ବର୍ତ୍ତମାନ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ସମସ୍ତ ବ୍ୟାଙ୍କକୁ ମାର୍ଚ୍ଚ ୩ରୁ ମହିଳାଙ୍କ ଜନଧନ୍ ଆକାଉଣ୍ଟରେ ପ୍ରତି ମାସରେ ୫୦୦ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ମାସରେ ଏହି ରାଶି ଏପ୍ରିଲ ୩ରୁ ଏପ୍ରିଲ ୯ ମଧ୍ୟରେ ମହିଳାଙ୍କ ଆକାଉଣ୍ଟରେ ଜମା ହେବ ।
Trending Photos
)
ନୂଆଦିଲ୍ଲୀ: ମୋଦି ସରକାର କୋରୋନା ସଙ୍କଟ ଯୋଗୁଁ ଗରିବଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଟ୍ରାନ୍ସଫର କରିବାର ଘୋଷଣା କରିଥିଲେ । ଦେଶ ଲକ୍ ଡାଉନ୍ ଘୋଷଣା ପରେ ସରକାର ଗରିବ ମହିଳାଙ୍କ ଜନଧନ ଖାତାରେ ପ୍ରତି ମାସକୁ ୫୦୦ ଟଙ୍କା ଦେବେ, ଏହା ଟଙ୍କା ତିନି ମାସ ଯାଏ ଦିଆଯିବ ।
ବର୍ତ୍ତମାନ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ସମସ୍ତ ବ୍ୟାଙ୍କକୁ ମାର୍ଚ୍ଚ ୩ରୁ ମହିଳାଙ୍କ ଜନଧନ୍ ଆକାଉଣ୍ଟରେ ପ୍ରତି ମାସରେ ୫୦୦ ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ମାସରେ ଏହି ରାଶି ଏପ୍ରିଲ ୩ରୁ ଏପ୍ରିଲ ୯ ମଧ୍ୟରେ ମହିଳାଙ୍କ ଆକାଉଣ୍ଟରେ ଜମା ହେବ ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମହିଳାଙ୍କ ଜନଧନ୍ ଆକାଉଣ୍ଟରେ ତିନିମାସ ପାଇଁ ପ୍ରତିମାସରେ ୫୦୦ ଟଙ୍କା ପ୍ରଦାନ କରାଯିବ । ସେମାନଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ଅନୁଯାୟୀ, ବିଭିନ୍ନ ଦିନରେ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ, ଯାହାଦ୍ୱାରା କୌଣସି ଅସୁବିଧା ନହୁଏ ।
ନିୟମ ଅନୁଯାୟୀ-
- ଯେଉଁ ଜନଧନ ଖାତାର ଶେଷ ଅଙ୍କ ୦ କିମ୍ବା ୧ ରହିଛି, ଏପ୍ରିଲ ୩ରେ ଟଙ୍କା ଜମା କରାଯିବ ।
- ଯେଉ ଦନଧନ ଖାତର ଶେଷ ଅଙ୍କ ୨ କିମ୍ବା ୩ ରହିଛି, ଏପ୍ରିଲ ୪ରେ ଟଙ୍କା ଖାତାରେ ଜମା ହେବ ।
- ଯେଉ ଜନଧନ ଖାତାର ଶେଷ ଅଙ୍କ ୪ କିମ୍ବା ୫ ରହିଛି, ସେମାନଙ୍କୁ ଏପ୍ରିଲ ୭ରେ ଟଙ୍କା ମିଳିବ ।
- ଯେଉ ଜନଧନ ଆକାଉଣ୍ଟ ଯାହାର ଶେଷ ଅଙ୍କ ୬ କିମ୍ବା ୭ ରହିଛି, ସେମାନଙ୍କୁ ଏପ୍ରିଲ ୮ରେ ଆକାଉଣ୍ଟକୁ ଟଙ୍କା କ୍ରେଡିଟ ହେବ ।
- ଯେଉ ଜନଧନ ଆକାଉଣ୍ଟର ଶେଷ ଅଙ୍କ ୮ କିମ୍ବା ୯ ରହିଛି, ସେମାନଙ୍କୁ ଏପ୍ରିଲ ୯ରେ ଆକାଉଣ୍ଟକୁ ଟଙ୍କା କ୍ରେଡିଟ ହେବ ।
ସୂଚନାଯୋଗ୍ୟ, ଦେଶରେ ଲକ୍ ଡାଉନ୍ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଗରିବ ମହିଳାଙ୍କ ଜନଧନ ଆକାଉଣ୍ଟରେ ପ୍ରତି ମାସରେ ୫୦୦ ଟଙ୍କା ଜମା କରାଯିବ । ଜନଧନ ଆକାଉଣ୍ଟଗୁଡିକର ୫୩ ପ୍ରତିଶତ ମହିଳାଙ୍କ ନାଁରେ ଅଛି । ଏହିପରି ପ୍ରାୟ ୨୦ କୋଟି ମହିଳା ଏହାର ସିଧା ସୁବିଧା ପାଇବେ ।