ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ମାଲଦ୍ୱୀପର କିଛି ସ୍ଥାନରେ ପହଞ୍ଚୁଛି । ଏହା କୋମରିନ୍ ଅଞ୍ଚଳ, ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ଶୀଘ୍ର ପହଞ୍ଚିବାର ସମ୍ଭାବନା ରହିଛି ।
Trending Photos
ନୂଆଦିଲ୍ଲୀ: ଜୁନ୍ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି । ଅର୍ଥାତ୍ ଜୁନ୍ ୧ରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହି ଆଧାରରେ କୁହାଯାଉଛି ଯେ ଦକ୍ଷିଣ-ପୂର୍ବ ଏବଂ ପୂର୍ବ ମଧ୍ୟ ଆରବ ସାଗର ଉପରେ ମେ ୩୧ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ ।
ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ମାଲଦ୍ୱୀପର କିଛି ସ୍ଥାନରେ ପହଞ୍ଚୁଛି । ଏହା କୋମରିନ୍ ଅଞ୍ଚଳ, ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ଶୀଘ୍ର ପହଞ୍ଚିବାର ସମ୍ଭାବନା ରହିଛି ।
ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଘୂର୍ଣ୍ଣିବଳୟର ପ୍ରଭାବ ହେତୁ ପଶ୍ଚିମ ମଧ୍ୟ ଆରବ ସାଗର ଉପରେ ଏକ ନିମ୍ନ ଚାପ ଅଞ୍ଚଳରେ ପରିଣତ ହୋଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମରୁ ଦକ୍ଷିଣ ଓମାନ ଏବଂ ପୂର୍ବ ୟେମେନ ଉପକୂଳକୁ ଯିବ ବୋଲି ଆଶା କରାଯାଉଛି ।
ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି କେରଳ ସରକାର ଆରବ ସାଗରରେ ମାଛ ଧରିବାକୁ ବାରଣ କରିଛନ୍ତି । ଏଥିସହିତ ଯେଉଁ ମତ୍ସ୍ୟଜୀବୀମାନେ ମାଛ ମାରିବା ପାଇଁ ସମୁଦ୍ରରେ ଅବତରଣ କରିସାରିଛନ୍ତି । ସେମାନଙ୍କୁ ମଧ୍ୟ ଆଜି ରାତି ପର୍ଯ୍ୟନ୍ତ ଫେରିବା ପାଇଁ ବାର୍ତ୍ତା ପଠାଯାଇଛି । ଯେଉଁମାନେ କେରଳ ଉପକୂଳରେ ପହଞ୍ଚି ପାରିବେ ନାହିଁ । ସେମାନଙ୍କୁ ଯଥାଶୀଘ୍ର ଉପକୂଳରେ ପହଞ୍ଚିବାକୁ କୁହାଯାଇଛି । ଏହାପୂର୍ବରୁ ପାଣିପାଗ ବିଭାଗ ଜୁନ ୬ରେ ମୌସୁମୀ ପହଞ୍ଚିବାର ପୂର୍ବାନୁମାନ କରିଥିଲା ।