Afghanistan: ମୁଲ୍ଲା ଅବଦୁଲ ହେବେ ଆଫଗାନିସ୍ତାନରେ ତାଲିବାନୀ ସରକାରର 'ରାଜା'
Advertisement
Article Detail0/zeeodisha/odisha978543

Afghanistan: ମୁଲ୍ଲା ଅବଦୁଲ ହେବେ ଆଫଗାନିସ୍ତାନରେ ତାଲିବାନୀ ସରକାରର 'ରାଜା'

ତାଲିବାନ ସୂତ୍ର ଅନୁଯାୟୀ ତାଲିବାନର ପ୍ରତିଷ୍ଠାତା ସଦସ୍ୟ ମୁଲ୍ଲା ଅବଦୁଲ ଘାନି ବରାଦର ତାଲିବାନ ସରକାରଙ୍କ ମୁଖିଆ ପାଇପାରନ୍ତି । ସୂଚନାନୁସାରେ, ଶେର୍ ମହମ୍ମଦ ଅବ୍ବାସ ଓ ମଲ୍ଲିକ ୟାକୁବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ପାଇବେ ।

(ଫାଇଲ ଫଟୋ)
(ଫାଇଲ ଫଟୋ)

କାବୁଲ: ଆଫଗାନିସ୍ତାନରୁ ଆମେରିକା ନିଜର ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ପରେ ବର୍ତ୍ତମାନ ଏକ ନୂତନ ତାଲିବାନ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତାଲିବାନ ସୂତ୍ର ଅନୁଯାୟୀ ତାଲିବାନର ପ୍ରତିଷ୍ଠାତା ସଦସ୍ୟ ମୁଲ୍ଲା ଅବଦୁଲ ଘାନି ବରାଦର ତାଲିବାନ ସରକାରର ନେତୃତ୍ୱ ନେଇପାରନ୍ତି । ସୂଚନାନୁସାରେ, ଶେର୍ ମହମ୍ମଦ ଅବ୍ବାସ ଓ ମଲ୍ଲିକ ୟାକୁବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ଓ ଦୁଇ ତିନି ଦିନ ମଧ୍ୟରେ ଏଠାରେ ସରକାର ଗଠନ ହେବ ।

ମନ୍ତ୍ରୀ ହୋଇପାରନ୍ତି ମୁଲ୍ଲା ମହମ୍ମଦ ୟାକୋବ
ସୂତ୍ରରୁ ପ୍ରକାଶ ଯେ ସ୍ୱର୍ଗତ ତାଲିବାନର ପ୍ରତିଷ୍ଠାତା ମଲ୍ଲିକା ଓମାରଙ୍କ ପୁଅ ମଲ୍ଲିକ ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଅବ୍ବାସ ଷ୍ଟାନାକଜାଇ ସରକାରରେ ଏକ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ । ସୂତ୍ର ଏହା ମଧ୍ୟ କହିଛି ଯେ ତାଲିବାନ ଆଫଗାନିସ୍ତାନର ବିଦ୍ୟମାନ ସମ୍ବିଧାନକୁ ପ୍ରତ୍ୟାହାର କରି ୧୯୬୪-୬୫ ର ପୁରୁଣା ସମ୍ବିଧାନକୁ ପୁନଃ କାର୍ଯ୍ୟକାରୀ କରିପାରିବ କାରଣ ତାଲିବାନ ବିଶ୍ୱାସ କରେ ଯେ ନୂତନ ସମ୍ବିଧାନ ବିଦେଶୀ ଦେଶ ଅଧୀନରେ ହୋଇଛି । 

ଅଧିକ ପଢ଼ନ୍ତୁ: EPF ନିୟମରେ ହେଲା ଏକ ବଡ ପରିବର୍ତ୍ତନ, ବର୍ତ୍ତମାନ କର୍ମଚାରୀଙ୍କ ପାଇଁ ରହିବ ଦୁଇଟି PF ଆକାଉଣ୍ଟ୍, ଜାଣନ୍ତୁ କାହିଁକି?

୪ ଦିନ ଧରି ଜାରି ରହଛି କାନ୍ଦାହାରରେ ବୈଠକ
ଗତ ୪ ଦିନ ଧରି ତାଲିବାନ ନେତାମାନେ ସରକାର ଗଠନ ନେଇ କାନ୍ଦାହାରରେ ପାରସ୍ପରିକ ଆଲୋଚନା କରିଥିଲେ । ତେବେ ତାଲିବାନର କଠିନ ଦଳ ଅନ୍ୟ କାହାକୁ କ୍ଷମତାରେ ରଖିବାକୁ ଚାହୁଁନାହାଁନ୍ତି ବୋଲି ସୂତ୍ରରୁ ପ୍ରକାଶ । କିନ୍ତୁ ଦୋହା କାର୍ଯ୍ୟାଳୟରେ ତାଲିବାନ ନେତାମାନେ ଅନ୍ୟ ଦଳକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି ।

ଅଧିକ ପଢ଼ନ୍ତୁ: ଚୀନ୍‌ର ଫଣ୍ଡିଙ୍ଗ ଆଧାରରେ ସରକାର ଗଠନ କରିବ ତାଲିବାନ, ଡ୍ରାଗନ୍ ସହିତ କରିଛି ଏହି ଡିଲ୍

ସୂଚନାନୁସାରେ, ତାଲିବାନ ସରକାରରେ ଅଣ ତାଲିବାନ ଦଳକୁ ଉଭୟ ସୁପ୍ରିମକୋର୍ଟ ଓ ମନ୍ତ୍ରଣାଳୟରେ ସ୍ଥାନ ଦେଇପାରେ । ତେବେ ନର୍ଥେନ ଆଲାଏନ୍ସ ଓ ତାଲିବାନ ମଧ୍ୟରେ ହୋଇଥିବା ବୁଝାମଣାର ଏକ ଚୁକ୍ତିରେ ପହଞ୍ଚିପାରିବ କି ନାହିଁ ତାହା ଦେଖିବାକୁ କୌତୁହଳପ୍ରଦ ହେବ, କାରଣ ନର୍ଥେନ ସରକାରରେ ସମାନ ଅଂଶ ଚାହୁଁଛି ଓ ତାଲିବାନ ବର୍ତ୍ତମାନ ଏଥିରେ ସହମତ ହୋଇଛି ।

;