ନୂଆଦିଲ୍ଲୀ: ପୁଣି ହୋଇପାରେ ଗତ ୨୦୦୮ ବର୍ଷରେ ହୋଇଥିବା ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣ ଘଟଣାର ପୁନରାବୃତ୍ତି। ଏଭଳି ଘଟଣା ଘଟିବା ନେଇ ସମ୍ଭାବନା ସୃଷ୍ଟି ହେଲାଣି। କାରଣ ଦେଶର ପଶ୍ଚିମ ଉପକୂଳରେ ହେଉଥିବା ବେଆଇନ ଅନୁପ୍ରବେଶ ଭଳି ଘଟଣା ଏପରି ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ଭାବନାକୁ ଦୃଢୀଭୂତ କରୁଛି।


COMMERCIAL BREAK
SCROLL TO CONTINUE READING

ସଦ୍ୟ ଦେଶର ପଶ୍ଚିମ ଉପକୂଳରେ ଅବସ୍ଥିତ ରାଜ୍ୟ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଜିଲ୍ଲାର ଘଞ୍ଚ ଜଙ୍ଗଲ ଏବଂ ପାହାଡି଼ଆ ଅଞ୍ଚଳରେ ସଦିଗ୍ଧ ଆତଙ୍କୀ ଗତିବିଧି ନେଇ କେନ୍ଦ୍ରୀୟ ଗୁଇନ୍ଦା ବିଭାଗକୁ ଖବର ମିଳିବା ପରେ ସେହି ଅଞ୍ଚଳର ରେର୍ଡ ଆଲର୍ଟ ଜାରି କରାଯାଇଛି। ଏହି ରାଜ୍ୟର ଦକ୍ଷିଣ କନ୍ନଡ, ଚିକମାଗାଲୁର ପ୍ରଭୃତି ଜିଲ୍ଲାର ବିଭିନ୍ନ ସ୍ଥାନରୁ କରାଯାଇଥିବା ବିଭିନ୍ନ ଫୋନ କଲ୍ କରାଯାଇଛି। ସେଠାରେ ଯାହା ନକ୍ସଲ ଓ ଆତଙ୍କବାଦୀ ଗତିବିଧି ସହ ଜଡି଼ତ ରହିଥିବାର ସନ୍ଦେହ କରାଯାଉଛି।


ଦେଶ ବିରୋଧି ଗତିବିଧିକୁ କାର୍ଯ୍ୟକାରୀ କରିବା ପାଇଁ ଏହି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଅବସ୍ଥିତ ଘଞ୍ଚ ଜଙ୍ଗଲ ଏବଂ ପାହାଡି଼ଆ ଅଞ୍ଚଳକୁ ଆତଙ୍କୀ ଗୋଷ୍ଠୀ ସେମାନଙ୍କ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରୁଛନ୍ତି। ଏହି ସ୍ଥାନରୁ ବିଦେଶକୁ ବିଭିନ୍ନ ଫୋନ କଲ କରାଯାଇଛି। ଏଭଳି ଚାଞ୍ଚଲ୍ୟକର ଖବର ମିଳିବା ପରେ ୨୨୫ କିମି ଦୂରତା ବିଶିଷ୍ଟ କର୍ଣ୍ଣାଟକ ଉପକୂଳ (Karnataka Coast) ଉପରେ ସତର୍କ ନଜର ରଖିଛି ଗୁଇନ୍ଦା ବିଭାଗ। 


Also Read: Security Threat: ବଢୁଛି Taliban ତାକତ, Afghan ପରେ India ପାଇଁ ବଢିଲା ବିପଦ


ଆତଙ୍କବାଦୀ ଆକ୍ରମଣ ଭଳି ଘଟଣାକୁ ଦୋହରାଇବା ପାଇଁ ଏଠାରୁ ବିଦେଶକୁ ଫୋନ କଲ କରାଯାଉଛି। କେବଳ ସେତିକି ନୁହେଁ ଆତଙ୍କବାଦୀ ସ୍ଲିପର ସେଲ୍ (Terrorist sleeper Cell) ମଧ୍ୟ ବିଦେଶ ତତ୍ତ୍ୱ ଦ୍ୱାରା ଏଠାରେ ସକ୍ରିୟ କରାଯାଉଛି। ନିକଟରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା ଚେତାବନୀରେ କୁହାଯାଇଥିଲା ମତ୍ସ୍ୟଜୀବୀ ବେଶରେ ୧୨ ଜଣ ସଦିଗ୍ଧ ଆଇଏସ ଆତଙ୍କବାଦୀ (Suspected IS terrorists) ଶ୍ରୀଲଙ୍କାରୁ (Sri Lanka) ଆସି କର୍ଣ୍ଣାଟକର ଉପକୂଳବର୍ତ୍ତୀ ଜିଲ୍ଲାରେ (Karnataka Coastal District) ପ୍ରବେଶ କରିଛନ୍ତି। ଏହାକୁ ନଜରରେ ରଖି ରାଜ୍ୟର ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି ହୋଇଛି।  


ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଥିଲା ପରସ୍ପର ସହ ଯୋଗାଯୋଗ କରିବା ପାଇଁ ସ୍ଲିପର ସେଲ୍ ଏବଂ ସଦିଗ୍ଧ ଆତଙ୍କବାଦୀ ପରସ୍ପରକୁ ଫୋନ କରିଥିଲେ। ଏହି ସଦିଗ୍ଧ ଆତଙ୍କବାଦୀ ଥୁରୟା ସାଟେଲାଇଟ ଫୋନ ବ୍ୟବହାର କରୁଛନ୍ତି। ଗତ ୨୦୧୨ ବର୍ଷରୁ ଦେଶରେ ଏହାର ବ୍ୟବହାରକୁ ନିଷେଧ କରିଛନ୍ତି ଭାରତ ସରକାର। ଗତ ମାସରେ କର୍ଣ୍ଣାଟକ, କେରଳ ପ୍ରଭୃତି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଗୁଇନ୍ଦା ବିଭାଗ। ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପର୍କ ରଖିବା ଏବଂ ଦେଶ ବିରୋଧି କାର୍ଯ୍ୟରେ ସାମିଲ ହେବା ଅଭିଯୋଗରେ ସେଠକାର ୨ ଜଣ ଲୋକଙ୍କୁ ହେପାଜତକୁ ନିଆଯାଇଥିଲା।   


Also Read: Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaeda


ମୋହମ୍ମଦ ଅହମଦ ସିଦ୍ଦୀବପ୍ପା ଉର୍ଫ ୟାସିନ ଭଟକଲ (Yasin Bhatkal) ଇଣ୍ଡିଆନ ମୁଜାହିଦୀନ (Indian Mujahideen) ନାମକ ଏକ ଆତଙ୍କବାଦୀ ସଙ୍ଗଠନର ସଂସ୍ଥାପକ ଥିଲା। ଯାହାକୁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ରଖିଥିଲା ଜାତୀୟ ତନନ୍ତକାରୀ ସଂସ୍ଥା (National Investigation Agency)। ସେ କର୍ଣ୍ଣାଟକର ଭଟକଲ (Bhatkal) ନାମକ ଏକ ଉପକୂଳବର୍ତ୍ତୀ ସହରର ବାସିନ୍ଦା ଥିଲା।


ଗତକାଲି ଗୁଜୁରାଟ ଉପକୂଳରୁ (Gujarat Border) ଏକ ପାକିସ୍ତାନୀ ଡଙ୍ଗା ସହ ୧୨ ସଦିଗ୍ଧଙ୍କୁ ଗିରଫ କରିଥିଲା ଭାରତୀୟ ତଟରକ୍ଷା ବାହିନୀ (Indian Coast Guard)। ଦେଶର ସୀମନ୍ତବର୍ତ୍ତୀ ଅଞ୍ଚଳର ହେଉଥିବା ବେଆଇନ ଅନୁପ୍ରବେଶ ଉପରେ ନଜର ରଖୁଥିବା ଭାରତୀୟ ତଟରକ୍ଷକ ଜାହାଜ ରଜରତନ (Indian Coast Guard Ship Rajratan) ସର୍ଭିଲାନ୍ସ ମିଶନ (Surveillance Mission) କରୁଥିବା ସମୟରେ ଅଲ୍ଲାହ ପୱାକଲ (Pakistani Boat Allah Pawawakal) ନାମକ ଏକ ପାକିସ୍ତାନୀ ଡଙ୍ଗାକୁ ଠାବ କରିଥିଲା। 


Also Read: Security Alert: ଅନୁପ୍ରବେଶ ଅପେକ୍ଷାରେ ପାକିସ୍ତାନ ଆତଙ୍କବାଦୀ


ହେଲେ ପାଗ ଖରାପ ସତ୍ତ୍ୱେ ଏହି ଡଙ୍ଗା ଭାରତୀୟ ତଟରକ୍ଷକ ବଳ ହାତରୁ ଖସି ପାରିନଥିଲା। ଗିରଫ ପରେ ସଦିଗ୍ଧଙ୍କୁ ଜେରା କରିବା ପାଇଁ ଦ୍ୱାରକା ନେଇ ଆସିଥିଲା ଭାରତୀୟ ତଟରକ୍ଷା ବାହିନୀ। ଗତ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ ଭଳି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ୬ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ (Delhi Police Special Cell)। ଏହି ଆତଙ୍କୀ ଟେରର୍ ମୋଡ୍ୟୁଲ (Terrorist Terror Module) ପଛରେ ପାକିସ୍ତାନୀ ଗୁଇନ୍ଦା ବିଭାଗ (Pakistani Intelligence Service) ଆଇଏସଆଇ (ISI) ହାତ ରହିଥିବା ସନ୍ଦେହ କରାଯାଉଛି।