ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା ଅଧୀନରେ ପ୍ରତ୍ୟେକ ଝିଅଙ୍କୁ ମିଳୁଛି ୨,୦୦୦ ଟଙ୍କା ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…
Advertisement

ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା ଅଧୀନରେ ପ୍ରତ୍ୟେକ ଝିଅଙ୍କୁ ମିଳୁଛି ୨,୦୦୦ ଟଙ୍କା ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା (PM Kanya Ayush Scheme) କୁ ନେଇ ଭାଇରାଲ ହୋଇଥିବା ମେସେଜରେ ଏହା ସୂଚନା ଦିଆଯାଇ ନାହିଁ ଯେ ଏହା ଅଧୀନରେ ଦେଶର ପ୍ରତ୍ୟେକ ପିଲାଙ୍କୁ ଆର୍ଥିକ ସହାୟତା (Financial Help) ଯୋଗାଇ ଦିଆଯିବ କିମ୍ବା ଗରିବ ଏବଂ ବଞ୍ଚିତ ଶ୍ରେଣୀର ଝିଅଙ୍କୁ ଲାଭ ମିଳିବ ।

ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା ଅଧୀନରେ ପ୍ରତ୍ୟେକ ଝିଅଙ୍କୁ ମିଳୁଛି ୨,୦୦୦ ଟଙ୍କା ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଲୋକଙ୍କୁ ଆକର୍ଷିତ କରୁଥିବା ଏକ ମେସେଜ୍ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଛି । ଭାଇରାଲ ମେସେଜ (Viral Message) ରେ ଦାବି କରାଯାଇଛି ଯେ କେନ୍ଦ୍ରର ମୋଦି ସରକାର (Modi Govt) ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା  (PM Kanya Aysh Yojana) ଅଧୀନରେ ପ୍ରତ୍ୟେକ ଶିଶୁଙ୍କୁ ୨,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କୁହାଯାଉଛି ଯେ ଏହି ଯୋଜନା ଅନ୍ତର୍ଗତ ସରକାର ଏହି ଅର୍ଥ ରାଶିକୁ ପ୍ରତ୍ୟେକ ଶିଶୁଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର (DBT) କରୁଛନ୍ତି ।

ଭାଇରାଲ୍ ମେସେଜରେ କରାଯାଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା 

ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନାକୁ ନେଇ ଭାଇରାଲ ହୋଇଥିବା ମେସେଜରେ ଏହା ସୂଚନା ଦିଆଯାଇ ନାହିଁ ଯେ ଏହା ଅଧୀନରେ ଦେଶର ପ୍ରତ୍ୟେକ ପିଲାଙ୍କୁ ଆର୍ଥିକ ସହାୟତା (Financial Help) ଯୋଗାଇ ଦିଆଯିବ କିମ୍ବା ଗରିବ ଏବଂ ବଞ୍ଚିତ ଶ୍ରେଣୀର ଝିଅଙ୍କୁ ଲାଭ ମିଳିବ । ଆମେ ଆପଣଙ୍କୁ ସାବଧାନ କରୁଛୁ ଯେ, ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି । ପ୍ରେସ ସୂଚନା ବ୍ୟୁରୋ (PIB) କହିଛି ଯେ, କେନ୍ଦ୍ର ସରକାର ଏଭଳି ଯୋଜନା ଆରମ୍ଭ କରିନାହାଁନ୍ତି । ଏପରି ଫେକ୍ ଯୋଜନାଗୁଡ଼ିକରୁ ସାବଧାନ ରୁହନ୍ତୁ । ଯେଉଁମାନେ ଆବେଦନ କରୁଛନ୍ତି ସେମାନଙ୍କ ବ୍ୟକ୍ତିଗତ ସୂଚନାକୁ ଅପବ୍ୟବହାର କରାଯାଇପାରେ ।

ଅଧିକ ପଢ଼ନ୍ତୁ:-ଛାତ୍ରଙ୍କୁ ମିଳିଲା ରାହୁଲଙ୍କ ସାଥ୍, ଜାଣନ୍ତୁ ସଂପୂର୍ଣ୍ଣ ମାମଲା...

୨୦୧୫ରେ କେନ୍ଦ୍ର ସରକାର ଝିଅମାନଙ୍କ ଭବିଷ୍ୟତ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଆରମ୍ଭ କରିଥିଲେ । ଝିଅମାନଙ୍କର ଶିକ୍ଷା ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଦୁଇ ଝିଅଙ୍କ ପାଠ ପଢ଼ା ଓ ବିବାହ ସମୟରେ ଆର୍ଥିକ ସହାୟତା ଯୋଗାଇବା । ପିଆଇବି ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତକାରୀ । ଯଦି ଏହିପରି ମେସେଜ କିମ୍ବା ପୋଷ୍ଟଗୁଡ଼ିକ ଆପଣଙ୍କ ସାମ୍ନାକୁ ଆସେ ତେବେ ଏହାକୁ ସତ୍ୟ ଭାବରେ ଗ୍ରହଣ କରନ୍ତୁ ନାହିଁ । ଏହି ଯୋଜନାର ଆବେଦନ ପାଇଁ କୌଣସି ଅଫିସିଆଲ୍ ୱେବସାଇଟ୍ ଉପଲବ୍ଧ ନାହିଁ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା

ପ୍ରଧାନମନ୍ତ୍ରୀ କନ୍ୟା ଆୟୁଷ ଯୋଜନା ବିଷୟରେ ଏକ ଭାଇରାଲ ପୋଷ୍ଟରେ କୁହାଯାଇଛି ଯେ ଏହି ଯୋଜନା ଅଧୀନରେ ବିଦ୍ୟାଳୟରେ ପଢୁଥିବା ଝିଅମାନଙ୍କୁ ସେମାନଙ୍କ ପରବର୍ତ୍ତୀ ଶିକ୍ଷା ପାଇଁ ଆର୍ଥିକ ସହାୟତା ଦିଆଯିବ । ଏହା ମଧ୍ୟ କୁହାଯାଇଛି ଯେ ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ, ଯାହା ଆଧାର କାର୍ଡ ସହିତ ସଂଯୁକ୍ତ ରହିବ । ଏହି ଯୋଜନା ଅଧୀନରେ ଆବେଦନ କରିବା ପାଇଁ ଶିଶୁର ବୟସ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ କୁହାଯାଉଛି । ଏହି ଜାଲ୍ ପୋଷ୍ଟରେ କୁହାଯାଇଛି ଯେ ଏହି ଯୋଜନାର ଲାଭ ପାଇବା ପାଇଁ ଝିଅର ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ମୋବାଇଲ୍ ନମ୍ବର ଏବଂ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଲାଗିବ ।