କରେ ଆଉ କୌଣସି ସୂଚନା ଦିଆଯାଇ ନାହିଁ । ଅଧିକ ବୈଷୟିକ ଅନୁସନ୍ଧାନ ପାଇଁ ଯୁଦ୍ଧ ଜାହାଜକୁ କୂଳକୁ ଟାଣି ନିଆଯାଇଛି ।

ଅନ୍ୟ ଏକ ଇରାନ ଯୁଦ୍ଧ ଜାହାଜ ଦ୍ୱାରା ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରର କୋଣାର୍କକୁ ଶିକାର ହେବାକୁ ପଡ଼ିଲା ବୋଲି ନ୍ୟୁଜ୍ ଏଜେନ୍ସି 'ତସ୍ନିମ୍' ଇଂରାଜୀରେ ଏକ ଟ୍ୱିଟ୍ କରି କହିଛି । ଏଥିରେ ଆହତ ହୋଇଥିବା ୨ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଇଛି । ଉଲ୍ଲେଖନୀୟ କଥା ହେଉଛି, କୋଣାର୍କ ହେଉଛି ନେଦରଲ୍ୟାଣ୍ଡରେ ନିର୍ମିତ ଏକ ଲୋଜିଷ୍ଟିକ୍ ସପୋର୍ଟ ଜାହାଜ । ୧୯୭୯ରେ ଇସଲାମିକ ବିପ୍ଳବ ପୂର୍ବରୁ ଇରାନ ଏହାକୁ କିଣିଥିଲା ।  

Add Zee News as a Preferred Source
About the Author