Jaya Bachchan: ଜୟାଙ୍କ ଏ କି 'ଅଭଦ୍ର' ଆଚରଣ, ରାଜ୍ୟସଭା ସ୍ପିକର ଧନଖଡଙ୍କୁ ଅଙ୍ଗୁଳି ଦେଖାଇ ନାଲିଆଖି
Advertisement

Jaya Bachchan: ଜୟାଙ୍କ ଏ କି 'ଅଭଦ୍ର' ଆଚରଣ, ରାଜ୍ୟସଭା ସ୍ପିକର ଧନଖଡଙ୍କୁ ଅଙ୍ଗୁଳି ଦେଖାଇ ନାଲିଆଖି

Jaya Bachchan On Dhankad: ଜୟା ବଚ୍ଚନଙ୍କ ଏପରି ଆଚରଣ ଅନେକ ଥର ଦେଖାଯାଇଛି। ଏହାର କିଛି ଦିନ ପୂର୍ବରୁ, ସାଂସଦ ବଚ୍ଚନ ବିନା ଅନୁମତିରେ ଫଟୋ କ୍ଲିକ୍ କରିଥିବାରୁ ଗଣମାଧ୍ୟମ ଉପରେ କ୍ରୋଧିତ ହୋଇଥିଲେ । ସେହିପରି ବଜେଟ ସମୟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଜୟାଙ୍କ ଉପରେ କ୍ରୋଧିତ ହୋଇଛନ୍ତି ତାଙ୍କ ସାଥୀ ସାଂସଦ ମାନେ। 

Jaya Bachchan: ଜୟାଙ୍କ ଏ କି 'ଅଭଦ୍ର' ଆଚରଣ, ରାଜ୍ୟସଭା ସ୍ପିକର ଧନଖଡଙ୍କୁ ଅଙ୍ଗୁଳି ଦେଖାଇ ନାଲିଆଖି

Jaya Bachchan: ଗତକିଛିଦିନ ହେଲା ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ବେଶ ସରଗରମ ରହିଛି। ହେଲେ ଏମିତି ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଭେଟେରାନ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନଙ୍କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ଏହି ଫଟୋ ଭାଇରାଲ ପରେ ଜଣେ ପ୍ରତିଷ୍ଠିତ ମହିଳା ଭଦ୍ରାମୀ ଶିଖିନଥିବା ଆଲୋଚନା ହେଉଛି । ଏମିତିକି ସାଥି ସାଂସଦ ମାନେ ବି ଜୟାଙ୍କ ଆଚରଣରେ କ୍ଷୁବ୍ଧ ହୋଇପଡ଼ିଛନ୍ତି । କାରଣ ଗୃହର ସ୍ପିକର ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଜୟା ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି  । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆସନରେ ବସିବାକୁ ଯାଉଥିବାବେଳେ ଜୟା ବଚ୍ଚନ ତାଙ୍କୁ ଅଙ୍ଗୁଳି ଦେଖାଇ କଥା ହେଉଥିବା ଦେଖିବାକୁ ମିଳିଛି  । 

ଏହି ଦୃଶ୍ୟ ପରେ ଏବେ ଏବେ ରାଜ୍ୟସଭାରେ (Rajya Sabha) ଝଡ଼ ସୃଷ୍ଟି ହୋଇଛି । ତେବେ ଏହି ଭିଡିଓ ଓ ଫଟୋଟି ବଜେଟ ଅର୍ଥାତ୍ ଫେବୃଆରୀ ୧ ତାରିଖର ବୋଲି କୁହାଯାଉଛି। ନିକଟରେ ସଂସଦରେ ହଙ୍ଗାମା କରିବା ଏବଂ ଗୃହକାର୍ଯ୍ୟକୁ ରେକଡିଂ କରିବା ଅଭିଯୋଗରେ କଂଗ୍ରେସ ସାଂସଦଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଅଧ୍ୟକ୍ଷ କଂଗ୍ରେସ ସାଂସଦ(Congress MP) ରଜନୀ ପଟେଲଙ୍କୁ ନିଲମ୍ବିତ କରିଥିଲେ  । ବର୍ତ୍ତମାନ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ(Jaya Bachchan) ଆଚରଣକୁ ନେଇ କଂଗ୍ରେସ କାଠଗଡ଼ାକୁ ଟାଣିଛି । ଜୟାଙ୍କ ବିରୋଧରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜୋରଦାର ଦାବି କରାଯାଉଛି।

