ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟକୁ ଆଧାର କରି AFPର ତାଲିକା ଅନୁଯାୟୀ, କୋରୋନା ଭାଇରସ ଯୋଗୁଁ ୟୁରୋପରେ ମୋଟ ୯୦,୧୮୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଲକ୍ଷ ୪୭ ହଜାର ୨୭୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥି ସହିତ ବିଶ୍ୱରେ କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରାୟ ୧,୩୭,୪୯୯ ଲୋକଙ୍କର ମୃତ୍ୟୁ ଘଟିଛି ।
Trending Photos
)
ପ୍ୟାରିସ: ସମଗ୍ର ବିଶ୍ୱରେ କୋରୋନା ଭାଇରସ ତାଣ୍ଡବଲୀଳା ଜାରି ରଖିଛି । ଏହି ମହାମାରୀ ଯୋଗୁଁ ବିଶ୍ୱ ଆଗରେ ଏକ ଗମ୍ଭୀର ସଙ୍କଟ ଦେଖା ଦେଇଛି । ଚୀନର ୱୁହାନ ସହରରୁ ବାହାରିଥିବା ଏହି ଭାଇରସ ଯୋଗୁଁ ୟୁରୋପ ମହାଦେଶ ସର୍ବାଧିକ ପ୍ରଭାବିତ ହୋଇଛି । ବିଶ୍ୱର ୧୮୦ ରୁ ଅଧିକ ଦେଶରେ କରୋନାଙ୍କ ବିପର୍ଯ୍ୟୟ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ଯୋଗୁଁ ସାରା ବିଶ୍ୱରେ ପ୍ରାୟ ୧ ଲକ୍ଷ ୩୭ ହଜାର ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ୟୁରୋପରେ କୋରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ହୋଇଛି । ବିଶ୍ୱବ୍ୟାପୀ ୬୫% ରୁ ଅଧିକ ମୃତ୍ୟୁ କେବଳ ୟୁରୋପୀୟ ଦେଶମାନଙ୍କରେ ଘଟିଛି ।
ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟକୁ ଆଧାର କରି AFPର ତାଲିକା ଅନୁଯାୟୀ, କୋରୋନା ଭାଇରସ ଯୋଗୁଁ ୟୁରୋପରେ ମୋଟ ୯୦,୧୮୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଲକ୍ଷ ୪୭ ହଜାର ୨୭୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥି ସହିତ ବିଶ୍ୱରେ କୋରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରାୟ ୧,୩୭,୪୯୯ ଲୋକଙ୍କର ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷେ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୧୨,୩୮୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏବଂ ୩୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୪୧୪ ଜଣଙ୍କର ମୃତ୍ୟୁ ଘଟିଛି, ଯଦିଓ ୧୪୮୯ କୋରୋନା ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।