• 'କାଳିଆ' ଯୋଜନାରେ ୧ ଲକ୍ଷ ୪ ହଜାର ୭୬ ଜଣ ଅଯୋଗ୍ୟ ଘୋଷିତ
  • ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ଅରୁଣ ସାହୁ
  • ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ପୁରୀ ସତ୍ୟବାଦୀଠାରେ 'ଓଡ଼ିଆ ବିଶ୍ୱବିଦ୍ୟାଳୟ' ସ୍ଥାପନ ହେବ।
  • ବାଲିଗୁଡ଼ାରେ ନାବାଳିକାକୁ ଦୁଷ୍କର୍ମ ମାମଲା
  • ବେଲଘର ଅଞ୍ଚଳର ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା
  • ଦଣ୍ଡ ଶୁଣାଇଲେ ମାନ୍ୟବର ସ୍ୱତନ୍ତ୍ର ଜର୍ଜ ପୋକ୍ସୋ କୋର୍ଟ ଫୁଲବାଣୀ
  • ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍
  • କଟକ ଏସସିବି ମେଡିକାଲ୍ ପଛପଟେ ଲାଗିଲା ନିଆଁ
  • ଅଳିଆଗଦାରୁ ଏକ ଘରକୁ ନିଆଁ ବ୍ୟାପିଥିବା ସନ୍ଦେହ
  • ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ

ଭାରତୀୟ ଡ୍ରାଇଭିଂ ଲାଇସେନ୍ସକୁ ନେଇ ବହୁତ ବଡ଼ ଖବର ଦେଲେ ସରକାର !

International Driving Permit: ସୂଚନାଯୋଗ୍ୟ, ଯଦି ଆପଣ ବିଦେଶୀ ଭ୍ରମଣ ପାଇଁ ଯିବାକୁ ଚାହୁଁଛନ୍ତି ଏବଂ ସେଠାରେ ଗାଡି ଚଳାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଏକ ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସ (DL) ର ଆବଶ୍ୟକତା ହେବ । 

ଭାରତୀୟ ଡ୍ରାଇଭିଂ ଲାଇସେନ୍ସକୁ ନେଇ ବହୁତ ବଡ଼ ଖବର ଦେଲେ ସରକାର !

ନୂଆଦିଲ୍ଲୀ: ବିଭିନ୍ନ ସାର୍ବଜନୀନ ଅଭିଯୋଗ ମାଧ୍ୟମରେ ଭାରତ ସରକାର ଜାଣିବାକୁ ପାଇଛନ୍ତି ଯେ, ଅନେକ ଦେଶ ଭାରତୀୟ ନାଗରିକଙ୍କୁ ଦିଆଯାଇଥିବା ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ (International Driving Permit) କୁ ଗ୍ରହଣ କରୁନାହାଁନ୍ତି । ଏହି ସୂଚନା ANI ଦ୍ୱାରା ଟ୍ୱିଟରରେ ଦିଆଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଦ୍ୱାରା ଜାରି କରାଯାଇଥିବା ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍ (IDP) ର ପ୍ରଥମ ପୃଷ୍ଠାକୁ ଷ୍ଟାମ୍ପ୍ କରିବାକୁ ପରାମର୍ଶ ଦେଇଛି ।

ସୂଚନାଯୋଗ୍ୟ, ଯଦି ଆପଣ ବିଦେଶୀ ଭ୍ରମଣ ପାଇଁ ଯିବାକୁ ଚାହୁଁଛନ୍ତି ଏବଂ ସେଠାରେ ଗାଡି ଚଳାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଏକ ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ହେବ । କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠାରେ ଗାଡି ଚଳାଇବା ପାଇଁ ଆପଣଙ୍କୁ ଅନ୍ତର୍ଜାତୀୟ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ ।

ଅଧିକ ପଢ଼ନ୍ତୁ:-ଚୀନ୍ ବିରୋଧରେ ପ୍ରସ୍ତୁତ ଭାରତର 'ବ୍ରହ୍ମାସ୍ତ୍ର', ଚାହିଁଲେ ବି ଶତ୍ରୁ କରିପାରିବ ନାହିଁ ଆକ୍ରମଣ

ଆସନ୍ତୁ ଜାଣିବା କେଉଁ ଦେଶଗୁଡ଼ିକରେ ଭାରତର ଲାଇସେନ୍ସ କାର୍ଯ୍ୟ କରେ ଓ କ'ଣ ରହିଛି ସର୍ତ୍ତ:-

1. ବ୍ରିଟେନ

ବ୍ରିଟେନରେ ଭାରତୀୟ ଘରୋଇ ଡ୍ରାଇଭିଂ ଲାଇସେନ୍ସ ଗୋଟିଏ ବର୍ଷ ପାଇଁ ବୈଧ ଅଟେ । ଏଠାରେ ଆପଣ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଇଂଲଣ୍ଡର ରାସ୍ତାରେ ଡ୍ରାଇଭିଂ କରିପାରିବେ । କିନ୍ତୁ ଆପଣ ପ୍ରତ୍ୟେକ ପ୍ରକାରର ଯାନ ଚଲାଇ ପାରିବେ ନାହିଁ । ଏଥିପାଇଁ କିଛି ପ୍ରତିବନ୍ଧକ ରହିଛି ।

2. ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆରେ ଭାରତୀୟମାନେ ଅଧ୍ୟୟନ, ଚାକିରି କିମ୍ବା ବୁଲିବା ପାଇଁ ବହୁ ପରିମାଣରେ ଯାଆନ୍ତି । କୁଇନ୍ସଲ୍ୟାଣ୍ଡର ନ୍ୟୁ ସାଉଥ ୱେଲ୍ସରେ ଭାରତୀୟ DL କୁ ତିନିମାସ ପାଇଁ ବ୍ୟବହାର କରାଯାଇପାରିବ । କିନ୍ତୁ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଇଂରାଜୀରେ ହେବା ଉଚିତ୍ । ଏହାସହ ଗାଡି ଚଳାଇବା ପାଇଁ ଅନୁମତି ମଧ୍ୟ ରହିବା ଆବଶ୍ୟକ ।

3. ନ୍ୟୁଜିଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ବୈଧ ଅଟେ । କିନ୍ତୁ ଏହା ଇଂରାଜୀରେ ହେବା ଜରୁରୀ । ଯଦି ଏହା ଇଂରାଜୀରେ ନାହିଁ, ତେବେ ଏହାକୁ ନ୍ୟୁଜିଲ୍ୟାଣ୍ଡର କୌଣସି ବୈଧ ଭାଷାରେ ଅନୁବାଦ କରିବାକୁ ଆବଶ୍ୟକ । ଆହୁରି ମଧ୍ୟ ନ୍ୟୁଜିଲ୍ୟାଣ୍ଡରେ କେବଳ ୨୧ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଗାଡି ଚଳାଇ ପାରିବେ ।

4. ଫ୍ରାନ୍ସ

ଫ୍ରାନ୍ସରେ ଭାରତୀୟ DL ରୁ ଡ୍ରାଇଭିଂ କରାଯାଇପାରିବ । କିନ୍ତୁ ଏହା ସେଠାକାର  ଭାଷାରେ ହେବା ଜରୁରୀ । ଏହା ସେଠାରେ ୧ ବର୍ଷ ପାଇଁ ବୈଧ ରହିଥାଏ ।

ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !

5. ନରୱେ

ନରୱେରେ ଭାରତୀୟ DL ରୁ ୩ ମାସ ପାଇଁ ଡ୍ରାଇଭିଂ କରାଯାଇପାରିବ ।