ଆସେଟ ମୋନେଟାଇଜେସନ୍ ଯୋଜନା ଅନୁଯାୟୀ, ITDC ରାଞ୍ଚିରେ ହୋଟେଲ ରାଞ୍ଚି ଅଶୋକା ଏବଂ ପୁରୀର ହୋଟେଲ ନିଳାଚଲର ମଧ୍ୟ ଅଂଶଧନ ବିକ୍ରି କରିବ। ଦିଲ୍ଲୀର ହୋଟେଲ ଅଶୋକାକୁ ଲିଜ୍ ଦିଆଯାଉଥିବାବେଳେ ହୋଟେଲ ସମ୍ରାଟ ଏକ ଅପରେସନ୍ ଏବଂ ରକ୍ଷଣାବେକ୍ଷଣ ଚୁକ୍ତିନାମା ଅନୁଯାୟୀ ଘରୋଇ କମ୍ପାନୀମାନଙ୍କୁ ହସ୍ତାନ୍ତର କରାଯିବ।
Trending Photos
ନୂଆଦିଲ୍ଲୀ: ଖୁବଶୀଘ୍ର ମୋଦି ସରକାର ଦେଶର ରାଜଧାନୀର ପାଞ୍ଚ ତାରକା ହୋଟେଲ 'ଅଶୋକା'କୁ ଘରୋଇ କମ୍ପାନୀଗୁଡିକୁ ଲିଜ୍ ଦେବାକୁ ଯାଉଛନ୍ତି। ୬୦ବର୍ଷର ଚୁକ୍ତିରେ ଏହାକୁ ଲିଜରେ ଦିଆଯିବ ବୋଲି ଆଶା କରାଯାଉଛି। ଆସେଟ ମୋନେଟାଇଜେସନ୍ ପ୍ରୋଗ୍ରାମ ଅଧୀନରେ ସରକାର ଏହି ପଦକ୍ଷେପ ନେଉଛନ୍ତି। ଖୁବଶୀଘ୍ର ଏହାକୁ କ୍ୟାବିନେଟରୁ ଅନୁମୋଦନ ମିଳିବ। ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ପର୍ଯ୍ୟଟନ ବିକାଶ ନିଗମ (ITDC) ଏକ ସାର୍ବଜନୀନ ସଂସ୍ଥା। ଏହା ହୋଟେଲ, ରେଷ୍ଟୁରାଣ୍ଟ ପରିଚାଳନା କରେ ଏବଂ ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କୁ ପରିବହନ ସୁବିଧା ଯୋଗାଇଥାଏ।
ITDC ର ସମ୍ପତ୍ତିରେ ଅଶୋକା ଗ୍ରୁପ୍ ଅନ୍ତର୍ଗତ ଚାରୋଟି ହୋଟେଲ, ଚାରୋଟି ମିଳିତ ଉଦ୍ୟୋଗ ହୋଟେଲ, ଭ୍ରମଣ ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ସାତୋଟି ପରିବହନ ୟୁନିଟ୍, ବନ୍ଦରରେ ୧୪ଟି ଟ୍ୟାକ୍ସ ମୁକ୍ତ ଦୋକାନ, ଏକ ଲାଇଟ୍ ଏଣ୍ଡ ସାଉଣ୍ଡ ଡିସପ୍ଲେ ଏବଂ ଚାରୋଟି କ୍ୟାଟରିଂ ସେଣ୍ଟର ଅନ୍ତର୍ଭୁକ୍ତ। ଆସେଟ ମୋନେଟାଇଜେସନ୍ ଯୋଜନା ଅନୁଯାୟୀ, ITDC ରାଞ୍ଚିରେ ହୋଟେଲ ରାଞ୍ଚି ଅଶୋକା ଏବଂ ପୁରୀର ହୋଟେଲ ନିଳାଚଲର ମଧ୍ୟ ଅଂଶଧନ ବିକ୍ରି କରିବ। ଦିଲ୍ଲୀର ହୋଟେଲ ଅଶୋକାକୁ ଲିଜ୍ ଦିଆଯାଉଥିବାବେଳେ ହୋଟେଲ ସମ୍ରାଟ ଏକ ଅପରେସନ୍ ଏବଂ ରକ୍ଷଣାବେକ୍ଷଣ ଚୁକ୍ତିନାମା ଅନୁଯାୟୀ ଘରୋଇ କମ୍ପାନୀମାନଙ୍କୁ ହସ୍ତାନ୍ତର କରାଯିବ।
Also Read: ଆଉ ଦୁଇଟି କମ୍ପାନୀକୁ ବିକିବେ ସରକାର
