ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ
Advertisement

ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ

ଫଗାନିସ୍ତାନର ନ୍ୟୁଜ୍ ୱେବସାଇଟ୍ ଟୋଲୋ ନ୍ୟୁଜ୍ ଅନୁଯାୟୀ ତାଲିବାନ (Taliban) ଏହି ବୈଠକରୁ ବହୁତ ଆଶା ରଖିଛି । 

ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ

ନୂଆଦିଲ୍ଲୀ: Moscow Meet: ଆଫଗାନିସ୍ତାନ  (Afghanistan) ପ୍ରସଙ୍ଗକୁ ନେଇ ଋଷ (Russia) ମସ୍କୋ ଫର୍ମାଟ୍ ବୈଠକ ଡାକିଛି । ୨୦୧୭ ମସିହାରୁ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ମସ୍କୋ ଫର୍ମାଟ୍ (Moscow format) ତିଆରି କରାଯାଇଥିଲା । ଏହି ବୈଠକରେ ଯୋଗଦେବା ପାଇଁ ଆମେରିକା (America), ଚୀନ୍ (China), ଭାରତ (India), ଇରାନ (Iran) ଏବଂ ପାକିସ୍ଥାନ (Pakistan) ସମେତ ୧୦ଟି ଦେଶକୁ ଆମନ୍ତ୍ରଣ ପଠାଯାଇଥିଲା । ତାଲିବାନ (Taliban) ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ଋଷ ପ୍ରଥମ ଥର ପାଇଁ ଏହି ବୈଠକ ଆୟୋଜନ କରୁଛି । ସେହିପରି ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରତିନିଧୀ ତଥା ତାଲିବାନ ଅଧିକାରୀମାନେ ଏକାଠି ହୋଇଛନ୍ତି ।

ଏହି ବୈଠକରେ ଭାରତୀୟ ପ୍ରତିନିଧୀ (Indian delegation) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଓ ଆଫଗାନିସ୍ତାନ (Afghanistan) କୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ତାଲିବାନର ଆଧିକାରୀକ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ (Taliban official spokesman Zabihullah Mujahid) ନିଜ ଟ୍ୱିଟରେ ସ୍ପଷ୍ଟ କରିଛି ଯେ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଅଛି । ସେ ନିଜ ଟ୍ୱିଟରେ ଲେଖିଛି ଯେ ମସ୍କୋରେ ଅନୁଷ୍ଠିତ ବୈଠକରେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଆଫଗାନିସ୍ତାନର ଲୋକଙ୍କୁ ମାନବିକ ସହାୟତା ଆବଶ୍ୟକ, ଆଫଗାନିସ୍ତାନ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଆଫଗାନିସ୍ତାନକୁ ମାନବିକ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି । ତେବେ ଏପର୍ଯ୍ୟନ୍ତ ଭାରତ ତରଫରୁ କୌଣସି ଆଧିକାରୀକ ବୟାନ ଆସିନାହିଁ ।

fallback

ଆଫଗାନିସ୍ତାନର ନ୍ୟୁଜ୍ ୱେବସାଇଟ୍ ଟୋଲୋ ନ୍ୟୁଜ୍ ଅନୁଯାୟୀ ତାଲିବାନ (Taliban) ଏହି ବୈଠକରୁ ବହୁତ ଆଶା ରଖିଛି । ଆଫଗାନିସ୍ତାନ (Afghanistan) ର ପାଣ୍ଠି ଫ୍ରିଜ୍ ହୋଇଥିବାରୁ ଏହି ଦେଶ ଆର୍ଥିକ ସଙ୍କଟ ଓ ଅନାହାରର ସମ୍ମୁଖୀନ ହେଉଛି । ଯେହେତୁ ତାଲିବାନ ଏକ ମିଳିତ ସରକାରର ପ୍ରତିଶ୍ରୁତି ପାଳନ କରି ନାହିଁ, ତେଣୁ ଋଷ (Russia) ତାଲିବାନକୁ ଆନ୍ତର୍ଜାତୀୟ ମାନ୍ୟତା ଦେବାକୁ ତତ୍ପର ନୁହେଁ ।

