ଭୟଙ୍କର ରୂପ ଧାରଣ କରିଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ଜଳିଗଲା ୭୦୦ରୁ ଅଧିକ ଘର
Advertisement

ଭୟଙ୍କର ରୂପ ଧାରଣ କରିଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ଜଳିଗଲା ୭୦୦ରୁ ଅଧିକ ଘର

ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ନିଆ ରାଜ୍ୟର ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଭୟଙ୍କର ରୂପ ଧାରଣ କରିଛି । 

ଭୟଙ୍କର ରୂପ ଧାରଣ କରିଛି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ, ଜଳିଗଲା ୭୦୦ରୁ ଅଧିକ ଘର

ସାନ ଫ୍ରାନସିକୋ: ଗୋଟିଏ ପଟେ କୋରୋନା ସହ ଲଢେଇ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ଏବେ ଅନ୍ୟ ଏକ ବିପର୍ଯ୍ୟୟର ସାମ୍ମା କରୁଛି । ଦେଶର କାଲିଫର୍ନିଆ ରାଜ୍ୟର ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଭୟଙ୍କର ରୂପ ଧାରଣ କରିଛି । ଏହି   ଅଗ୍ନିକାଣ୍ଡରେସ ପାଖପାଖି ୧୦ ଲକ୍ଷ ଏକରରୁ ଅଧିକ ଜଙ୍ଗଲ ଏବଂ ୭୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ରବିବାର(ଅଗଷ୍ଟ ୨୩, ୨୦୨୦) ଏବଂ ସୋମବାର(ଅଗଷ୍ଟ ୨୪, ୨୦୨୦) ଏହି ନିଆଁ ଆହୁରି ବିକଟାଳ ରୂପ ଧାରଣ କରିବାର ସମ୍ଭବାନ ରହିଛି । ଏଭଳି ପ୍ରାକୃତିକ ଦୁର୍ଘଟଣା କାଲିଫର୍ଣ୍ଣିଆର ଅଗ୍ନିଶମ ବିଭାଗ ଲାଗି ଏକ ଚ୍ୟାଲେଞ୍ଜ ଭାବେ ଉାଭୋ ହୋଇଛି ।

କାଲିଫର୍ଣ୍ଣିଆର ରାଜଧାନୀ ସାନ ଫ୍ରାନସିକୋସ୍ଥିଚ ଉପକୂଳବର୍ତ୍ତୀ ଅଞ୍ଚଳରେ ଦୁଇଟି ବଡ ବଡ ଅଗ୍ନିକାଣ୍ଡ ଘଟିଛି । ଏହି ରାଜ୍ୟରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ଏକ ବଡ ଘୋଷଣା କରାଯାଇଥିଲା, ବର୍ତ୍ତମାନ ସେଠାକାର ସ୍ଥାନୀୟ ପ୍ରଶାସନ ଅଗ୍ନିକାଣ୍ଡର ମୁକାବିଲା ଲାଗି ସଜାଗ ହୋଇଉଠିଛି ।

ଏନେଇ ରାଜ୍ୟର ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ପବନ, ଶୀତ ଏବଂ ଆର୍ଦ୍ର ରାତିର ପାଗରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ଚାଲିଛି, ହେଲ ଦିନ ସମୟରେ ଉତ୍ତାପ, ଶୁଖିଲା ପାଗ ଏବଂ ଆକାଶ ବଜ୍ରପାତ କାରଣରୁ ଏହି ଅଭିଯାନ ବିଫଳ ହେଉଛି । ଆମେରିକାର ଜାତୀୟ ପାଣିପାଗ ବିଭାଗ (National Weather Service) ଏହି ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ରେଡ ଆଲର୍ଟ (Red Alert) ଜାରି କରିଛି । ଏନେଇ କୁହାଯାଇଛି ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଅଗ୍ନି ଅଧିକ ଦ୍ରୁତ ଗତିରେ ବ୍ୟାପିପାରେ । ଏହି ଚେତାବନୀ ରବିବାର ସକାଳରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ହୋଇଛି । 

କାଲିଫର୍ନିଆ ଜଙ୍ଗଲରେ ହୋଇଥିବା ୫୮୫ ଅଗ୍ନିକାଣ୍ଡ ଘଟଣାରେ ପ୍ରାୟ ୧୦ ଲକ୍ଷ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦୪୬ ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୭୦୦ରୁ ଅଧିକ ଘର ପୋଡି ଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ହଜାର ହଜାର ଲୋକ ବାସହୀନ ହୋଇ ରହିଛନ୍ତି । ପ୍ରାୟ ୧୩,୭୦୦ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ଏହି ସମୟ ମଧ୍ୟରେ ନ୍ୟାସନାଲ ଗାର୍ଡ, ଆମେରିକା ସେନା ସହିତ ଅନ୍ୟ ୧୦ଟି ରାଜ୍ୟ ମଧ୍ୟ ବିମାନ ସହାୟତା ପଠାଇଛନ୍ତି ।