ଶିକାରୀଙ୍କ ଗୁଳିରେ ୩ ପୋଲିସ ମୃତ, କୋଟିଏ ଟଙ୍କାର ଆର୍ଥୀକ ସହାୟତା ଘୋଷଣା
Advertisement

ଶିକାରୀଙ୍କ ଗୁଳିରେ ୩ ପୋଲିସ ମୃତ, କୋଟିଏ ଟଙ୍କାର ଆର୍ଥୀକ ସହାୟତା ଘୋଷଣା

ଘଟଣାସ୍ଥଳରେ ଗୁନା ଏସପି ରାଜୀବ ମିଶ୍ରା (SP Rajeev Mishra) ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଘଟଣାସ୍ଥଳରୁ ଚାରୋଟି କୃଷ୍ଣସାର ମୃଗଙ୍କ ମୃତଦେହ ଉଦ୍ଧାର କରିଛି ।

ଶିକାରୀଙ୍କ ଗୁଳିରେ ୩ ପୋଲିସ ମୃତ, କୋଟିଏ ଟଙ୍କାର ଆର୍ଥୀକ ସହାୟତା ଘୋଷଣା

ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଶିକାରୀଙ୍କ ସହ ସଂଘର୍ଷରେ ଆରୋନ ପୋଲିସ ଷ୍ଟେସନରେ କାର୍ଯ୍ୟକରୁଥିବା ଜଣେ ସବ୍-ଇନ୍ସପେକ୍ଟରଙ୍କ ସମେତ ତିନିଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଗୁନା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୫୫ କିଲୋମିଟର ଦୂରରେ ଥିବା ସାଗାବାର୍ଖେଡି ଗ୍ରାମ ନିକଟରେ ଘଟିଥିଲା । ତେବେ ନିୟମିତ ଭାବରେ ଆମ୍ବୁସ ଡ୍ୟୁଟିରେ ନିୟୋଜିତ ଥିବା  ହେଡ଼ କନଷ୍ଟେବଳ ନୀରଜ ଭାର୍ଗଭଙ୍କ (Head Constable Neeraj Bhargav) ସହ କନଷ୍ଟେବଳ ସାନ୍ତ୍ରମ ମୀନାଙ୍କୁ (constable Santram Meena)  ଲଖନ ଗିରି (Lakhan Giri) ନାମକ ଜଣେ ଘରୋଇ ଡ୍ରାଇଭର ଏକ ଚାରିଚକିଆ ଗାଡ଼ିରେ  ନେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା ।

ପାଖାପାଖି ରାତି ୨ଟା ସମୟରେ ରାତ୍ରି ପାଟ୍ରୋଲିଂରେ ଥିବା ସବ୍-ଇନ୍ସପେକ୍ଟର ରାଜକୁମାର ଜଟାବ(Sub-Inspector Rajkumar Jatav)ମୟୁର ଏବଂ ହରିଣର ବେଆଇନ ଶିକାର ବିଷୟରେ ସୂଚନା ପାଇଥିଲେ । ଖବର ପାଇବାପରେ  ସବ୍-ଇନ୍ସପେକ୍ଟର ଜଟାଭ ସାଙ୍ଗରେ ଆର ପ୍ରଦିପ ମୀନାଲ (R Pradeep Meenal)ଏବଂ ହେଡ କନଷ୍ଟେବଳ ଦୀନେଶ ଗୌତମ (head constable Dinesh Gautam) ଶିକାରୀମାନଙ୍କୁ ଟ୍ରାକ କରିବା ପାଇଁ ଯାଇ ଘଟଣା ଘଟିଥିବା ସାଗାବାର୍ଖେଡି ଗ୍ରାମରେ ଯାଇ  ପହଞ୍ଚିଥିଲେ। ଯେଉଁ ସ୍ଥାନରୁ ଶିକାରୀଙ୍କ ବିଷୟରେ ସୂଚନା ଦେବାପାଇଁ ପ୍ରାୟ ୧୦୦ ମିଟର ଦୂରରେ ଗୌତମ ଏବଂ ମୀନାଲଙ୍କୁ ନିୟୋଜିତ କରାଯାଇଥିଲା । ସେହି ସ୍ଥାନରେ ପୋଲିସ ଟିମ ଚଢାଉ କରିବାପରେ ଶିକାରୀମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଘଟଣାସ୍ଥଳରେ ଗୁନା ଏସପି ରାଜୀବ ମିଶ୍ରା (SP Rajeev Mishra) ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଚାରୋଟି କୃଷ୍ଣସାର ମୃଗଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ମଧ୍ୟ ପ୍ରଦେଶର ଗୁନାରେ ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (CM Shivraj Singh Chouhan) ନିଜ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ଏଥିରେ ଡିଜିପି, ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବ୍ୟକ୍ତିଗତ ଭାବେ ଏହି ମାମଲାର ତଦାରଖ କରୁଛନ୍ତି । 

ସେପଟେ, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର (MP Home Minister Narottam Mishra) ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅପରାଧୀଙ୍କ ଏ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକାରୀଙ୍କ ଗୁଳିରେ ସହିଦ ହୋଇଥିବା ୩ ପୋଲିସ କର୍ମଚାରୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନକାଉଣ୍ଟରରେ ଜଣେ ଏସଆଇ (sub-Inspector Rajkumar Jatav) ରାଜ କୁମାର ଜଟାବ (Head Constable Neeraj Bhargav)ଙ୍କ ସହ କନଷ୍ଟେବଳ ସାନ୍ତ୍ରମ ମୀନା(constable Santram Meena)ଙ୍କ ସହ  ଲଖନ ଗିରି(Lakhan Giri)ଙ୍କର ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ: CIBIL କିମ୍ବା କ୍ରେଡିଟ୍ ସ୍କୋର କ’ଣ? ଏହା କିପରି ବୃଦ୍ଧି ହୁଏ, ଜାଣନ୍ତୁ ଏପରି ସମସ୍ତ ପ୍ରଶ୍ନର ଉତ୍ତର

ଏହା ବି ପଢ଼ନ୍ତୁ: ଅଷ୍ଟମ ପାସଙ୍କୁ ନିଯୁକ୍ତି ଦେଉଛି ଏହି ସରକାରୀ କମ୍ପାନୀ; ଶୀଘ୍ର କରନ୍ତୁ ଆବେଦନ