ରାଜ୍ୟପାଳ ଜ୍ୱରରେ ପୀଡ଼ିତ ହେବାରୁ ଗତ ଜୁନ ୧୧ ତାରିଖରେ ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
Trending Photos
)
ଲକ୍ଷ୍ନୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଲକ୍ଷ୍ନୌ ସ୍ଥିତ ମେନ୍ଦାତା ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।
ରାଜ୍ୟପାଳ ଜ୍ୱରରେ ପୀଡ଼ିତ ହେବାରୁ ଗତ ଜୁନ ୧୧ ତାରିଖରେ ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ପରିସ୍ରାରେ ସଂକ୍ରମଣ ହୋଇଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ଚିକିତ୍ସା ପରେ ଜ୍ୱର ଓ ପରିସ୍ରା ସମସ୍ୟାରେ ଉନ୍ନତି ଆସିଥିଲା । ଜ୍ୱର ଯୋଗୁଁ ତାଙ୍କ କୋରୋନା ପରୀକ୍ଷା ମଧ୍ୟ ହୋଇଥିଲା । ତେବେ ରିପୋର୍ଟ ନେଗେଟିଭ ଆସିଥିଲା ।

ପରେ ରାଜ୍ୟପାଳ ଯକୃତରେ କଷ୍ଠ ଅନୁଭବ କରିଥିଲେ । ପେଟରେ ରକ୍ତ ପ୍ରବାହ ବୃଦ୍ଧି ପାଇବାରୁ ତାଙ୍କର ଜରୁରୀ ଅବରେସନ କରାଯାଇଥିଲା । ତେବେ ଏହା ପରେ ଆଇସିୟୁରେ ଥିଲେ ରାଜ୍ୟପାଳ । ଆଜି ସ୍ୱାସ୍ଥ୍ୟବସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ଉତ୍ତରପ୍ରଦେଶ ଲକ୍ଷ୍ନୌ ନିବାସୀ । କିଛି ଦିନ ପୂର୍ବରୁ ସେ ଘରକୁ ଛୁଟିରେ ଆସିଥିଲେ ।