• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

'ମୋଦି-ଶାହ ହେଉଛନ୍ତି ରାବଣ-ଦାନବ'

ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଟିଏମସି ସୁପ୍ରିମୋ।

'ମୋଦି-ଶାହ ହେଉଛନ୍ତି ରାବଣ-ଦାନବ'

କୋଲକାତା: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ଶାସକ ବିରୋଧି ଦଳ ମଧ୍ୟରେ ଚାଲିଥିବା ବୟାନବାଜିକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏହି କ୍ରମରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଛନ୍ତି ଶାସକ ଟିଏମସି ଆଉ ବିରୋଧି ବିଜେପି। 

ଫେବୃଆରୀ ୨୪ ତାରିଖ ବୁଧବାର ରାଜ୍ୟର ହୁଗୁଳିସ୍ଥିତ ଡନଲପ୍ ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ମର୍ଯ୍ୟାଦା ଗାରିମା ଭୁଲିଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal Chief Minister) ତଥା ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ସୁପ୍ରମୋ ମମତା ବାନାର୍ଜୀ (Mamata Banerjee)।  

Also Read: 'ଜୟ ଶ୍ରୀରାମ' ନାରାରେ ଉଡିଯିବ ମମତା ସରକାର

 

ଏହି ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଏବଂ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହାଙ୍କୁ (Amit Shah) ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଟିଏମସି ସୁପ୍ରିମୋ। ପ୍ରଧାନମନ୍ତ୍ରୀଙ୍କୁ ସେ ଦାନବ, ରାବଣ, ଗୁଣ୍ଡା ବୋଲି କହିବାକୁ ପଛେଇ ନାହାଁନ୍ତି। ଏପରିକି ଗହମନ୍ତ୍ରୀ ଶାହଙ୍କୁ ମଧ୍ୟ ଏପରି ଭାଷାରେ କଟାକ୍ଷ କରିଛନ୍ତି ସେ।    

Also Read: 'ଜୟ ଶ୍ରୀରାମ' ନାରାକୁ ମମତାଙ୍କ ଚ୍ୟାଲେଞ୍ଜ, କହିଲେ 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'

 

ଉଭୟଙ୍କୁ କଟାକ୍ଷ କରିବା ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସେମାନେ ବହୁତ କିଛି କହୁଛନ୍ତି। ଆଉ ଦୁଇ ମାସ ବାକି ରହିଛି। ଦେଖିବା ପରେ କିଏ କହୁଛି। ଏଥର ନିର୍ବାଚନରେ ଚମତ୍କାର ହେବାକୁ ଯାଉଛି। ଯାହାକୁ ବିଜେପି ଦେଖିବ। ବିଜେପି ସବୁବେଳେ ଟିଏମସି ଉଦ୍ଦେଶ୍ୟରେ କହୁଛି ଆମେ ହେଉଛି ମପାମପି କରୁଥିବା ଲୋକ। ହେଲେ ମୁଁ କହୁଛି ସେମାନେ ହେଉଛନ୍ତି ଦଙ୍ଗାବାଜ। ବଙ୍ଗଳା ଉପରେ ବଙ୍ଗଳା ଶାସନ କରିବ। ଆମକୁ ବଙ୍ଗଳା ଦରକାର। ବଙ୍ଗଳାରେ ମୋଦି କିମ୍ବା ଗୁଣ୍ଡା ବଦମାସ ଶାସନ କରିବେ ନାହିଁ।  

Also Read: 'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'

 

ହୁଗୁଳି ଜନସଭାରେ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରିବାକୁ ପଛେଇ ନାହାଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଛନ୍ତି ବିକାଶ ଲାଗି ଆମ  ସରକାର ବହୁତ କିଛି କାମ କରିଛି। ମୋଦି କ'ଣ କରିଛନ୍ତି? ଗଣମାଧ୍ୟମ ଯାହା ଦେଖାଉଛି ତାହା ଉପରେ ବିଶ୍ୱାସ କରିହେବ ନାହିଁ। ଖବର ପ୍ରସାରଣ ବେଳେ ମିଥ୍ୟା ଭିଡିଓ ପ୍ରଦର୍ଶିତ କରାଯାଉଛି। ନିଯୁକ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି। ନିଜ ଦେଶ ବିକ୍ରି ହୋଇଯାଉଛି। ଆମେ ଗରିବୀରେ ପ୍ରଥମ ସ୍ଥାନ ଅଧିକାର କରିଛେ।       

Also Read: West Bengal Poll 2021: ଆର ପାର ଲଢେଇକୁ ନେଇ ମୁହାଁମୁହିଁ ଶାହ-ମମତା

 ନରେନ୍ଦ୍ର ମୋଦି ଆମେରିକାର ପୂ୍ର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲାଗି ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ। ହେଲେ  ରାଷ୍ଟ୍ରପତି ନିର୍ବାଚନରେ ଜିତିପାରିଲେ ନାହିଁ ଟ୍ରମ୍ପ। ମୋଦିଙ୍କ ଅବସ୍ଥା ଟ୍ରମ୍ପଙ୍କ ଠାରୁ ଆହୁରି ଖରାପ ହେବ ବୋଲି  କହିଛନ୍ତି ଟିଏମସି ସୁପ୍ରିମୋ।