ୟୁପି ଛାଡ଼ିବାକୁ ଧମକ ଦେଇଥିବା ମୁନାୱାର ରାଣାଙ୍କ ହୃଦୟର ପରିବର୍ତ୍ତନ! ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସାରେ ଲେଖିଲେ ଶାୟରୀ
Advertisement

ୟୁପି ଛାଡ଼ିବାକୁ ଧମକ ଦେଇଥିବା ମୁନାୱାର ରାଣାଙ୍କ ହୃଦୟର ପରିବର୍ତ୍ତନ! ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସାରେ ଲେଖିଲେ ଶାୟରୀ

ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କ ଏକ ଫଟୋ ସେୟାର କରି ମୁନାଭୱାର ରାଣା (Poet Munavwar Rana) ଟ୍ୱିଟ୍ କରିଛନ୍ତି । ତାଙ୍କର ଏହି ଟ୍ୱିଟକୁ ନେଇ ଲୋକମାନେ ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି । 

ୟୁପି ଛାଡ଼ିବାକୁ ଧମକ ଦେଇଥିବା ମୁନାୱାର ରାଣାଙ୍କ ହୃଦୟର ପରିବର୍ତ୍ତନ! ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସାରେ ଲେଖିଲେ ଶାୟରୀ

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି (BJP), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ସମେତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ଙ୍କ ବିରୋଧରେ ପ୍ରାୟ ବିବାଦୀୟ ମନ୍ତବ୍ୟ ଦେଉଥିବା କବି ମୁନାୱାର ରାଣା (Munawwar Rana) ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏଥର ସେ ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ ବରଂ ସିଏମ ଯୋଗୀଙ୍କ ପ୍ରଶଂସା ପାଇଁ ଚର୍ଚ୍ଚାରେ ଅଛନ୍ତି । ତାହା କ'ଣ ମୁନାୱାର ରାଣାଙ୍କ ହୃଦୟ ପରିବର୍ତ୍ତନ ହୋଇଛି କି ବୋଲି ପ୍ରଶ୍ନ ଉଠୁଛି । ୟୁପି ବିଧାନସଭା ସମୟରେ ଯୋଗୀ ଯଦି ଜିତନ୍ତି ତେବେ ସେ ୟୁପି ଛାଡ଼ିବେ ବୋଲି ଧମକ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ଯୋଗୀଙ୍କୁ ପ୍ରଶଂସା କରି ଟ୍ୱିଟ୍ କରିଛନ୍ତି । ସେପଟେ ୟୁଜର୍ସ ତାଙ୍କର ଅତୀତରେ ୟୁପି ଛାଡ଼ିବାକୁ ନେଇ କରିଥିବା ଟ୍ୱିଟକୁ ନେଇ କଟାକ୍ଷ କରିଛନ୍ତି । 

ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କ ଏକ ଫଟୋ ସେୟାର କରି ମୁନାୱାର ରାଣା (Poet Munawwar Rana) ଟ୍ୱିଟ୍ କରିଛନ୍ତି । ଏହି ଫଟୋରେ ସିଏମ ଯୋଗୀ ତାଙ୍କ ଉତ୍ତରାଖଣ୍ଡ ଯାତ୍ରା ସମୟରେ ତାଙ୍କ ମା'ଙ୍କ ସହ ସାକ୍ଷାତ କରିଥିଲେ ଓ ତାଙ୍କ ମୁଣ୍ଡରେ ହାତ ରଖି ମା' ତାଙ୍କୁ ଆଶୀର୍ବାଦ ଦେଉଛନ୍ତି । ଏହି ଫଟୋ ଉପରେ ମୁନାୱାର ରାଣା ଶାୟରୀ ଲେଖିଛନ୍ତି ଯେ, 'ମୋର ଇଚ୍ଛା ଯେ ମୁଁ ପୁନର୍ବାର ଦୂତ ହୋଇଯିବି, ମା'ଙ୍କୁ ଏପରି ଭାବେ ଆଲିଙ୍ଗନ କରିବି କି ଛୋଟ ଶିଶୁ ହୋଇଯିବି ।' (ମେରା ଖ୍ୱାହିଶ୍ ହେ କି ମେଂ ଫିର୍ ସେ ଫରିଶ୍ତା ହୋ ଯାଉ, ମାଁ ସେ ଇସ୍ ତରହ୍ ଲିପଟ୍ ଯାଉ କି ବଚ୍ଚା ହୋ ଯାଉଁ) 

ଏହା ବି ପଢ଼ନ୍ତୁ:-କିଏ ସେ ବୁଲବୁଲ ସାହା, ଯିଏ ୨୮ ବର୍ଷ ବଡ଼ ପୂର୍ବତନ କ୍ରିକେଟର ଅରୁଣ ଲାଲଙ୍କୁ କଲେ ବିବାହ

ଏହା ବି ପଢ଼ନ୍ତୁ:-କ୍ଷମା ମାଗିଲେ ପୁଟିନ!

ଏହା ବି ପଢ଼ନ୍ତୁ:-'ଯଦି ମୁଁ ପ୍ରଧାନମନ୍ତ୍ରୀ ହେବି ତ ପ୍ରଥମେ ଅକ୍ଷୟ କୁମାରଙ୍କୁ ପଠାଇବି କାନାଡା'

ତାଙ୍କ (Munawwar Rana) ର ଏହି ଟ୍ୱିଟକୁ ନେଇ ଲୋକମାନେ ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି । ଜିତେନ୍ଦ୍ର ସିଂ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଭୟ ହନା ନିରାଶା, କିନ୍ତୁ ଯୋଗୀଜି ଉତ୍ତର ପ୍ରଦେଶରେ ଭଲ ଭଲ ଲୋକଙ୍କ ହୃଦୟ ପରିବର୍ତ୍ତନ କରୁଛନ୍ତି । ସେହିପରି ଲାଲା ନାମକ ଜଣେ ୟୁଜର ଟ୍ରେନରେ ବସିଥିବା ମୁନାଭୱାର ରାଣାଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ଟ୍ରେନ୍ ଧରିଲେ ନାହିଁ ।'