ସୂଚନାଯୋଗ୍ୟ ଯେ, ଏହି ବୈଠକ ପାଇଁ ଆମେରିକା (America) କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ଆମେରିକା (US) ଏହି ବୈଠକ ପୂର୍ବରୁ ଦୋହାରେ ତାଲିବାନ ପ୍ରତିନିଧୀଙ୍କ ସହ ଆଲୋଚନା କରିସାରିଛି ଏବଂ ବର୍ତ୍ତମାନ ଏହି ବୈଠକରେ ଯୋଗ ଦେଉନାହିଁ ।

fallback

ଋଷ (Russia) ବ୍ୟତୀତ ତାଜିକିସ୍ତାନ ଓ ଉଜବେକିସ୍ତାନ ମଧ୍ୟ ତାଲିବାନ ସରକାରକୁ ନେଇ ଉଦ୍ୱେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ତାଲିବାନ ସରକାର ଦ୍ୱାରା କରାଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ । ସେହିଭଳି କତାର ତାଲିବାନକୁ ମଧ୍ୟ କହିଛି ଯେ ଯଦି ସେମାନେ ଇସଲାମିକ ସରକାର ଚଳାଇବାକୁ ଚାହାଁନ୍ତି, ତେବେ ସେମାନେ କତାରଠାରୁ ଶିଖିବା ଉଚିତ୍ । ଏହା ବ୍ୟତୀତ କିଛି ମୁସଲିମ ଦେଶ ମଧ୍ୟ ତାଲିବାନକୁ ବୈଦେଶିକ ମନ୍ତ୍ରୀ ପଠାଇ ଏକ ମିଳିତ ସମନ୍ୱୟ ସରକାର ଚଳାଇବାକୁ ତଥା ସମାଜରେ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ଦେବାକୁ  କହିଛନ୍ତି । 

ପାକିସ୍ତାନ ତାଲିବାନକୁ ସମର୍ଥନ କରିଆସୁଛି ଓ ଆଫଗାନିସ୍ତାନର ଖରାପ ଆର୍ଥିକ ପରିସ୍ଥିତି ମଧ୍ୟରେ ସାହାଯ୍ୟ ପଠାଇବା ଜାରି ରଖିଛି । କିନ୍ତୁ ପାକିସ୍ତାନର ମଧ୍ୟ ନିଜର ସୀମା ରହିଛି କାରଣ ପାକିସ୍ତାନ ନିଜେ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି । ଚୀନ ମଧ୍ୟ ତାଲିବାନ ପ୍ରତି ଅତ୍ୟନ୍ତ ଉତ୍ସାହଜନକ ମନୋଭାବ ଦେଖାଇ ନାହିଁ । ଏଭଳି ପରିସ୍ଥିତିରେ ତାଲିବାନ ଯଥାସମ୍ଭବ ସାହାଯ୍ୟ ପାଇବାକୁ ଚେଷ୍ଟା କରୁଛି ।

ଏହା ବି ପଢ଼ନ୍ତୁ:-ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ପେଟ୍ରୋଲ-ଡିଜେଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ଏହା ବି ପଢ଼ନ୍ତୁ:-କୃଷକଙ୍କ ପାଇଁ ଗୁଡ୍ ନ୍ୟୁଜ୍! ଏହି ଦିନ ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି

ଏହା ବି ପଢ଼ନ୍ତୁ:-ତାଲିବାନକୁ ନେଇ ଋଷରେ ଭାରତ, ପାକିସ୍ତାନ ସମେତ ଏହି ୧୦ଟି ଦେଶ ହେବେ ଏକାଠି, ନେଇପାରନ୍ତି ବହୁତ ବଡ଼ ନିଷ୍ପତ୍ତି

ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