Advertisement
Article Detail0/zeeodisha/odisha776633
Zee OdishaOdisha National-Internationalଦ୍ୱାପର ଯୁଗରେ ଶକ୍ତିମାନ! ମହିଳାଙ୍କୁ ନେଇ ଏପରି ଦେଲେ ବୟାନ

ଦ୍ୱାପର ଯୁଗରେ ଶକ୍ତିମାନ! ମହିଳାଙ୍କୁ ନେଇ ଏପରି ଦେଲେ ବୟାନ

ଭାଇରାଲ ଭିଡିଓରେ ମୁକେଶ ଖାନ୍ନା ମହିଳା ଘରୁ ବାହାରି କାମ କରିବାକୁ ଆପତ୍ତି ଜଣାଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ମହିଳାଙ୍କ ଘରୁ ବାହାରିବା ହେଉଛି ସମସ୍ୟାର ମୂଳ କାରଣ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିବାଦ ସହ ଅଭିନେତା ମୁକେଶ ଖାନ୍ନାଙ୍କ ଏକ ନୀବିଡ ସମ୍ପର୍କ ରହିଛି। ସେ ସବୁବେଳେ କୌଣସି ନା କୌଣସି ମନ୍ତବ୍ୟ ଦେଇ ହେଡଲାଇନରେ ରହିବାକୁ ଟେଷ୍ଟା କରନ୍ତି। ଦି କପିଲ ଶର୍ମା ନ ଯାଇ ଆରମ୍ଭ ହୋଇଥିବା ବିବାଦର ସିରିଜ୍ ଏବେବି ଜାରି ରହିଛି। ଏବେ ମୁକେଶ ଖାନ୍ନାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଠାରେ ସେ #MeToo ଉପରେ ନିଜର ମତାମତ ଦେଉଛନ୍ତି ।

ଭାଇରାଲ ଭିଡିଓରେ ମୁକେଶ ଖାନ୍ନା ମହିଳା ଘରୁ କାମ କରିବାକୁ ନେଇ ଆପତ୍ତି ଜଣାଇଛନ୍ତି। ମହିଳାଙ୍କ ଘରୁ ବାହାରିବା ହେଉଛି ସବୁ ସମସ୍ୟାର ମୂଳ କାରଣ। ସେ କହିଛନ୍ତି ଯେ, ଯେତେବେଳେ ମହିଳାମାନେ ଘରୁ ବାହାରି କାମ କରିବା ଆରମ୍ଭ କଲେ, ସେତେବେଳେ ଏହି  #MeToo ସମସ୍ୟା ଆରମ୍ଭ ହେଲା। ଆଜି ସେ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ କାମ କରିବାକୁ ଚାହୁଁଛନ୍ତି। 

ସେ ପୁଣି  ସ୍ପଷ୍ଟ ଭାବେ କହୁଛନ୍ତି ଯେ, ଜଣେ ପୁରୁଷ ଏବଂ ମହିଳାଙ୍କ ରଚନା ବା ଗଠାନ ଅଲଗା ଅଲଗା ହୋଇଥାଏ। ମହିଳାଙ୍କ କାମ ହେଲା ଘର ସମ୍ଭାଳିବା। କର୍ମଜୀବୀ ମହିଳାଙ୍କ ପାଇଁ ଘରର ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି। ସେମାନଙ୍କୁ ମାଆର ସ୍ନେହ ମିଳେନାହିଁ। ତେବେ ମୁକେଶ ଖାନ୍ନାଙ୍କ ଏଭଳି ମନ୍ତବ୍ୟ ପୁରଷବାଦକୁ ଅଧିକ ପ୍ରସ୍ରେୟ  ଦେଉଛି। ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। କିଛି ଲୋକ ତାଙ୍କୁ ଶକ୍ତିମାନ ନାହିଁ କିଲୱିଶ ବୋଲି ମଧ୍ୟ କହିଛନ୍ତି।

ପୂର୍ବରୁ ମୁକେଶ ଖାନ୍ନା ମଧ୍ୟ ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ ଉପରେ ଏକ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ, ଯଦି ନିର୍ମାତାମାନେ ଅନ୍ୟ କୌଣସି ଧର୍ମ ପାଇଁ ଏପରି ଆଖ୍ୟା ଦେଇଥାନ୍ତେ, ତା’ହେଲେ ଖଣ୍ଡା ବାହରିଥାନ୍ତି। ନିର୍ମାତା ତୁରନ୍ତ ଫିଲ୍ମର ଟାଇଟଲ୍ ବଦଳାଇବାକୁ ସେ ନିବେଦନ କରିଥିଲେ। ବର୍ତ୍ତମାନ ଫିଲ୍ମର ନାମ ଲକ୍ଷ୍ମୀ ବମ୍ ବଦଳରେ ଲକ୍ଷ୍ମୀ ଭାବରେ ନାମିତ କରାଯାଇଛି।

 

 

 

 

 

About the Author