Advertisement
Article Detail0/zeeodisha/odisha695342
Zee OdishaOdisha National-Internationalମାଟି ଅତଡ଼ା ଧସି ୫ ମୃତ, ୩ ଗୁରୁତର

ମାଟି ଅତଡ଼ା ଧସି ୫ ମୃତ, ୩ ଗୁରୁତର

ଏହି ଦୁଃଖଦ ଦୁର୍ଘଟଣା ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତକଙ୍କ ପରିବାରଙ୍କ ପାଇଁ ୪-୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାମାରୀ କୋରୋନା ମଧ୍ୟରେ ମଧ୍ୟପ୍ରଦେଶର ଶାହଡୋଲରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ମାଟି ଅତଡ଼ା ଖସିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହା ବ୍ୟତୀତ ମାଟି ତଳେ ଏକ ଡଜନରୁ ଅଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି । କଲେକ୍ଟର ସତ୍ୟେନ୍ଦ୍ର ସିଂ ଓ ଏସପି ସତ୍ୟେନ୍ଦ୍ର ଶୁକ୍ଲା ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଏଥିସହ ଗୁରୁତର ଆହତମାନଙ୍କୁ ଡାକ୍ତରଖାନା ପଠାଯାଉଛି । ଏଥି ସହ ପୋଲିସ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏଥିପାଇଁ JCB ମେସିନଗୁଡିକର ସାହାଯ୍ୟ ନିଆଯାଉଛି । ଫସି ରହିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଜାଣିବା ପାଇଁ ପୋଲିସ ତଦନ୍ତରେ ନିୟୋଜିତ ଅଛି ।

ଏହି ଦୁଃଖଦ ଦୁର୍ଘଟଣା ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତକଙ୍କ ପରିବାରଙ୍କ ପାଇଁ ୪-୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ତାଙ୍କ ବ୍ୟତୀ ଏହି ଦୁଃଖଦ ଘଟଣାକୁ ନେଇ ପୂର୍ବତନ ସିଏମ କମଲ ନାଥ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, "ଶାହଡୋଲ ଜିଲ୍ଲାର ବେହୋହରୀରେ ମାଟି ଖଣି ଧସିବାରୁ ହେତୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁର ଦୁଃଖଦ ଘଟଣା ମିଳିଛି । ଅନେକ ଶ୍ରମିକ ଆହତ ହୋଇଛନ୍ତି । ପୀଡ଼ିତ ପରିବାର ପ୍ରତି ସମବେଦନା ଏବଂ ଆହତମାନଙ୍କୁ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି ।"

About the Author