କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!
Advertisement

କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!

ସେହିପରି ସଂଘ ଛୁଟି କ୍ଷେତ୍ରରେ ମଧ୍ୟ ନିଜ ଦାବି ରଖିଛି । ସଂଘ ସହିତ ଜଡିତ ଲୋକମାନେ ଚାହାଁନ୍ତି ଯେ ସମଗ୍ର ଚାକିରି ଅବଧି ମଧ୍ୟରେ ମିଳୁଥିବା ଛୁଟି ୩୦୦ ଦିନ କରିଦିଆଯାଉ, ଯାହା ବର୍ତ୍ତମାନ ସମୟରେ ୨୪୦ ରହିଛି ।

କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଛୁଟି ଓ PF ନିୟମରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ: ନୂତନ ଶ୍ରମ ଆଇନକୁ ନେଇ ପୁଣିଥରେ ଶ୍ରମ ମନ୍ତ୍ରଣାଳୟ, ଉଦ୍ୟୋଗ ଜଗତର ପ୍ରତିନିଧୀ ଏବଂ ଶ୍ରମିକ ସଂଗଠନ ସହ ଜଡିତ ଲୋକମାନେ ଏକାଠି ବସି ଆଲୋଚନା କରିବେ । ସୂଚନାନୁସାରେ, ଏହି ବୈଠକରେ ଶ୍ରମିକ ସଂଗଠନ ଦ୍ୱାରା ଉଠାଯାଇଥିବା ପିଏଫ (PF) ଓ ଉପାର୍ଜିତ ଛୁଟି (Earned Leave) ର  ସୀମା ବୃଦ୍ଧି ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ । ଭାରତୀୟ ମଜଦୁର ସଂଘ (Bharatiya Mazdoor Sangh) ସରକାର ପାଖରେ ଦାବି କରିଛି ଯେ କର୍ମଚାରୀ ରାଜ୍ୟ ବୀମା ଯୋଜନା ସମରୂପ କର୍ମଚାରୀ ଭବିଷ୍ୟତ ନିଧି ଯୋଜନା ଅର୍ଥାତ (Employees Provident Fund- EPF) ଅଧୀନରେ ଯୋଗ୍ୟତା ମାନଦଣ୍ଡ ୧୫,୦୦୦ ମାସିକ ବେତନକୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରାଯାଉ ।

ଅଧିକ ପଢ଼ନ୍ତୁ:-ଆଉ ଏକ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ସେହିପରି ସଂଘ ଛୁଟି କ୍ଷେତ୍ରରେ ମଧ୍ୟ ନିଜ ଦାବି ରଖିଛି । ସଂଘ ସହିତ ଜଡିତ ଲୋକମାନେ ଚାହାଁନ୍ତି ଯେ ସମଗ୍ର ଚାକିରି ଅବଧି ମଧ୍ୟରେ ମିଳୁଥିବା ଛୁଟି ୩୦୦ ଦିନ କରିଦିଆଯାଉ, ଯାହା ବର୍ତ୍ତମାନ ସମୟରେ ୨୪୦ ରହିଛି । ନିର୍ମାଣ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ, ବିଡ଼ି କର୍ମଚାରୀ, ସାମ୍ବାଦିକ ଏବଂ ଅଡିଓ-ଭିଜୁଆଲ୍ କର୍ମଚାରୀ ତଥା ସିନେମା ସମ୍ବନ୍ଧୀୟ ଶ୍ରମିକଙ୍କ ପାଇଁ ଅଲଗା ନିୟମ ପ୍ରସ୍ତୁତ କରିବାକୁ ସରକାରଙ୍କ ପାଖରେ ଦାବି କରାଯାଇଛି ।

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କୁ ବଡ ଉପହାର ଦେଲେ ମୋଦି ସରକାର, ମିଳିବ ଏହି ସୁବିଧା

ସୂଚନାଯୋଗ୍ୟ, ଶ୍ରମ ସଂସ୍କାର ସହ ଜଡିତ ନୂତନ ଆଇନ ସେପ୍ଟେମ୍ବର ୨୦୨୦ରେ ସଂସଦରେ ପାରିତ ହୋଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ଚଳିତ ବର୍ଷ ଏପ୍ରିଲ ପୂର୍ବରୁ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ଏହାକୁ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ହିତାଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହାକୁ ବହୁ ଶ୍ରମିକ ସଂଗଠନ ମଧ୍ୟ ବହିଷ୍କାର କରିଥିଲେ ।