ମୋନାଲିସା ଏହି ଭିଡିଓରେ ଲାଲ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି । ସେ ନିଜେ ଯେତେ ସୁନ୍ଦର ଦେଖାଯାଉଛନ୍ତି, ତାଙ୍କ ଡ୍ୟାନ୍ସ ମଧ୍ୟ ସେମିତି ଚମତ୍କାର ଲାଗୁଛି ।
Trending Photos
ନୂଆଦିଲ୍ଲୀ: ଭୋଜପୁରୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ମୋନାଲିସା(Monalisa) ଓରଫ ଅନ୍ତରା ବିଶ୍ୱାସ ଏବେ ନିଜ ସ୍ୱାମୀ ବିକ୍ରାନ୍ତଙ୍କ ସହ ସମୟ ବିତାଉଛନ୍ତି । ଟିଭି ଶୋରୁ ସେ ଘରେ ଘରେ ପରିଚିତ ହୋଇପାରିଥିଲେ । ଏବେ ସୋସିଆଲ ମିଡିଆରେ ପୁରା ଆକ୍ଟିଭ ରହୁଛନ୍ତି ମୋନାଲିସା । ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସୁନ୍ଦର ସୁନ୍ଦର ଫଟୋ ଓ ଭିଡିଓ ପୋଷ୍ଟ କରୁଛନ୍ତି । ନିକଟରେ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି ମୋନାଲିସା, ଯେଉଁଥିରେ ସେ ମାଧୁରୀଙ୍କ ଲୋକପ୍ରିୟ ଗୀତ 'ଘାଘରା'ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।
ମୋନାଲିସା ଏହି ଭିଡିଓରେ ଲାଲ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି । ସେ ନିଜେ ଯେତେ ସୁନ୍ଦର ଦେଖାଯାଉଛନ୍ତି, ତାଙ୍କ ଡ୍ୟାନ୍ସ ମଧ୍ୟ ସେମିତି ଚମତ୍କାର ଲାଗୁଛି । ତାଙ୍କର ଏହି ଡ୍ୟାନ୍ସ ଭିଡିଓ ପ୍ରବଳ ଭାଇରାଲ ହେବାରେ ଲାଗିଛି । ଏହି ଲୁକକୁ ଫ୍ୟାନ୍ସ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଉପରେ ଢେର ସାହା କମେଣ୍ଟ ଦେଖିବାକୁ ମିଳିଛି ।
କହିରଖୁଛୁ, ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଲୋକପ୍ରିୟ ଅଭିନେତ୍ରୀ । ତେବେ ବର୍ତ୍ତମାନ ସେ ଫିଲ୍ମ ଦୁନିଆରୁ ନିଜକୁ ଦୁରେଇ ରଖିଛନ୍ତି । ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ ନିଜର ଟିଭି ଶୋ 'ନଜର' ଉପରେ ରହିଛି । ତେବେ କୋରୋନା ଭାଇରସ୍ କାରଣରୁ ଏବେ ଏହି ଶୋର ଶୁଟିଂ ବନ୍ଦ ରହିଛି ।
ୟୁପି ଓ ବିହାରରେ ମୋନାଲିସା ବେଶ୍ ଲୋକପ୍ରିୟ । ସଲମାନ ଖାନଙ୍କ ଶୋ 'ବିଗ୍ ବସ୍'ରୁ ସମଗ୍ର ଦେଶରେ ସେ ପରିଚିତ ହୋଇପାରିଥିଲେ । ମୋନାଲିସା ୧୦୦ରୁ ଉର୍ଦ୍ଧ୍ୱ ଭୋଜପୁରୀ ଫିଲ୍ମରେ କାମ କରିଛନ୍ତି ।