ତୃତୀୟ ପର୍ଯ୍ୟାୟରେ ଧୋକା! ମଡର୍ଣ୍ଣା ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା
Advertisement

ତୃତୀୟ ପର୍ଯ୍ୟାୟରେ ଧୋକା! ମଡର୍ଣ୍ଣା ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା


କୋରୋନା ଟିକାକୁ ନେଇ ଆସିଲା ଆଉ ଏକ ଚିନ୍ତାଜନକ ଖବର। ମଡର୍ଣ୍ଣା ଟିକା ନେଲା ପରେ ଜଣେ ସ୍ୱେଚ୍ଛାସେବୀଙ୍କ ନିକଟରେ ଏହାର ପାଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଡିଜାଇନ ଫଟୋ

ୱାଶିଂଟନ: ଖୁବଶୀଘ୍ର ହେବ ମହାମାରୀ କୋରୋନାର ବଧ। ଏଥିପାଇଁ ତିଆରି ହେଲାଣି ବ୍ରହ୍ମାସ୍ତ୍ର। ଟିକା ରୂପରେ ବିଶ୍ୱର ଅନେକ ଅଗ୍ରଣୀ କମ୍ପାନୀ କୋରୋନାର ନିରାକରଣ ପ୍ରସ୍ତୁତ କରିଛନ୍ତି। ଏଥିରେ ଆଗୁଆ ରହିଛନ୍ତି ପ୍ରମୁଖ ଫାର୍ମା କମ୍ପାନୀ ଫାଇଜର ଓ ମଡର୍ଣ୍ଣା। କିନ୍ତୁ ଏହି ମଡର୍ଣ୍ଣା ଟିକାରେ ପାଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ସୂଚନା ମିଳିଛି।

ବର୍ତ୍ତମାନ ମଡର୍ଣ୍ଣା ଓ ଫାଇଜରର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି। ଏହା କୋରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରାୟ ୯୦ ପ୍ରିତିଶତ ଫଳପ୍ରଦ ବୋଲି ଡାକ୍ତରମାନେ ମତ ଦିଅନ୍ତି। ଆସନ୍ତାମସ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ନେଇ କମ୍ପାନୀ ଆଶା କରାଯାଉଛି। କିନ୍ତୁ ଏହି ସମୟରେ ମଡର୍ଣ୍ଣା ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

କରୋଲିନା ବିଶ୍ୱ ବିଦ୍ୟାଳୟର ଜଣେ ସ୍ୱଚ୍ଛାସେବୀଙ୍କଠାରେ ମଡର୍ଣ୍ଣା ଚିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଟିକାକରଣ ପରେ ସେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଜ୍ୱର ହେବା ସହ ଶରୀର ପୀଡା ଓ ଥକ୍କାପଣ ଅନୁଭବ ହୋଇଥିଲା। ତବେ ଏଥିରେ ଚିନ୍ତିତ ନ ହେବାକୁ ଜନସାଧାରଣଙ୍କୁ ସ୍ୱଚ୍ଛାସେବୀ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ, କୋରୋନାକୁ ହରାଇବାକୁ ହେଲେ ଟିକା ନିହାତି ଜରୁରୀ। ଏହାକୁ ନେଲା ପରେ ସାମାନ୍ୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଛି। କିନ୍ତୁ ତାହା ବିପଦଜନକ ନୁହେଁ। ତେଣୁ ଲୋକେ ଭୟଭୀତ ନ ହୋଇ ନିଜକୁ ଟିକାକରଣ କରାନ୍ତୁ।