ଉଡନ୍ତା ବିମାନରେ ମୋବାଇଲ ଫାଟିଲା
Advertisement

ଉଡନ୍ତା ବିମାନରେ ମୋବାଇଲ ଫାଟିଲା

DGCAର କହିବା ଅନୁସାରେ, ଗୁରୁବାର ଡିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବା IndiGo 6E 2037 ବିମାନରେ ଆତଙ୍କ ଖେଳିଯାଇଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ ଜଣେ ଯାତ୍ରୀଙ୍କ ମୋବାଇଲରେ ପ୍ରଥମେ ଧୁଆଁ ବାହାରିଥିଲା। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ। ଏହା ଏକ ସାମାନ୍ୟ ଘଟଣା ନଥିଲା। ଉପସ୍ଥିତ ବୁଦ୍ଧି ଯୋଗୁଁ ବିପଦ ଟଳିଗଲା ସତ, କିନ୍ତୁ ବିମାନରେ ବସିଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗୁରୁବାର ଏଭଳି ଏକ ଘଟଣା ଡିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବା IndiGo ବିମାନରେ ଘଟିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଘଟଣାକୁ ନେଇ DGCA କର୍ତ୍ତୃପକ୍ଷ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।  

DGCAର କହିବା ଅନୁସାରେ, ଗୁରୁବାର ଡିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବା IndiGo 6E 2037 ବିମାନରେ ଆତଙ୍କ ଖେଳିଯାଇଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ ଜଣେ ଯାତ୍ରୀଙ୍କ ମୋବାଇଲରେ ପ୍ରଥମେ ଧୁଆଁ ବାହାରିଥିଲା। ପରେ ସେଥିରେ ନିଆଁ ଲାଗିଯାଇଥିଲା। କ୍ୟାବିନ କ୍ରିୟୁ ମେମ୍ବର ଏହାର ଖବର ପାଇ ତୁରନ୍ତ ସେହି ସ୍ଥାନକୁ ଯାଇଥିଲେ। ସେ ନିଜର ଉପସ୍ଥିତ ବୁଦ୍ଧି ଲଗାଇ fire extinguisherର ବ୍ୟବହାର କରି ନିଆଁକୁ ଲିଭାଇଥିଲେ।

Also Read: ଚତୁର୍ଥ ଲହର ଅଭାସ; ପୁଣି ବଢ଼ିଲା କୋରୋନା ସଂକ୍ରମଣ, ସ୍କୁଲ୍ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ମୋବାଇଲରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନାହିଁ। କିନ୍ତୁ DGCA ଏକ ବିବୃତ୍ତି ଜାରି କରିଛି, ଯେଉଥିରେ କୁହାଯାଇଛି ଯେ, ବିମାନରେ ଥିବା ଯାତ୍ରୀଙ୍କ ମୋବାଇଲ ଫୋନ ଅସ୍ୱଭାବିକ ଭାବେ ଗରମ ହୋଇଯାଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। କିନ୍ତୁ ବିମାନଟିକୁ ସୁରକ୍ଷିତ ଭାବେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ଯଦି କୌଣସି କାରଣରୁ ମୋବାଇଲଟିରେ ବଡଧରଣର ବିସ୍ଫୋରଣ ହୋଇଥିଲେ ବିମାନରେ ନିଆଁ ଲାଗିଯାଇଥାନ୍ତା। ତେବେ ଏକ ବଡ ଅଘଟଣ ଘଟିଥାନ୍ତା। ତେଣୁ ବ୍ୟବସ୍ଥା ଅନୁଯାୟୀ DGCA କର୍ତ୍ତୃପକ୍ଷ ଚିନ୍ତା କରିବା ଦରକାର, ଏଭଳି କ୍ଷେତ୍ରରେ ମୋବାଇଲକୁ କିପରି ଭାବେ ସୁରକ୍ଷିତ ରଖି ଯାତ୍ରୀମାନେ ବିମାନ ଯାତ୍ରା କରିପାରିବେ। କାରଣ ମୋବାଇଲ ପରି ସମ୍ବେଦନଶୀଳ ବୈଦ୍ୟୁତିକ ଉପକରଣରେ ଲାଗିଥିବା ବ୍ୟାଟେରୀରେ ଲିଥିୟମ ବ୍ୟବହାର କରାଯାଇଥାଏ, ଯାହା ଏକ ବିସ୍ଫରୋକ ପରି ଉପାଦେୟ ଅଟେ। ଏହାକୁ ଦୃଷ୍ଟିରେ ରଖି ବିମାନ କର୍ତ୍ତୃପକ୍ଷ ଏକ ଟେକନିକାଲ ଟିମ ଗଠନ କରିବା ଆବଶ୍ୟକ ଅଛି।