Advertisement
Article Detail0/zeeodisha/odisha666735
Zee OdishaOdisha National-Internationalଲକ୍ ଡାଉନ୍ ହଟାଇବା ପାଇଁ ସରକାରଙ୍କ ନୂଆ ରଣନୀତି, ପ୍ରସ୍ତୁତି କରାଯାଉଛି ରେଡ୍, ଅରେଞ୍ଜ୍, ଗ୍ରୀନ୍ ଜୋନ୍

ଲକ୍ ଡାଉନ୍ ହଟାଇବା ପାଇଁ ସରକାରଙ୍କ ନୂଆ ରଣନୀତି, ପ୍ରସ୍ତୁତି କରାଯାଉଛି ରେଡ୍, ଅରେଞ୍ଜ୍, ଗ୍ରୀନ୍ ଜୋନ୍

ଏଠାରେ କହି ରଖୁଛୁ ଯେ, ଦେଶରେ ବୃଦ୍ଧି ପାଉଥିବା କୋରୋନା ଭୂତାଣୁ ମାମଲାକୁ ଦୃଷ୍ଟିରେ ରଖି ୨୧ ଯାଏ ଲକ୍ ଡାଉନ୍ କରାଯାଇଥିଲା । ଯଦିଓ ଏହାର ବୃଦ୍ଧି ହେବାର ସଙ୍କେତ ମଧ୍ୟ ମିଳୁଛି । ସରକାର ଲକ୍ ଡାଉନକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।

ଲକ୍ ଡାଉନ୍ ହଟାଇବା ପାଇଁ ସରକାରଙ୍କ ନୂଆ ରଣନୀତି, ପ୍ରସ୍ତୁତି କରାଯାଉଛି ରେଡ୍, ଅରେଞ୍ଜ୍, ଗ୍ରୀନ୍ ଜୋନ୍

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ-19 (COVID-19) ଯୋଗୁଁ ଭାରତରେ ୨୭୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ କୋରୋନା ସଂକ୍ରମଣ (Coronavirus Cases)ର ୮,୩୫୬ ମାମଲା ରିପୋର୍ଟ ହୋଇଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୯୦୯ଟି କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏହାସହ ୩୪ ଜଣ ଲୋକ ପ୍ରାଣ ହରାଇଛନ୍ତି । 

ଏଠାରେ କହି ରଖୁଛୁ ଯେ, ଦେଶରେ ବୃଦ୍ଧି ପାଉଥିବା କୋରୋନା ଭୂତାଣୁ ମାମଲାକୁ ଦୃଷ୍ଟିରେ ରଖି ୨୧ ଯାଏ ଲକ୍ ଡାଉନ୍ କରାଯାଇଥିଲା । ଯଦିଓ ଏହାର ବୃଦ୍ଧି ହେବାର ସଙ୍କେତ ମଧ୍ୟ ମିଳୁଛି । ସରକାର ଲକ୍ ଡାଉନକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।

ଏହି କ୍ରମରେ ଲକ୍ ଡାଉନ୍ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଦେଶକୁ ୩ଟି ଜୋନରେ ବିଭକ୍ତ କରିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ଅଧୀନରେ ସବୁଜ, କମଳା ଏବଂ ରେଡ୍ ଜୋନ୍ ତିଆରି କରାଯାଉଛି । ଏହି ଜୋନ୍ ଅନୁଯାୟୀ ଲକ୍ ଡାଉନ୍ କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଚାରି ଘଣ୍ଟିଆ ମାରାଥନ୍ ବୈଠକରେ ୨ ସପ୍ତାହ ପାଇଁ ଲକ୍ ଡାଉନ୍ ବଢ଼ାଇବା ସହମତି ହୋଇଥିଲେ ମଧ୍ୟ ଏହାକୁ ଧୀରେ ଧୀରେ ହଟାଯିବା ଆବଶ୍ୟକ ବୋଲି ସମସ୍ତଙ୍କ ମତ ଥିଲା । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ କୋରୋନା ଠାରୁ ଲୋକଙ୍କ ଜୀବନ ଏବଂ ସେମାନଙ୍କର ଜୀବିକା ଏବଂ ଅର୍ଥନୀତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଏହା ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ ।

Add Zee News as a Preferred Source

ବୈଠକରେ କୁହାଯାଇଛି ଯେ ଦେଶରେ ୪ ଶହ ଜିଲ୍ଲା ଅଛି, ଯେଉଁଠାରେ କୋରୋନାର କୌଣସି ମାମଲା ନାହିଁ । ଏହାକୁ ଗ୍ରୀନ ଜୋନ ଭାବେ ବିବେଚନା କରାଯିବ । ଏହା ସହିତ ଏପରି ୭୫ଟି ଜିଲ୍ଲା ଅଛି, ଯେଉଁଠାରେ ଅଧିକ ମାମଲା ଅଛି । ସେଗୁଡିକ ରେଡ୍ ଜୋନ୍ ଭାବରେ ଚିହ୍ନିତ ହେବ । ଅବଶିଷ୍ଟ ଜିଲ୍ଲା ଯେଉଁଠାରେ କମ୍ ମାମଲା ସାମ୍ନାକୁ  ଆସିଛି, ସେମାନଙ୍କୁ ଅରେଞ୍ଜ ଜୋନ୍ କୁହାଯିବ ।

ସୂଚନାନୁସାରେ, କେବଳ ଏହି ବର୍ଗୀକରଣ ଅନୁଯାୟୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ । ରାଜ୍ୟଗୁଡିକ ମଧ୍ୟରେ ଯାତାୟତ ଆରମ୍ଭ କରିବା ସପକ୍ଷରେ ମୁଖ୍ୟମନ୍ତ୍ରୀ ନାହାଁନ୍ତି । କିନ୍ତୁ ଗ୍ରୀନ ଜୋନରେ କୃଷି, ମଜୁରୀ, କ୍ଷୁଦ୍ର ଏବଂ ସୂକ୍ଷ୍ମ ଶିଳ୍ପ ଏବଂ ମଦ ଦୋକାନ ଖୋଲାଯାଇପାରିବ । ଅରେଞ୍ଜ ଜୋନରେ ନିୟନ୍ତ୍ରିତ ସଂଖ୍ୟକ ଜନ ଯାତାୟତ ସେବା ଆରମ୍ଭ ହୋଇପାରେ । ଅନ୍ୟପକ୍ଷେ ରେଡ୍ ଜୋନରେ, ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ ଡାଉନକୁ ସମ୍ପୂର୍ଣ୍ଣରୂପେ ବନ୍ଦ ରଖିବା କଥା କୁହାଯାଉଛି । ବିଦ୍ୟାଳୟ ଓ କଲେଜ ସବୁ ସ୍ଥାନରେ ବନ୍ଦ ରହିବ । ବିମାନ ଯାତ୍ରା, ରେଳ ଏବଂ ବସ୍ ସେବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି । ସମ୍ଭବତଃ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସରକାର ଏ ବାବଦରେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିପାରନ୍ତି ।

About the Author