Advertisement
Article Detail0/zeeodisha/odisha867219

ବୌଦ୍ଧ ଭିକ୍ଷୁଙ୍କ ବେଶରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ କ୍ୟାମ୍ପର ଟ୍ରେନିଂ ନେଉଛନ୍ତି । ତେବେ ଆଇପିଏଲ ପୂର୍ବରୁ ସୁପର କୁଲ ଧୋନିଙ୍କ ନୂଆ ଲୁକ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ବୌଦ୍ଧ ଭିକ୍ଷୁଙ୍କ ବେଶରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ ଲିଗ୍ ଅର୍ଥାତ ଆଇପିଏଲ ୨୦୨୧ ର ଆୟୋଜନକୁ ନେଇ ବହୁତ କମ ଦିନ ରହିଛି। ଏହାକୁ ନଜରରେ ରଖି ସବୁ ଫ୍ରାଞ୍ଚାଇଜ୍ ଟିମ ନିଜ ନିଜ କ୍ୟାମ୍ପ ଲଗାଇବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ କ୍ୟାମ୍ପର ଟ୍ରେନିଂ ନେଉଛନ୍ତି । ତେବେ ଆଇପିଏଲ ପୂର୍ବରୁ ସୁପର କୁଲ ଧୋନିଙ୍କ ନୂଆ ଲୁକ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଲୁକରେ ଧୋନି ସାଧୁ ଅର୍ଥାତ୍ ବୌଦ୍ଧ ଭିକ୍ଷୁଙ୍କ ବେଶରେ ନଜର ଆସିଛନ୍ତି।

ଏକ ସ୍ପୋର୍ଟ ସଂସ୍ଥା (Sports Organisation) ଏହି ଫୋଟ ଓ ଭିଡିଓକୁ ସୋସିଆଲ ମିଡିଆ (Social Media) ରେ ଛାଡିବା ପରେ ଖୁବ ଭଲ ରେସପନ୍ସ ମିଳିଛି । ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ସହ ଭିକ୍ଷୁଙ୍କ ଭଳି ପୋଷାକ ପରିଧାନ କରିଛନ୍ତି କ୍ୟାପଟେନ କୁଲ୍ ଧୋନି (Captain Cool Dhoni) । ଆଉ ଏହି ଭିଡିଓ ଜରିଆରେ ଧୋନିଙ୍କ ଫ୍ୟାନ୍ସ ଖୁବ ଭଲ ଓ ମଜାଦାର କମେଣ୍ଟ୍ସ ମଧ୍ୟ ଦେବାରେ ଲାଗିଛନ୍ତି । ତେବେ ଏହି ଲୁକର ପଛରେ ଥିବା ରହସ୍ୟ ଉପରୁ ପରଦା ଉଠାଇଛନ୍ତି ଧୋନି। ସେ କହିଛନ୍ତି, "କଣ ଏହି ଅବତାରର ପଛର ରହସ୍ୟ ତାହା ଆପଣ ମାନେ ଖୁବ ଶୀଘ୍ର ଜାଣିଯିବେ ''

Also Read: ଉର୍ବଶୀ ପିଉଛନ୍ତି ମହଙ୍ଗା ପାଣି: ଦାମ୍ ଜାଣିଲେ ଶୁଖିଯିବ ଆପଣଙ୍କ ଗଳା

Add Zee News as a Preferred Source

ପ୍ରଥମେ ଏହି ଭିଡିଓ (Video) ମାଧ୍ୟମରେ ଆଖି ବନ୍ଦ କରି ଦୀର୍ଘ ନିଃଶ୍ୱାସ ନେଇଛନ୍ତି ପରେ ସ୍ମିତ ହାସ୍ୟ ଦେଇ ନିଜ ଫ୍ୟାନଙ୍କୁ ସସପେନ୍ସରେ ରଖିଛନ୍ତି ଧୋନି କି ଏହି ଅବତାର ପଛର ରହସ୍ୟ କଣ ? ପୂର୍ବତନ କ୍ୟାପଟେନ ବା କ୍ୟାପଟେନ କୁଲ ଧୋନି (Captain Cool Mahendra Singh Dhoni) ନିଜର ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତେବେ ଏହି ଗେଟଅପ IPL ପୂର୍ବରୁ ଦେଖିବାକୁ ପାଇଥାନ୍ତି ଫ୍ୟାନ୍ସ । ଆଉ ଏବେ ଯେଉଁ ବୌଦ୍ଧ ଭିକ୍ଷୁ (Buddhist monk Look) ଙ୍କ ବେଶରେ ଥିବା ଲୁକରେ ଧୋନି କଣ ଧମାଲ କରୁଛନ୍ତି ତାହା ତ ଆଗାମୀ ଦିନରେ ହିଁ ଜଣାପଡ଼ିବ ।

Also Read: ଅଡ଼ୁଆରେ ବ୍ରିଟେନ ରାଜପରିବାର: ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରାଜବଧୂ ମେଗନ ମାର୍କଲ

ତେବେ ଏହି ଭିଡିଓଟି ରିଲିଜ ହେବା ପରେ ଏହା ଚର୍ଚ୍ଚା ହେଉଛି ଏହା କେଉଁ ଆଡଭାଇଟାଇଜିଂ ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ଏହି ଭିଡିଓର ଠିକ ଗୋଟିଏ ଦିନ ପୂର୍ବରୁ ଧୋନିଙ୍କୁ ପୂର୍ବାବସ୍ଥା ଅର୍ଥାତ୍ ଚୁଟି ଥିବା ଅବସ୍ଥାରେ ଟ୍ରେନିଂ କରୁଥିବା ନେଇ ସ୍ପଟ କରାଯାଇଛି । ତେବେ ସତରେ ଧୋନି ଲଣ୍ଡା ହୋଇଛନ୍ତି ନା ନାହିଁ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ । ଏଠାରେ କହିରଖୁଛୁ ଯେ, IPL ଲିଗ୍ ଚଳିତ ବର୍ଷ ଅପ୍ରେଲ ୯ ତାରିଖରୁ ହେବାକୁ ଯାଉଛି ଓ ପ୍ରଥମ ମ୍ୟାଚରେ ଭେଟାଭେଟି ହେବା RCB ଓ Mumbai Indians.

About the Author