ହାଜତ ଭିତରେ ତିନି ରାତି, ଜାମିନ ଯାଚିକା ଉପରେ କାଲି ନିଷ୍ପତ୍ତି
Advertisement

ହାଜତ ଭିତରେ ତିନି ରାତି, ଜାମିନ ଯାଚିକା ଉପରେ କାଲି ନିଷ୍ପତ୍ତି

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ଆବେଦନ ଉପରେ କୋର୍ଟ ଆସନ୍ତା କାଲି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଫଳରେ ରିୟାଙ୍କୁ ଆହୁରି ୨୪ ଘଣ୍ଟା ଜେଲ ହାଜତ ମଧ୍ୟରେ ବିତାଇବାକୁ ପଡ଼ିବ। ଗତ ମଙ୍ଗଳବାର ରିୟାଙ୍କୁ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ କରିଥିଲା। ତେବେ ତାଙ୍କର ଜାମିନ ପାଇଁ କୋର୍ଟରେ ଆବେଦନ କର

ହାଜତ ଭିତରେ ତିନି ରାତି, ଜାମିନ ଯାଚିକା ଉପରେ କାଲି ନିଷ୍ପତ୍ତି

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ଆବେଦନ ଉପରେ କୋର୍ଟ ଆସନ୍ତା କାଲି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଫଳରେ ରିୟାଙ୍କୁ ଆହୁରି ୨୪ ଘଣ୍ଟା ଜେଲ ହାଜତ ମଧ୍ୟରେ ବିତାଇବାକୁ ପଡ଼ିବ। ଗତ ମଙ୍ଗଳବାର ରିୟାଙ୍କୁ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ କରିଥିଲା। ତେବେ ତାଙ୍କର ଜାମିନ ପାଇଁ କୋର୍ଟରେ ଆବେଦନ କରାଯାଇଥିଲା। ତାହାର ଶୁଣାଣି କରି ଏହାର ନିଷ୍ପତ୍ତି ଆସନ୍ତା କାଲି ନେବେ ବୋଲି ଜଣାପଡ଼ିଛି। 

ସେହିପରି ରିୟାଙ୍କର ଭାଇ ସୌଭିକଙ୍କ ଜାମିନ ମାମଲାର ମଧ୍ୟ ଶୁଣାଣି କରି ଆସନ୍ତା କାଲି ନିଷ୍ପତ୍ତି ଶୁଣାଇବେ ବୋଲି ସୂଚନା ମିଳିଛି। ତେବେ ସୌଭିକଙ୍କୁ ମଧ୍ୟ ଏନସିବି ଡ୍ରଗ୍ସ କାରବାରରେ ଅଭିଯ଼ୋଗରେ ଗିରଫ କରିଛି। ସୌଭିକଙ୍କ ସହିତ ଅବ୍ଦୁଲ ବସିତ, ଜୈଦ ବିଲାନ୍ନା, ଦିପେଶ ସାଓ୍ୱନ୍ତ ଓ ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି। 

ସୂଚନା ଯୋଗ୍ୟ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସମୟରେ ରିୟାଙ୍କ ଡ୍ରଗ୍ସ କାରବାରରେ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ନାର୍କୋଟିକସ କଣ୍ଟ୍ରୋଲ ବ୍ୟୁରୋ ଯାଞ୍ଚ କରିଥିଲା। ଡ୍ରଗ୍ସ କାରବାରରେ ରିୟାଙ୍କର ସମ୍ପୃକ୍ତି ଥିବା ନେଇ ଜେରା ପାଇଁ ରିୟାଙ୍କୁ ଏନସିବି ସମନ ଜାରି କରିଥିଲା। ଲଗାତାର ୩ ଦିନ ଧରି ଜେରା କରିବା ପରେ ମଙ୍ଗଳବାର ଅପରାହ୍ଣରେ ଏନସିବି ଅଧିକାରୀ ତାଙ୍କୁ ଗିରଫ କରିଥିଲେ।