ନିଜ ଯୁଦ୍ଧ ଜାହାଜ ଉପରେ ମିସାଇଲ ମାଡ଼ କଲା ଇରାନ, ୧୯ ନୌସୈନିକଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha679594

ନିଜ ଯୁଦ୍ଧ ଜାହାଜ ଉପରେ ମିସାଇଲ ମାଡ଼ କଲା ଇରାନ, ୧୯ ନୌସୈନିକଙ୍କ ମୃତ୍ୟୁ

ସଶସ୍ତ୍ର ବାହିନୀ ଏକ ବୟାନରେ କହିଛି ଯେ, ଦୁର୍ଘଟଣାରେ ଚାଳକ ଦଳର 19 ଜଣ ସଦସ୍ୟ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ତେହେରାନ: ଇରାନରେ ନୌସେନା ଅଭ୍ୟାସ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ନିଜ ଦେଶର ଯୁଦ୍ଧ ଜାହାଜ ଉପରେ ଭୁଲ ବଶତଃ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇନାନ । ନ୍ୟୁଜ୍ ଏଜେନ୍ସି ଓ ସେନା ଅନୁଯାୟୀ ଏହି ଦୁର୍ଘଟଣାରେ ୧୯ ଜଣ ନାବିକଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ଗଣମାଧ୍ୟମ ଏଜେନ୍ସିର ୱେବସାଇଟ୍ ଅନୁଯାୟୀ, ରବିବାର ଅପରାହ୍ନରେ ଇସଲାମିକ୍ ରିପବ୍ଲିକର ଦକ୍ଷିଣ ଉପକୂଳରେ ଅବସ୍ଥିତ ବନ୍ଦର-ଇ-ଜାସ୍କ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ​​ଯେଉଁଥିରେ କୋଣାର୍କ ଜାହାଜ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଯୁଦ୍ଧ ଜାହାଜ ଏକ ଅଭ୍ୟାସ ଲକ୍ଷ୍ୟସ୍ଥଳକୁ ସ୍ଥାନାନ୍ତରିତ ହେବା ଓ ନିଜ ଲକ୍ଷ୍ୟ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ସୃଷ୍ଟି ନକରିବା କାରଣରୁ ଟାର୍ଗେଟରେ ପରିଣତ ହୋଇଥିଲା ।

ସଶସ୍ତ୍ର ବାହିନୀ ଏକ ବୟାନରେ କହିଛି ଯେ, ଦୁର୍ଘଟଣାରେ ଚାଳକ ଦଳର 19 ଜଣ ସଦସ୍ୟ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ସାମରିକ ଅଭ୍ୟାସ ସମୟରେ ଯୁଦ୍ଧ ଜାହାଜକୁ ନିଜର କ୍ଷେପଣାସ୍ତ୍ରର ଶିକାର ହେବାକୁ ପଡ଼ିଥିଲା । ଏହି ଦୁର୍ଘଟଣା ଓମାନ ଗଲ୍ଫରେ ଘଟିଛି । ଦୁର୍ଘଟଣା ସମ୍ପର୍କରେ ଆଉ କୌଣସି ସୂଚନା ଦିଆଯାଇ ନାହିଁ । ଅଧିକ ବୈଷୟିକ ଅନୁସନ୍ଧାନ ପାଇଁ ଯୁଦ୍ଧ ଜାହାଜକୁ କୂଳକୁ ଟାଣି ନିଆଯାଇଛି ।

ଅନ୍ୟ ଏକ ଇରାନ ଯୁଦ୍ଧ ଜାହାଜ ଦ୍ୱାରା ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରର କୋଣାର୍କକୁ ଶିକାର ହେବାକୁ ପଡ଼ିଲା ବୋଲି ନ୍ୟୁଜ୍ ଏଜେନ୍ସି 'ତସ୍ନିମ୍' ଇଂରାଜୀରେ ଏକ ଟ୍ୱିଟ୍ କରି କହିଛି । ଏଥିରେ ଆହତ ହୋଇଥିବା ୨ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଇଛି । ଉଲ୍ଲେଖନୀୟ କଥା ହେଉଛି, କୋଣାର୍କ ହେଉଛି ନେଦରଲ୍ୟାଣ୍ଡରେ ନିର୍ମିତ ଏକ ଲୋଜିଷ୍ଟିକ୍ ସପୋର୍ଟ ଜାହାଜ । ୧୯୭୯ରେ ଇସଲାମିକ ବିପ୍ଳବ ପୂର୍ବରୁ ଇରାନ ଏହାକୁ କିଣିଥିଲା ।  

;