ପୁଣି ମହାକାଶରେ କଳ୍ପନା ଚାୱଲା !
X

ପୁଣି ମହାକାଶରେ କଳ୍ପନା ଚାୱଲା !

ସଫଳତାର ସହ ଲଞ୍ଚ ହେଲା ନାସାର ମିଶନ କଳ୍ପନା ଚାୱଲା । ଯାନ୍ତ୍ରୀକ ତ୍ରୁଟୀ ଯୋଗୁଁ ଗତ ୨୯ ତାରିଖରେ ଏହା ଅଧାରୁ ଅଟକିଥିବା ବେଳେ ଗତକାଲି ନର୍ଥରୋପ ଗ୍ରୁମ୍ୟାନର ଆନାରେସ ରକେଟର ସଫଳ ଉତକ୍ଷେପଣ ହୋଇଛି ।

ପୁଣି ମହାକାଶରେ କଳ୍ପନା ଚାୱଲା !

ୱାଶିଂଟନ: ପୁଣି ଥରେ ମହାକାଶକୁ ଗଲେ ବିଶ୍ୱର ପ୍ରଥମ ମହିଳା ମହାକଶଚାରୀ କଳ୍ପନା ଚାୱଲା ! ତାଙ୍କ ନାମରେ ନାମିତ ଏକ କାର୍ଗୋ ସ୍ପେସକ୍ରାଫ୍ଟକୁ ସଲଫଳତାର ସହ ମହାକଶକୁ ପଠାଇଛି ନାସା । ଆମେରିକୀୟ ସମୟ ଅନୁସାରେ ଗତକାଲି ରାତି ୯ଟା ୧୬ ବେଳେ ଆନାରେସ ରକେଟର ସଫଳ ଉତକ୍ଷେପଣ ହୋଇଛି ।

ଆନାରେସ ରକେଟ ସାହାଯ୍ୟରେ ସିଗ୍ନସ ଏନଜି-୧୪ ତଥା କଳ୍ପନା ଚାୱଲା ଏୟାରକ୍ରାଫ୍ଟକୁ ମହାକାଶକୁ ପଠାଯାଇଛି । ସୋମବାର ସକାଳ ସାଢେ ୭ଟା ବେଳେ ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିବ । ସେଥିପାଇଁ ସୋମବାର ସକାଳ ୩ଟା ୪୫ରୁ ଟିଭିରେ ଏହାର ସିଧାପ୍ରସାରଣ ହେବ ବୋଲି ନାସା କହିଛି ।
 
ପରିବହନ ଉଦ୍ଦେଶ୍ୟରେ ସିଗ୍ନସ ଏନଜି-୧୪କୁ ଡିଜାଇନ କରାଯାଇଛି । ଏଥିରେ ଏକାଥରକେ ପ୍ରାୟ ୩୬୨୮ କିଲୋଗ୍ରାମ ସାମଗ୍ରୀ ସ୍ପେସ ଷ୍ଟେସନକୁ ପଠାଯାଇପାରିବ । ବର୍ତ୍ତମାନ ସୁଦ୍ଧା ନର୍ଥରୋପ ଗ୍ରୁମ୍ୟାନ କମ୍ପାନୀର ୧୪ଟି ମହାକାଶ ଯାନ ଉଡାଣ ଭରିଲାଣି । ଗତ ୨୯ ତାରିଖରେ କଳ୍ପନା ଚାୱଲା ଲଞ୍ଚ ହେବାର ଥିଲା । କିନ୍ତୁ କୌଣସି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା ।

Trending news