Advertisement
Article Detail0/zeeodisha/odisha706220

ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ୨ ଲକ୍ଷ ଟପିଲା ପଜିଟିଭ ମାମଲା

ମହାରାଷ୍ଟ୍ରରେ ୩,୩୯୫ ଜଣ ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ଫଳରେ ଏଠାରେ କୋରୋନା ରୋଗୀଙ୍କ ସୁସ୍ଥ ହେବା ହାର ୫୪.୦୭ ପ୍ରତିଶତ ପହଞ୍ଚିଛି । 

ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ୨ ଲକ୍ଷ ଟପିଲା ପଜିଟିଭ ମାମଲା

ମୁମ୍ବାଇ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କୋରୋନା ଭାଇରସ ସଙ୍କଟ । ଦେଶରେ ପ୍ରତିଦିନ କୋରୋନା ମାମଲାର ରେକର୍ଡ ସୃଷ୍ଟି କରୁଛି । କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ମହାରାଷ୍ଟ୍ର ଶୀର୍ଷରେ ଅଛି । ଏଠାରେ ବର୍ତ୍ତମାନ ଯାଏ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି । ରାଜ୍ୟରେ ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଆଜି(ଶନିବାର) ସନ୍ଧ୍ୟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୦୭୪ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଯାହାକି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ଏହା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨,୦୦,୦୭୪ରେ ପହଞ୍ଚିଛି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ୨୯୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ପରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୮,୬୭୧କୁ ବୃଦ୍ଧି ପାଇଛି । ଯଦି ଆମେ କେବଳ ମୁମ୍ବାଇ ବିଷୟରେ କଥା ହେବା । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୧୬୩  କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୬୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସହରରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୮୩,୨୩୭କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୪,୮୩୦ ରହିଛି । ମୁମ୍ବାଇରେ ବର୍ତ୍ତମାନ ୨୪,୯୬୩ ସକ୍ରିୟ କୋରୋନା ମାମଲା ଅଛି ।

ଅନ୍ୟପକ୍ଷେ ଶନିବାର ମହାରାଷ୍ଟ୍ରରେ ୩,୩୯୫ ଜଣ ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ଫଳରେ ଏଠାରେ କୋରୋନା ରୋଗୀଙ୍କ ସୁସ୍ଥ ହେବା ହାର ୫୪.୦୭ ପ୍ରତିଶତ ପହଞ୍ଚିଛି । 

Add Zee News as a Preferred Source
About the Author