ପୁଡୁଚେରୀର ପଣ୍ଡିଚେରୀ ଅଶୋକା ହୋଟେଲ (Ashoka Hotel) କୁ ମିଳିତ ଭାବେ ଲିଜ୍ ଦିଆଯିବ ଏବଂ ବଜାରରେ ରଖାଯିବ। ଭୁବନେଶ୍ୱର (Bhubaneswar) ରେ ହୋଟେଲ କାଳିଙ୍ଗ ଅଶୋକ ଏବଂ ଜାମ୍ମୁରେ ଥିବା ଜାମ୍ମୁ ଅଶୋକା ହୋଟେଲରେ ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ (O&M) ମଡେଲ ଗ୍ରହଣ କରାଯିବ। ମାଲିକାନା ହସ୍ତାନ୍ତର ସହିତ ITDC ର ଆନନ୍ଦପୁର ସାହେବ ହୋଟେଲ (Saheb Hotel) ଘରୋଇକରଣ ହେବ।
NMP ଡକ୍ୟୁମେଣ୍ଟ ଅନୁଯାୟୀ, ୨୦୨୧-୨୨ ରୁ ୨୦୨୪-୨୫ ଆର୍ଥିକ ବର୍ଷରେ ITDCର ସମସ୍ତ ଆଠଟି ହୋଟେଲକୁ ଘରୋଇ ସଂସ୍ଥାର ହାତକୁ ଯାଇପାରେ। ଏହା ଅଧୀନରେ, ଦୀର୍ଘକାଳୀନ ଲିଜ୍, ବିନିଯୋଗ, ଦୀର୍ଘକାଳୀନ OMT ଚୁକ୍ତିନାମା ମଡେଲକୁ ସମ୍ପତ୍ତି ସ୍ତରରେ ଯଥାର୍ଥ ପରିଶ୍ରମ ଅନୁଯାୟୀ କେସ୍ ଆଧାରରେ ବିଚାର କରାଯାଇପାରେ। ଅଶୋକ ଗ୍ରୁପ୍ର ହୋଟେଲଗୁଡ଼ିକ ହେଉଛି ITDC ଅଧୀନରେ ଥିବା ହୋଟେଲ ଶୃଙ୍ଖଳା। ଏହାର ବ୍ରାଣ୍ଡ ମୂଲ୍ୟ ଗତ ୫୦ ବର୍ଷ ମଧ୍ୟରେ ବିକଶିତ ହୋଇଛି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ କ୍ଷେତ୍ର ଅନୁଷ୍ଠାନ ଦ୍ୱାରା ଆୟୋଜିତ ସମସ୍ତ ସରକାରୀ କାର୍ଯ୍ୟକ୍ରମ ପାଇଁ ଏହା ଏକ କେନ୍ଦ୍ରୀୟ ପ୍ଲାଟଫର୍ମ ଅଟେ।
Also Read: CDSଙ୍କ ହେଲିକପ୍ଟର ଦୁର୍ଘଟଣା: ଭିଡିଓ କରି ଫସିଲେ ପ୍ରତ୍ୟେକ୍ଷଦର୍ଶୀ
କୁହାଯାଉଛି ଯେ, ଗତ କିଛି ବର୍ଷ ହେବ ଅଶୋକା ହୋଟେଲ କ୍ଷତିରେ ଚାଲୁଛି। ନିଳାଚଳ ହୋଟେଲର ଅବସ୍ଥା ମଧ୍ୟ ସମାନ। ତେଣୁ ଏହି ସବୁ ହୋଟେଲ ଗୁଡିକୁ ପିପିପି ମୋଡରେ ଚଲେଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଯେଉଁ ସଂସ୍ଥା ଅଶୋକାକୁ ଲିଜରେ ନେବ ସେ କେବଳ ହୋଟେଲର ଭିତରେ ପରିବର୍ତ୍ତନ କରିପାରେବେ। ବାହାର ପରିବେଶ ବା ବିଲ୍ଡିଂରେ କୌଣସି ପରିବର୍ତ୍ତନ ହେବ ନାହିଁ। ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜେପି ନେତା ସମ୍ବିତ ପାତ୍ରଙ୍କୁ ତିନି ବର୍ଷ ପାଇଁ ITDC ମୁଖ୍ୟ କରାଯାଇଛି।