ସେପଟେ ଏହି ଆଚରଣ ଓ ସଂସ୍କାର ଝଡ଼କୁ ନେଇ ସମାଜବାଦୀ ପାର୍ଟି (Samajwadi Party) ନିଜର ପ୍ରତିକ୍ରିୟା ରଖିଛି। ଦଳ କହିଛି ଯେ ରାଜ୍ୟସଭା ଅଧ୍ୟକ୍ଷ କହିବାକୁ ସୁଯୋଗ ନଦେଇଥିବାରୁ ଜୟା ବଚ୍ଚନ ରାଗିଯାଇ ଅଙ୍ଗୁଳି ଦେଖାଇଛନ୍ତି  । କିନ୍ତୁ ଜୟାଙ୍କ ଏପରି ଆଚରଣକୁ ନେଇ ଏବେ ଟ୍ୱିଟରରେ ଝଡ ଦେଖିବାକୁ ମିଳିଛି । ଟ୍ୱିଟର ୱାରରେ ଲେଖାଯାଇଛି ଯେ, ଜୟା ବଚ୍ଚନ ଫିଲ୍ମ ରଙ୍ଗମଞ୍ଚ ଏବଂ ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ଭିତରେ ପାର୍ଥକ୍ୟ ଜାଣନ୍ତୁ । ସେହିପରି ରାଜସ୍ଥାନର ଜଣେ ସାଂସଦ (Rajasthan MP) କହିଛନ୍ତି  । ଅହଂକାରର ଚରମ ସୀମାରେ ଜୟା ବଚ୍ଚନ ପହଞ୍ଚିଗଲେଣି । ସେଥିପାଇଁ ରାଜ୍ୟସଭାରେ ଦେଶର ଉପରାଷ୍ଟ୍ରପତିଙ୍କୁ ଏଭଳି ଅଭଦ୍ର ଆଚରଣ କରିବାକୁ ପଛାଉ ନାହାଁନ୍ତି  । ଗଣତନ୍ତ୍ରର ମନ୍ଦିର ଏମିତି ଲୋକଙ୍କ ପାଇଁ ଅପବିତ୍ର ହୋଇଛି ବୋଲି କହିଛନ୍ତି ।

ତେବେ ଏହାପ୍ରଥମ ଥର ନୁହେଁ ଜୟା ବଚ୍ଚନଙ୍କ ଏପରି ଆଚରଣ ଅନେକ ଥର ଦେଖାଯାଇଛି। ଏହାର କିଛି ଦିନ ପୂର୍ବରୁ, ସାଂସଦ ବଚ୍ଚନ ବିନା ଅନୁମତିରେ ଫଟୋ କ୍ଲିକ୍ କରିଥିବାରୁ ଗଣମାଧ୍ୟମ ଉପରେ କ୍ରୋଧିତ ହୋଇଥିଲେ । ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ​​ଯେ ଜୟ ବଚ୍ଚନ ସ୍ୱାମୀ ଅମିତାଭ ବଚ୍ଚନଙ୍କ ସହ ମଧ୍ୟପ୍ରଦେଶର ଇନ୍ଦୋର ବିମାନବନ୍ଦରରେ (Indore Airport) ପହଞ୍ଚିଥିଲେ। ଏହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ମୋବାଇଲରୁ ତାଙ୍କ ଭିଡିଓ ରେକର୍ଡିଂ (Mobile Recording) କରିବା ଆରମ୍ଭ କରିଥିଲେ। ଏହା ଦେଖି ଅଭିନେତ୍ରୀ ତଥା ସାଂସଦ ଜୟା କହିଥିଲେ ଯେ, ଦୟାକରି ମୋର ଫଟୋ ନିଅ ନାହିଁ । ମୋ ଫଟୋ ଉଠାଅ ନିଅ ନାହିଁ। "କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ରେକର୍ଡିଂ ବନ୍ଦ କରିନଥିଲେ, ଜୟା କ୍ରୋଧିତ ଭାବରେ କହିଥିଲେ - ଆପଣ ଇଂରାଜୀ ଜାଣି ନାହାଁନ୍ତି ...? ତା’ପରେ ସେ ଆହୁରି କହିଛନ୍ତି- “ଏପରି ଲୋକମାନଙ୍କୁ ବହିଷ୍କାର କରାଯାଉ।”

Also Read; Call Recording Discontinued: ଏଣିକି ବନ୍ଦ ହୋଇଯିବ କଲ୍ ରେକର୍ଡିଂ, ଜାଣନ୍ତୁ କାହିଁକି ନିଆଯାଉଛି ଏହି ନିଷ୍ପତ୍ତି

Also Read: Gautam Adani: କଂଗ୍ରେସ ନା ବିଜେପି, କାହା ଶାସନ ସମୟରେ ବଢିଲା ଅଦାନୀଙ୍କ ସାମ୍ରାଜ୍ୟ