ମହିଳାଙ୍କ କଥା ଶୁଣି କାନ୍ଦିଲେ ମୋଦି !
Advertisement

ମହିଳାଙ୍କ କଥା ଶୁଣି କାନ୍ଦିଲେ ମୋଦି !

ଭଗବାନଙ୍କୁ ଦେଖିନି, ଆପଣଙ୍କୁ ଦେଖିଛି...

ମହିଳାଙ୍କ କଥା ଶୁଣି କାନ୍ଦିଲେ ମୋଦି !

ନୂଆଦିଲ୍ଲୀ: ଭଗବାନଙ୍କୁ ଦେଖିନି, ଆପଣଙ୍କୁ ଦେଖିଛି । ଆଉ ଆପଣ ହିଁ ମୋର ଭଗବାନ । ମୋତେ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି । ଏଭଳି କିଛି କଥା ଶୁଣି ବେଶ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ  ଦ୍ୱିତୀୟ ଜନୌଷଧି ଦିବସରେ  ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରୁଥିବା ଅବସରରେ ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଥିଲା । 

ଘଟଣାଟି ଏହିପରି । ଆଜି ଦ୍ୱିତୀୟ ଜନଔଷଧି ଦିବସ ଉପଲକ୍ଷେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଜନଔଷଧି ଯୋଜନାର ଲାଭ ଉଠାଉଥିବା କିଛି ରୋଗୀଙ୍କ ସହିତ ମଧ୍ୟ କଥା ହୋଇଥିଲେ । ଏହି ସମୟରେ ଦୀପା ନାମକ ଜଣେ ରୋଗୀ ତାଙ୍କ ସମସ୍ୟା ସମ୍ପର୍କରେ କହିଥିଲେ । 

ଦୀପା କହିଥିଲେ କି ମୁଁ କିଛି ବର୍ଷ ପୂର୍ବରୁ ପାରାଲାଇସିସ ରୋଗରେ ଆକ୍ରାନ୍ତ ହୋଇଥିଲି । ଏଥିପାଇଁ ମୁଁ ଡାକ୍ତରଙ୍କୁ ଦେଖାଇଥିଲି । ମାତ୍ର ଡାକ୍ତରଙ୍କ ଠାରୁ ନୈରାଶ୍ୟଜନକ ବାଣୀ ମୋତେ ଶୁଣିବାକୁ ପାଇଥିଲି । ବଞ୍ଚିବାର ଆଶା ଛାଡ଼ିଦେଇଥିଲି । ସେହି ସମୟରେ ଚିକିତ୍ସା ମୋର ଖର୍ଚ୍ଚ ପ୍ରାୟ ୫ ରୁ ୬ ହଜାର ଟଙ୍କା ଆସୁଥିଲା । ସେହି ଖର୍ଚ୍ଚ ଉଠାଇବା ମୋ ପାଇଁ ବେଶ କଠିକାର ପାଠ ଥିଲା ବୋଲି ଦୀପା କହିଥିଲେ । 

ସେ ଆହୁରି ମଧ୍ୟ କହିଥିଲେ କି, ମୁଁ ଜନଔଷଧୀ ଯୋଜନା ସମ୍ପର୍କରେ ଜାଣିବା ପରେ ମୁଁ ଏହି ଔଷଧ କିଣିଥିଲି । ମୋର ଔଷଧ କିଣିବା ବାବଦରେ ଖର୍ଚ୍ଚ କମିଛି । ବଳକା ଅର୍ଥରେ ମୁଁ ଫଳମୂଳ କିଣି ଖାଉଛି । ପୂର୍ବରୁ ମୁଁ କଥାବାର୍ତ୍ତା କରିପାରୁନଥିଲି । ବର୍ତ୍ତମାନ କଥାବାର୍ତ୍ତା ମଧ୍ୟ କରିପାରୁଛି ବୋଲି ଦୀପା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି, ମୁଁ ଭଗବାନଙ୍କୁ ଦେଖିନାହିଁ । କିନ୍ତୁ ଭଗବାନଙ୍କ ରୂପରେ ଆପଣଙ୍କୁ ଦେଖିଛି । ଆପଣ ହିଁ ଭଗବାନ । ଆପଣଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ମଧ୍ୟ ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ କହିଥିଲେ । 

ଏତିକି କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟଦ୍ୱିତୀୟ ଜନଔଷଧି ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମୋଦି ଜନଔଷଧିର ସମ୍ପର୍କରେ ସୂଚନା ଦେଇଥିଲେ । ମୋଦି କହିଥିଲେ କି, ଦେଶରେ ପ୍ରାୟ ୬ ହାଜରରୁ ଊର୍ଦ୍ଧ୍ୱ ଜନଔଷଧି କେନ୍ଦ୍ର ଖୋଲାଯାଇଛି । ଏହା ମାଧ୍ୟମରେ ଲୋକମାନେ ରୋଗୀ ଔଷଧ କିଣୁଛନ୍ତି । ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କର ପ୍ରାୟ ୨ ରୁ ଅଢେଇ ହଜାର କୋଟି ଟଙ୍କା ବଞ୍ଚିଥିବା ସେ ସୂଚନା ଦେଇଥିଲେ ।