ଆସାମ ବନ୍ୟା: ୨୩ଟି ଜିଲ୍ଲାରେ ୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
Advertisement

ଆସାମ ବନ୍ୟା: ୨୩ଟି ଜିଲ୍ଲାରେ ୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଆସାମରେ ବନ୍ୟା ଜନିତ ପରିସ୍ଥିତି କାରଣରୁ ପ୍ରାୟ ୯ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି |

ଆସାମ ବନ୍ୟା: ୨୩ଟି ଜିଲ୍ଲାରେ ୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ଜନିତ ପରିସ୍ଥିତି କାରଣରୁ ୨୩ଟି ଜିଲ୍ଲାର ୯ ଲକ୍ଷ ୨୬ ହଜାର ୦୫୯ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜଣାଇ ଦିଆଯାଇଛି | ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ଧମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଉଦଲଗିରି, ଡାରଙ୍ଗ, ନାଲବାରୀ, ବରପେଟା, ବଙ୍ଗାଇଗାଓଁ, କୋକ୍ରାଝର, ଧୁବ୍ରୀ, ଦକ୍ଷିଣ ସଲମାରା, ଗୋଲପାରା ଏବଂ କାମରୂପ |

ପ୍ରବଳ ବର୍ଷା ପରେ ଆସାମର ବିଭିନ୍ନ ଜିଲ୍ଲାରେ ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି | ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪ଟି ଜିଲ୍ଲାରେ ଲଗାତାର ବର୍ଷା ହେବା କାରଣରୁ ୯୯ଟି ଗାଁ ପ୍ରଭାବିତ ହୋଇଛି | ଅନ୍ୟପଟେ ଦିବ୍ରୁଗଡ ଡେପୁଟି କମିଶନର ପଲ୍ଲଭ ଗୋପାଳ ଝା ପୂର୍ବରୁ ସୂଚନା ଦେଇ କହିଥିଲେ ଲଗାତାର ବର୍ଷା ଏବଂ ବ୍ରହ୍ମପୁତ୍ର ନଦୀରେ ବିପଦ ସ୍ତର ବଢିବା କାରଣରୁ ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି |

କେନ୍ଦ୍ରୀୟ ଜଳ ପକ୍ଷରୁ ଆୟୋଗ ସାଦିକୁଲ ହକ କହିଛନ୍ତି, ବ୍ରହ୍ମପୁତ୍ର ନଦୀରେ ବିପଦ ସଙ୍କେତ ଠାରୁ ୨୦ ସେଣ୍ଟିମିଟର ଉପରେ ରହିଛି ଜଳସ୍ତର | ଏହା ସହିତ ପ୍ରତି ଘଣ୍ଟାରେ ଜଳସ୍ତର ୧-୨ ସେମି ପର୍ଯ୍ୟନ୍ତ ବଢୁଛି |