ଗମ୍ଭୀରଙ୍କ କହିବା କଥା ହେଲା, ଏମଏସ ଏବେ ଭଲ ଫର୍ମରେ ଅଛନ୍ତି । ଖେଳର ମଜା ନେଉଛନ୍ତି । ଯଦି ତାଙ୍କୁ ମନେହେଉଛି, ସେ ଏବେ ମଧ୍ୟ ଖେଳି ଦେଶକୁ ବିଜୟ ଦେଇପାରିବେ, ତେବେ ଖେଳିବା ଦରକାର ।
Trending Photos
ନୂଆଦିଲ୍ଲୀ: କେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଧୋନି ? ଗତ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଶେଷ ଧର ପାଇଁ ସେ ଖେଳିଥିଲେ । ତେବେ ବିଭିନ୍ନ ଏହି ମହାନ ଖେଳାଳିଙ୍କ ଅବସର ନେଇ ଚର୍ଚ୍ଚା ରହିଆସିଛି । ଏବେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର (Gautam Gambhir) ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ।
ଗମ୍ଭୀର କହିଛନ୍ତି, ମହେନ୍ଦ୍ର ସିଂହ ଧୋନି (MS Dhoni) ଯେତେଦିନ ପର୍ଯ୍ୟନ୍ତ ଫିଟ ଓ ଫର୍ମରେ ଅଛନ୍ତି, ତାଙ୍କୁ କ୍ରିକେଟ ଖେଳିବା ଦରକାର । ଗତ ୭ ଜୁଲାଇରେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି ଧୋନି । ଦୀର୍ଘ ୧ ବର୍ଷ ହେଲା ସେ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାଁନ୍ତି । ତେବେ ଏନେଇ ମଧ୍ୟ ଗମ୍ଭୀର କହିଛନ୍ତି, ''ବୟସ ଏକ ଅଙ୍କ ମାତ୍ର । ଆପଣ ଯେତେଦିନ ପର୍ଯ୍ୟନ୍ତ ଭଲ ଫର୍ମରେ ଅଛନ୍ତି, ଖେଳିବା ଦରକାର ।''
ଗମ୍ଭୀରଙ୍କ କହିବା କଥା ହେଲା, ଏମଏସ ଏବେ ଭଲ ଫର୍ମରେ ଅଛନ୍ତି । ଖେଳର ମଜା ନେଉଛନ୍ତି । ଯଦି ତାଙ୍କୁ ମନେହେଉଛି, ସେ ଏବେ ମଧ୍ୟ ଖେଳି ଦେଶକୁ ବିଜୟ ଦେଇପାରିବେ, ତେବେ ଖେଳିବା ଦରକାର । ବିଶେଷ କରି ୬କିମ୍ବା ୭ ନମ୍ବରରେ ବ୍ୟାଟିଂ ନେଇ କହିଛନ୍ତି ଗମ୍ଭୀର । ଷ୍ଟାର ସ୍ପୋଟର୍ସର ଶୋ 'କ୍ରିକେଟ କନେକ୍ଟେଡ'ରେ ଗମ୍ଭୀର କହିଛନ୍ତି, ଯଦି ଧୋନି ଫର୍ମରେ ଅଛନ୍ତି ଓ ନିଜକୁ ଫିଟ ରଖିଛନ୍ତି, ତେବେ ଲଗାତାର ଖେଳିବା ଦରକାର । ତାଙ୍କୁ ଅବସର ନେବା ପାଇଁ କେହି ମଧ୍ୟ ବାଧ୍ୟ କରିପାରିବ ନାହିଁ ।