ଉଦ୍ୟାଗପତିଙ୍କୁ ମୋଦିଙ୍କ ଉଦବୋଧନ
Trending Photos
)
ନୂଆଦିଲ୍ଲୀ: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(CII)ର ୧୨୫ ବର୍ଷ ପୂର୍ତ୍ତି ଅବସରରେ ଉଦ୍ୟାଗପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ମୁକାବିଲା ଦିଗରେ ଭାରତ କିପରି ଉଦ୍ୟମ ଜାରି ରଖିଛି, ସେନେଇ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ । ମଣିଷ ପ୍ରତ୍ୟେକ ସମସ୍ୟାର ସମାଧାନ ରାସ୍ତା ଖୋଜି ନିଏ । ଏବେ ଆମକୁ ଦେଶବାସୀଙ୍କ ଜୀବନ ବଞ୍ଚାଇବାର ଅଛି । ଅର୍ଥବ୍ୟବସ୍ଥାକୁ ମଧ୍ୟ ବଢ଼ାଇବାର ଅଛି । ଯଦି ବିଶ୍ୱବ୍ୟାପି ଦେଖିବା, ତେବେ ଭାରତ ଭଲ ସ୍ଥିତିରେ ରହିଛି । ଆତ୍ମନିର୍ଭର ଭାରତ ଆମ ସମସ୍ତଙ୍କ ପ୍ରଥାମିକତା ବୋଲି କହିଛନ୍ତି ମୋଦି ।
ସେହିପରି ଦେଶରେ ଜିଡିପି ଅଭିବୃଦ୍ଧି ହାର ହ୍ରାସ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି । ଆମେ ପୁଣିଥରେ ଅଭିବୃଦ୍ଧି ହାରକୁ ହାସଲ କରିନେବା ବୋଲି ସେ କହିଛନ୍ତି । ଅନଲକ୍ ୧ରେ ଅର୍ଥବ୍ୟବସ୍ଥାକୁ ପୁଣିଥରେ ଖୋଲାଯିବ । ଭାରତର କୃଷକ ଏବଂ ଉଦ୍ୟାଗପତିଙ୍କ ଉପରେ ମୋର ସମ୍ପୁର୍ଣ୍ଣ ବିଶ୍ୱାସ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଭାରତ ଏବେ ଲକଡାଉନକୁ ଛାଡ଼ି ଅନଲକ ୧ରେ ପ୍ରବେଶ କରିସାରିଲାଣି । ଭାରତ ଉପରେ କ୍ଷମତା ଉପରେ ଆପଣ ବିଶ୍ୱାସ ରଖନ୍ତୁ । ଆମେ ନିଶ୍ଚିତ ଭାବେ ପୁଣିଥରେ ବିକାଶ ହାରକୁ ହାସଲ କରିନେବା । କୋରୋନା ଭାଇରସ୍ ସହ ଲଢ଼ିବା ପାଇଁ ଆମକୁ କୋଠୋର ପଦକ୍ଷେପ ନେବାର ଅଛି । ସେହିପରି ଅର୍ଥବ୍ୟବସ୍ଥାର ସୁରକ୍ଷା ପାଇଁ ମଧ୍ୟ କାମ କରିବାର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତକୁ ନେଇ ସମଗ୍ର ବିଶ୍ୱ ବହୁତ କିଛି ଆଶା ରଖିଛି । ମାତ୍ର ୩ ମାସରେ ଆମେ କୋଟି କୋଟି ପିପିଆଇ ଉତ୍ପାଦନ କରିବାରେ ସଫଳ ହୋଇଛେ । ସେହିପରି ଛୋଟ ଛୋଟ ଉଦ୍ୟାଗ ଦେଶର ଇଞ୍ଜିନ ଅଟନ୍ତି । ଭାରତ ପାଖରେ କ୍ଷମତା ଓ ପ୍ରତିଭା ରହିଛି । ଏବେ ଆପଣ ଏମିତି ଜିନିଷ ଉତ୍ପାଦନ କରନ୍ତୁ, ଯାହା ମେକ ଇନ୍ ଇଣ୍ଡିଆ ଓ ମେଡ୍ ଫର ୱାର୍ଲ୍ଡ ବୋଲି ଉଦ୍ୟାଗପତିକୁ ଉତ୍ସାହିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।