ଟିକା ନ ଲଗାଇଲେ ବିଧାନସଭାରେ ବିଧାୟକଙ୍କୁ ମିଳିବନି ଏଣ୍ଟ୍ରି, ବାଚସ୍ପତିଙ୍କ ଆଦେଶ
Advertisement

ଟିକା ନ ଲଗାଇଲେ ବିଧାନସଭାରେ ବିଧାୟକଙ୍କୁ ମିଳିବନି ଏଣ୍ଟ୍ରି, ବାଚସ୍ପତିଙ୍କ ଆଦେଶ

ସାରା ଦେଶରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ ଜାରି ରହିଛି । ଏହି ସମୟରେ ଏହି ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ (Vaccination) ଉପରେ ଜୋର ଦିଆଯାଉଛି । ଯାହା ଫଳରେ ସରକାର ଟିକାକରଣ ଅଭିଯାନକୁ ଜୋରସରରେ ଚଳାଇଛନ୍ତି । ଏହି ସମୟରେ ଯେଉଁ ବିଧାୟକମାନେ କୋରୋନା ଟିକା ଲଗାଇ ନାହାଁନ୍ତି, ସେମାନେ ବିହାର ବିଧାନସଭା (Bihar Assembly) ର

ଟିକା ନ ଲଗାଇଲେ ବିଧାନସଭାରେ ବିଧାୟକଙ୍କୁ ମିଳିବନି ଏଣ୍ଟ୍ରି, ବାଚସ୍ପତିଙ୍କ ଆଦେଶ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ ଜାରି ରହିଛି । ଏହି ସମୟରେ ଏହି ମହାମାରୀକୁ ମାତ୍ ଦେବା ପାଇଁ ଟିକାକରଣ (Vaccination) ଉପରେ ଜୋର ଦିଆଯାଉଛି । ଯାହା ଫଳରେ ସରକାର ଟିକାକରଣ ଅଭିଯାନକୁ ଜୋରସରରେ ଚଳାଇଛନ୍ତି । ଏହି ସମୟରେ ଯେଉଁ ବିଧାୟକମାନେ କୋରୋନା ଟିକା ଲଗାଇ ନାହାଁନ୍ତି, ସେମାନେ ବିହାର ବିଧାନସଭା (Bihar Assembly) ରେ ପ୍ରବେଶ କରିବାକୁ ଅନୁମତି ପାଇବେ ନାହିଁ । ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା (Assembly Speaker Vijay Kumar Sinha) ଏକ ନୂତନ ଆଦେଶ ଜାରି କରିଛନ୍ତି । ବିହାରରେ ଆଗାମୀ କିଛି ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ, ଏଭଳି ପରିସ୍ଥିତିରେ ଟିକା (Vaccine) ଲଗାଇ ନଥିବା ବିଧାୟକମାନେ (MLAs) ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ:-ନିଜକୁ ହିନ୍ଦୁ କହି ତିନି ସନ୍ତାନର ମା' ସହ କଲା ବିବାହ, ଏମିତି ସାମ୍ନାକୁ ଆସିଲା ସତ

ବାଚସ୍ପତି ବିଜୟ କୁମାର ସିହ୍ନା (Assembly Speaker Vijay Kumar Sinha) ଙ୍କ ଏହି ଆଦେଶ ଯୋଗୁଁ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ (Tejashwi Yaav) ଓ ତେଜ ପ୍ରତାପ ଯାଦବ (Tej Pratap Yadav) ସବୁଠାରୁ ବଡ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଉଭୟ ଏପର୍ଯ୍ୟନ୍ତ ଟିକା ନେଇ ନାହାଁନ୍ତି । ଏହି ଟିକା ନେବାରେ ସେ ଶେଷ ବ୍ୟକ୍ତି ହେବେ ବୋଲି ତେଜସ୍ୱୀ ଯାଦବ କହିଛନ୍ତି । ତାଙ୍କର ଚିନ୍ତାଧାରା ହେଉଛି ପ୍ରଥମେ ସାଧାରଣ ଲୋକଙ୍କୁ ଟିକା ଲଗାଯିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଜମ୍ମୁ କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବଡ଼ ବୈଠକ: ଜାଣନ୍ତୁ ଆସୁଛନ୍ତି କେଉଁ କେଉଁ ନେତା, ଦେଖନ୍ତୁ ପୁରା ଲିଷ୍ଟ୍

ବାସ୍ତବରେ ବାଚସ୍ପତି ବିଜୟ କୁମାର ସିହ୍ନା ସମସ୍ତ ବିଧାୟକଙ୍କୁ ମୌସୁମୀ ଅଧିବେଶନ ପୂର୍ବରୁ ସପରିବାର ଟିକା ଲଗାଇବାକୁ ନିବେଦନ କରିଛନ୍ତି । ଏହା ସହିତ ସେମାନଙ୍କ ଅଞ୍ଚଳର ଲୋକଙ୍କୁ ମଧ୍ୟ ଟିକା ଲଗାଇବାକୁ ଉତ୍ସାହିତ କରିବାକୁ କୁହାଯାଇଛି । ସେ କହିଛନ୍ତି ଯେ ଯେଉଁ ବିଧାୟକଙ୍କ ସହଯୋଗରେ ସେମାନଙ୍କ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଟିକା ଲଗାଯିବ, ସେମାନଙ୍କୁ ବିଧାନସଭାରେ ସମ୍ମାନିତ କରାଯିବ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ

ବାଚସ୍ପତି ଆହୁରି କହିଛନ୍ତି ଯେ, ଟିକାକରଣ ହେଉଛି କୋରୋନା ବିରୁଦ୍ଧରେ ସର୍ବୋତ୍ତମ ସୁରକ୍ଷା କବଚ । ଜନ ପ୍ରତିନିଧୀ ହେବା ଯୋଗୁଁ ଆମର ଦାୟିତ୍ୱ ବଢିଯାଇଥାଏ । ବିଧାୟକଙ୍କୁ ସାଧାରଣ ଜନତାଙ୍କ ଚିନ୍ତା ରହିଥାଏ । ଜନ ପ୍ରତିନିଧୀ, ରାଜନୈତିକ, ସାମାଜିକ ତଥା ଧାର୍ମିକ କର୍ମକର୍ତ୍ତାମାନେ ଟିକାକରଣ ପାଇଁ ଉତ୍ସାହିତ କରିବା ଦ୍ୱାରା ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଯିବ ।