Mizoram Rains: ଦିନରେ ହୋଇଗଲା ରାତି, କୁଆପଥର ବର୍ଷା ଏବଂ ଧୂଳି ଝଡ଼ରେ ଗଲା ଉଭେଇ
topStories0hindi1614902

Mizoram Rains: ଦିନରେ ହୋଇଗଲା ରାତି, କୁଆପଥର ବର୍ଷା ଏବଂ ଧୂଳି ଝଡ଼ରେ ଗଲା ଉଭେଇ

Mizoram Weather Update: ମାର୍ଚ୍ଚ ୧୮ ତାରିଖ ରବିବାର ପର୍ଯ୍ୟନ୍ତ ମିଜୋରାମରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏକ ସ୍ଥାନୀୟ ଗଣମାଧ୍ୟମ କହିଛି। ଆସନ୍ତା  ୧୫ ମାର୍ଚ୍ଚରୁ ୧୭ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଏବଂ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରାଯାଇଛି। 

Mizoram Rains: ଦିନରେ ହୋଇଗଲା ରାତି, କୁଆପଥର ବର୍ଷା ଏବଂ ଧୂଳି ଝଡ଼ରେ ଗଲା ଉଭେଇ

Mizoram Weather: ଦିନ ଦ୍ୱିପ୍ରହରେ ଅଚାନକ ହୋଇ ଯାଇଥିଲା ରାତି। କୁଆପଥର ବର୍ଷା ଏବଂ ଧୂଳି ଝଡ଼ କାରଣରୁ ଉଭେଇ ଯାଇଥିଲେ ଦିନ। ମାର୍ଚ୍ଚ ୧୫ ତାରିଖ ବୁଧବାର ଦେଶର ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ଦେଖିବାକୁ ମିଳିଥିଲା ପାଣିପାଗର ଏଭଳି ଅବସ୍ଥା। ଦିନ ସମୟରେ ରାଜ୍ୟର ଅନେକ ସ୍ଥାନ ଅନ୍ଧାକାରମୟ ହୋଇଯାଇଥିଲା। ଦିନ ଗୋଟାଏ ସମୟରେ ରାଜ୍ୟରେ ଏକ ଅଜବ ଧରଣର ପାଣିପାଗ ଦୃଶ୍ୟମାନ ହୋଇଥିଲା। ରାଜଧାନୀ ଆଇଜଲ୍ ସମେତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ଯେପରି ଦିନ ରାତିରେ ପରିଣତ ହୋଇଗଲା। ଏହା ବ୍ୟତୀତ ପ୍ରବଳ ପବନ, ଧୂଳି ଝଡ, ବର୍ଷା ଏବଂ କୁଆପଥର ମଧ୍ୟ ଦେଖିବାକୁ ମିଳିଥିଲା।

ଏଭଳି ପାଣିପାଗ କାରଣରୁ ଦିନ ବେଳା ଷ୍ଟ୍ରିଟ୍ ଲ୍ୟାମ୍ପ୍ ଜଳୁଥିବାର ଦେଖିବାକୁ ମିଳିଥିଲା। ଯାହା ସାଧାରଣତଃ ରାତି ସମୟରେ ଦେଖିବାକୁ ମିଳିଥାଏ। ଏହି କାରଣରୁ ଯାତାୟତ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ରାସ୍ତାରେ ଗାଡି଼ ମଟର ବେଗ ଧୀମେଇ ଯାଇଥିଲା। ସେତେବେଳେ ବିଭିନ୍ନ ଗାଡିର ଆଲୋକ ଜଳୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ  ସୋସିଆଲ ମିଡ଼ିଆ ୟୁଜର ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବୁଧବାର ଦିନ ପ୍ରାୟ ସାଢେ ଗୋଟାଏ ସମୟରେ କେତେକ ଅଞ୍ଚଳରେ ଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ସହିତ କୁଆ ପଥର ବର୍ଷା ମଧ୍ୟ ହୋଇଥିଲା। ଏହି କାରଣରୁ କେତେକ ସ୍ଥାନରେ ଗଛ ଲତା ସହ ଏହାର ଭାଙ୍ଗିଯିବା ଭଳି ଘଟଣା ଘଟିଥିଲା। ଏହା ସହିତ ଏହା ବିଦ୍ୟୁତ୍ ଯୋଗାଣ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ଏଭଳି ପାଣିପାଗ ମିଜୋରାମର ଉତ୍ତର ଭାଗରେ ଅବସ୍ଥିତ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା। ମାର୍ଚ୍ଚ ୧୮ ତାରିଖ ରବିବାର ପର୍ଯ୍ୟନ୍ତ ମିଜୋରାମରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏକ ସ୍ଥାନୀୟ ଗଣମାଧ୍ୟମ କହିଛି।

ଏଭଳି ଅଜବ ଧରଣର ଘଟଣାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ ପ୍ରତିକ୍ରିୟା ରଖି ଜଣେ ସୋସିଆଲ ମିଡ଼ିଆ ୟୁଜର କିଛି ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ ମାର୍ଚ୍ଚ ୧୫ ତାରିଖ ମଧ୍ୟାହ୍ନରେ ମିଜୋରାମରେ ଅନ୍ଧକାରର ଦିନ।

 

ଅନ୍ୟଜଣେ ୟୁଜର ଲେଖିଛନ୍ତି, ବୁଧବାର ଦ୍ୱିପ୍ରହର ସମୟରେ ମିଜୋରାମ ରାଜଧାନୀ ଆଇଜାୱଲ ସହର।  ମଣିପୁରର କିଛି ଅଞ୍ଚଳରେ ହାଲୁକାରୁ ପ୍ରବଳ କୁଆପଥର ମାଡ ମଧ୍ୟ ହୋଇଥିଲା। 

ଆଉଜଣେ ଉପଭୋକ୍ତା ସମୟ କହିବାକୁ ତାଙ୍କ ଭିଡିଓ ମାଧ୍ୟମରେ ଏକ ଘଣ୍ଟା ଦେଖାଇଥିଲେ।

ଭାରତୀୟ ପାଣିପାଗ ବିଭାଗ ମିଜୋରାମ ପାଇଁ ପୂର୍ବରୁ ଅରେଞ୍ଜ ଆଲର୍ଟ ଜାରି କରିସାରିଛି। ଆଇଏମଡି଼ ଅନୁଯାୟୀ ୧୫ ମାର୍ଚ୍ଚରୁ ୧୭ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଏବଂ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରାଯାଇଛି।  ୧୬ ମାର୍ଚ୍ଚରୁ ଏକ ନୂତନ ସକ୍ରିୟ ପାଶ୍ଚାତ୍ୟ ବିଭ୍ରାଟ ଉତ୍ତର-ପୂର୍ବ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଆଇଏମଡ଼ି ପୂର୍ବାନୁମାନ କରିଛି।

Trending news