ସମୀର ୱାଙ୍ଖଡ଼େ ପିନ୍ଧନ୍ତି ୧୦ କୋଟିର ଡ୍ରେସ୍, ପ୍ରାଇଭେଟ୍ ଆର୍ମି ଦ୍ୱାରା କରନ୍ତି ବଟି ଆଦାୟ, ଜାଣନ୍ତୁ ନବାବ ମଲିକଙ୍କ ୧୦ଟି ବଡ଼ ଅଭିଯୋଗ
Advertisement

ସମୀର ୱାଙ୍ଖଡ଼େ ପିନ୍ଧନ୍ତି ୧୦ କୋଟିର ଡ୍ରେସ୍, ପ୍ରାଇଭେଟ୍ ଆର୍ମି ଦ୍ୱାରା କରନ୍ତି ବଟି ଆଦାୟ, ଜାଣନ୍ତୁ ନବାବ ମଲିକଙ୍କ ୧୦ଟି ବଡ଼ ଅଭିଯୋଗ

"ସମୀର ୱାଙ୍ଖଡେ ୧୦ କୋଟି ମୂଲ୍ୟର ପୋଷାକ ପିନ୍ଧନ୍ତି । ସେ ୭୦ ହଜାର ମୂଲ୍ୟର ସାର୍ଟ ଓ ୫୦ ଲକ୍ଷ ମୂଲ୍ୟର ଘଣ୍ଟା ପିନ୍ଧନ୍ତି । ସେ ପ୍ରତିଦିନ ନୂଆ ପୋଷାକ ପିନ୍ଧନ୍ତି । ୱାଙ୍ଖଡେଙ୍କ ଜୋତାର ମୂଲ୍ୟ ୨.୫ ଲକ୍ଷ ଟଙ୍କା । ୱାଙ୍ଖଡ଼େଙ୍କ ପୋଷାକର ମୂଲ୍ୟ ପିଏମ ମୋଦିଙ୍କ ତୁଳନାରେ ମହଙ୍ଗା ।"

ସମୀର ୱାଙ୍ଖଡ଼େ ପିନ୍ଧନ୍ତି ୧୦ କୋଟିର ଡ୍ରେସ୍, ପ୍ରାଇଭେଟ୍ ଆର୍ମି ଦ୍ୱାରା କରନ୍ତି ବଟି ଆଦାୟ, ଜାଣନ୍ତୁ ନବାବ ମଲିକଙ୍କ ୧୦ଟି ବଡ଼ ଅଭିଯୋଗ

ନୂଆଦିଲ୍ଲୀ: Mumbai Drugs Case: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ (Nawab Malik) ପୁଣି ଥରେ ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡ଼େ (Sameer Wankhede) ଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ସେ ସମୀର ୱାଙ୍ଖଡେଙ୍କ ବିରୋଧରେ ପ୍ରାଇଭେଟ୍ ଆର୍ମି ମାଧ୍ୟମରେ ବଟି ଆଦାୟ କରୁଥିବାର ଅଭିଯୋଗ ଆଣିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଗିରଫଦାରୀକୁ ନେଇ ମଙ୍ଗଳବାର ନବାବ ମଲିକ ମଧ୍ୟ ବିଜେପି (BJP) କୁ ଟାର୍ଗେଟ କରିଛନ୍ତି । ନବାବ ମଲିକଙ୍କ ୧୦ଟି ବଡ ଅଭିଯୋଗ ଏଠାରେ ପଢ଼ନ୍ତୁ ।

୧. ନବାବ ମଲିକ କହିଛନ୍ତି ଯେ, "ସମୀର ୱାଙ୍ଖଡେ ୧୦ କୋଟି ମୂଲ୍ୟର ପୋଷାକ ପିନ୍ଧନ୍ତି । ସେ ୭୦ ହଜାର ମୂଲ୍ୟର ସାର୍ଟ ଓ ୫୦ ଲକ୍ଷ ମୂଲ୍ୟର ଘଣ୍ଟା ପିନ୍ଧନ୍ତି । ସେ ପ୍ରତିଦିନ ନୂଆ ପୋଷାକ ପିନ୍ଧନ୍ତି । ୱାଙ୍ଖଡେଙ୍କ ଜୋତାର ମୂଲ୍ୟ ୨.୫ ଲକ୍ଷ ଟଙ୍କା । ୱାଙ୍ଖଡ଼େଙ୍କ ପୋଷାକର ମୂଲ୍ୟ ପିଏମ ମୋଦିଙ୍କ ତୁଳନାରେ ମହଙ୍ଗା ।"

୨. "ସମୀର ୱାଙ୍ଖଡେଙ୍କ ପେଣ୍ଟର ମୂଲ୍ୟ ୧ ଲକ୍ଷ ଟଙ୍କା ମୂଲ୍ୟର ହୋଇଥାଏ । ମୁଁ ଏହି କଥା ପୁଣିଥରେ କହୁଛି ଯେ ସମୀର ୱାଙ୍ଖଡେ ବଟି ଆଦାୟ କରିଛନ୍ତି ଏବଂ ଏହାର ତଦନ୍ତ କରାଯିବା ଆବଶ୍ୟକ । ଡ୍ରଗ୍ସର ଖୋଲା ଖେଳ କୌଣସି ରାଜନୈତିକ ପୃଷ୍ଠପୋଷକତା ବିନା ଚାଲିପାରିବ ନାହିଁ ।"

