ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୩୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ୍
Advertisement

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୩୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ୍

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବୋନସ ଉପରେ ୩,୭୩୭ କୋଟି ଟଙ୍କା ଖର୍ଚ୍ଚ ହେବ । କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୋନସ ପ୍ରଦାନ କରାଯିବ ।

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୩୦ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ୍

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି (ବୁଧବାର) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ୨୦୧୯-୨୦ ପାଇଁ ପ୍ରୋଡକ୍ଟିବିଟି ଲିଙ୍କ୍ଡ ଏବଂ ଅଣ-ଉତ୍ପାଦକତା ଲିଙ୍କ୍ଡ ବୋନସ୍ ମଞ୍ଜୁରୀ ଦେଇଛି । ଏହା ଦ୍ୱାରା କେନ୍ଦ୍ରର ୩୦.୬୭ ଲକ୍ଷ ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ଲାଭ ମିଳିବ । ଦଶହରା ପୂର୍ବରୁ ବୋନସର ସମ୍ପୂର୍ଣ୍ଣ ପରିମାଣ ଗୋଟିଏ କିସ୍ତିରେ ଦିଆଯିବ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବୋନସ ଉପରେ ୩,୭୩୭ କୋଟି ଟଙ୍କା ଖର୍ଚ୍ଚ ହେବ । କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୋନସ ପ୍ରଦାନ କରାଯିବ ।

କେଉଁ କେଉଁ କର୍ମଚାରୀମାନେ ବୋନସ ପାଇବେ?

ଯେଉଁମାନେ ବୋନସର ଲାଭ ପାଇବେ, ସେମାନଙ୍କ ମଧ୍ୟରେ ରେଳବାଇ, ଡାକଘର, ପ୍ରତିରକ୍ଷା, ଇପିଏଫ୍ଓ ଏବଂ ଇଏସଆଇସି ପରି ଅନୁଷ୍ଠାନର ୧୬.୯୭ ଲକ୍ଷ କର୍ମଚାରୀ ସାମିଲ ଅଛନ୍ତି । ସେମାନଙ୍କୁ ଏକ ଉତ୍ପାଦକତା ବା ପ୍ରୋଡକ୍ଟିବିଟି ଲିଙ୍କ୍ଡ ବୋନସ୍ ଦିଆଯିବ । ଅବଶିଷ୍ଟ ୧୩.୭୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ନନ୍-ପ୍ରୋଡକ୍ଟିବିଟି ଲିଙ୍କ୍ଡ ବୋନସ୍ ପାଇବେ ।

ଅଧିକ ପଢ଼ନ୍ତୁ:-ବିହାରରେ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାରେ ଅସମ୍ଭାଳ ଭିଡ଼, ଦେଖନ୍ତୁ ଫଟୋ

ଲୋକମାନେ ଏହି ପାର୍ବଣ ଋତୁରେ ଅଧିକ ଖର୍ଚ୍ଚ କରିପାରିବେ ବୋଲି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ଯେ ମଧ୍ୟବିତ୍ତଙ୍କ ହାତକୁ ଟଙ୍କା ଆସିବା ସହିତ ବଜାରର ଚାହିଦା ବଢ଼ିବ ଏବଂ ଅର୍ଥନୀତିକୁ ଲାଭ ମିଳିବ ।