୩. "ଯେଉଁମାନଙ୍କୁ ଡ୍ରଗ୍ସ କାରବାର ରୋକିବାର ଦାୟିତ୍ୱ ଦିଆଯାଇଥିଲା, ଯଦି ସେମାନେ ଏକ ପ୍ରାଇଭେଟ ଆର୍ମି ଗଠନ କରି ବଟି ଆଦାୟ କରିବାର କାର୍ଯ୍ୟ କରନ୍ତି, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ ।"

୪. "ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏଥିରେ ଫସା ଯାଇଛି । ଅନ୍ୟପଟେ ଅଭିଯୋଗ ଆଣିଥିବା ବ୍ୟକ୍ତି ଫେରାର ଅଛନ୍ତି । ଭାରତୀୟ ଜନତା ପାର୍ଟି (BJP) କୁ ଏହାର ଉତ୍ତର ଦେବାକୁ ପଡିବ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ନେତାଙ୍କୁ ଡରାଇବା ଓ କ୍ଷମତାର ଅପବ୍ୟବହାର କରିବା ।"

୫. ସେ ଆଗକୁ କହିଛନ୍ତି ଯେ "ଏହି ଘଟଣାରେ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କ'ଣ ପାଇଁ ପରମବୀର ସିଂଙ୍କୁ ପଳାୟନ କରିବାରେ ସହଯୋଗ କରାଯାଇଛି, କ'ଣ ପାଇଁ ମିଥ୍ୟା ଅଭିଯୋଗ ଅଣାଯାଇଛି । ବିଜେପିକୁ ମଧ୍ୟ ଉତ୍ତର ଦେବାକୁ ପଡ଼ିବ ।" ସେ କହିଛନ୍ତି ଯେ ନେପାଳ ଯିବା ପାଇଁ ୟୁପି, ବିହାର ଏବଂ ଉତ୍ତରାଖଣ୍ଡ ଦେଇ ରାସ୍ତା ରହିଛି, ଏହି ୩ଟି ରାଜ୍ୟରେ ବିଜେପିର ସରକାର ଅଛି ।

୬. "ଅଣ୍ଡରୱାର୍ଲ୍ଡ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୋ ଜ୍ବାଇଁଙ୍କ ଘରୁ କୌଣସି ଗଞ୍ଜା ମିଳିଲା ନାହିଁ, ତାଙ୍କର ପଞ୍ଚନାମା ମଧ୍ୟ ସେଠାରେ ଅଛି ।

୭. "ଚାର୍ଜସିଟକୁ ଦୁର୍ବଳ କରିବା ପାଇଁ ନବାବ ମଲିକ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଫଡନାଭିସ କହିଛନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ ।" 

୮. "ଯେତେବେଳେ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଫୋର୍ ସିଜନ୍ ହୋଟେଲରେ ପାର୍ଟି ହେଉଥିଲା । ୧୫-୧୫ ଲକ୍ଷ ଟଙ୍କାରେ ହୋଟେଲ ବୁକ୍ ହେଉଥିଲା । କିଏ ପାର୍ଟିରେ ଥିଲେ ଓ ଯଦି ଆମେ ଫୁଟେଜ୍ ଦେଖାଇବୁ, ତେବେ ଫଡନାଭିସ୍ ତାଙ୍କ ଚେହେରା ଦେଖାଇ ପାରିବେ ନାହିଁ ।"

୯. "ସମୀର ୱାଙ୍ଖଡେ ଦୁବାଇ ଓ ମାଲଦ୍ୱୀପରେ ବଟି ଆଦାୟ କରିଛନ୍ତି ।"

୧୦. "ଆମେ ଯେଉଁ ଅଭିଯୋଗ କରିଥିଲୁ ଯେ ଆର୍ୟନ ଖାନ ମାମଲାରେ ଟଙ୍କା କାରବାର ହୋଇଛି, ସେହି ପରିପ୍ରେକ୍ଷୀରେ ସାମ ଡି’ସୁଜା ଗତକାଲି କଥା ସାର୍ବଜନୀନ କରିଛନ୍ତି ।"

ଏହା ବି ପଢ଼ନ୍ତୁ:-ମନରେଗାର ବକେୟା ଅର୍ଥ ମାଗିଲେ ରାଜ୍ୟ ସରକାର, PM ମୋଦିଙ୍କୁ ଚିଠି ଲେଖିଲେ CM ନବୀନ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୪୩

ଏହା ବି ପଢ଼ନ୍ତୁ:-COP26: ଜଳବାୟୁ ପରିବର୍ତ୍ତନକୁ ନେଇ ପିଏମ ମୋଦିଙ୍କ ୮ଟି ବଡ଼ ଘୋଷଣା, ପଢ଼ନ୍ତୁ ସଂପୂର୍ଣ୍ଣ ରିପୋର୍ଟ

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ସେମିଫାଇନାଲରେ ପହଞ୍ଚିବାରେ ଏହା ହେଉଛି ଗଣିତ