)
ଗୁରୁଗ୍ରାମ: ଆମିଷପ୍ରେମୀ ବ୍ୟକ୍ତିଙ୍କୁ ପାଇଁ ଦୁଃଖଦ ଖବର। କାରଣ ଏଥର ପ୍ରତ୍ୟେକ ମଙ୍ଗଳବାର ସହରର ସମସ୍ତ ଆମିଷ ଦୋକାନ ବନ୍ଦ ରହିବ। ତେବେ ଓଡିଶାବାସୀ ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ଗୁରୁଗ୍ରାମ ମୁନିସିପାଲ କର୍ପୋରେସନ ଏହି ନିଷ୍ପତ୍ତି ନେଇଛି। ତେବେ କେଉଁଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି, ତାହା ଜାଣିଲେ ଆପଣ ଚକିତ ହେଇଯିବେ।
ଗରୁବାର ଦିନ ଗୁରୁଗ୍ରାମ ମୁନିସିପାଲିଟି କର୍ପୋରେସନ (MCG) ର ବୈଠକ ବସିଥିଲା। ଏଥିରେ ସପ୍ତାହକୁ ଗୋଟିଏ ଦିନ ମାଂସ ଦୋକାନ (meat shops) ବନ୍ଦ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ରବିବାର ଅଧିକାଂଶ ଲୋକ ଆମିଷ ଖାଆନ୍ତି ଓ ଏହି ଦିନ ସବୁଠୁ ଅଧିକ ବେପାର ହୁଏ। ତେଣୁ ରବିବାର ବ୍ୟତୀତ ଅନ୍ୟ ଦିନରେ ସହରର ସମସ୍ତ ମାଂସ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
Also Read: ମଶା କାମୁଡି଼ବା ଠାରୁ ଦୂରେଇ ରଖିବ ଏହି ୫ଟି ଗଛ
ତେବେ ଏହି ପ୍ରସ୍ତାବରେ Municipal Corporation of Gurgaon କମିଶନର ବିନୟ ପ୍ରତାପ ସିଂହ କହିଛନ୍ତି ଯେ, ମାଂସ ଖାଇବା କି ନଖାଇବା ଏହା ନାଗରିକର ବ୍ୟକ୍ତିଗତ ମାମଲା। ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମାଂସ ଖାଆନ୍ତି। ଆଉ କିଛି ବାର ଅନୁସାରେ ବାରଣ କରନ୍ତି। ଏହା ହିନ୍ଦୁଙ୍କ କ୍ଷେତ୍ରରେ ଅଧିକ ହୁଏ। ତେଣୁ ଅନ୍ୟମାନଙ୍କୁ ଏଥିପାଇଁ ଚାପ ପକାଯାଇ ପାକିବ ନାହିଁ। ସେଥିପାଇଁ ସମସ୍ତେ ଏହା ଉପରେ ଭଲ ଭାବେ ବିଚାର କରନ୍ତୁ।
ଶେଷରେ ସମସ୍ତ ପାରିଷଦଙ୍କ ସହମତିରେ ରବିବାର ବେପାର ଜମୁଥିବାରୁ ସେହି ଦିନ ନୁହେଁ ବରଂ ମଙ୍ଗଳବାର ଦିନ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ହିନ୍ଦୁଙ୍କ ପାଇଁ ଏକ ପବିତ୍ର (Hindu sentiment) ବାର ହୋଇଥିବାରୁ ଏହି ଦିନ ଗୁରୁଗ୍ରାମ ସହରରେ କୌଣସି କଂସେଇଖାନା (unauthorised butchers) କିମ୍ବା ମାଂସ ଦୋକାନ ଖୋଲିବ ନାହିଁ ବୋଲି ୱାର୍ଡ ନଂ ୧୮ର ପାରିଷଦ ସୁବାସ ସିଙ୍ଘାଲା କହିଛନ୍ତି।
ସେପଟେ ଗୁରୁଗ୍ରାମରେ (Gurgaon) ମାଂସ ବିକ୍ରି ଉପରେ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ MCGରେ ଏକ ପ୍ରସ୍ତାବ ପାରିତ ହୋଇଛି। ମାଂସ ଦୋକାନ ଖୋଲିବା ଲାଇସେନ୍ସ ଫି ଦୁଇ ଗୁଣା ବୃଦ୍ଧି କରାଯାଇଛି। ପ୍ରଥମେ ଏହା ୫୦୦୦ ଥିବା ବେଳେ ଏବେ ୧୦୦୦୦ ଦେବାକୁ ପଡିବ। ସେହିପରି ବେଆଇନ ବା ବିନାଅନୁମତିରେ ଚାଲୁଥିବା କଂସେଇଖାନା ଉପରେ ୧୦ ଗୁଣା ଫାଇନ ଲାଗିବ। ସେମାନେ ଧରାପଡିଲେ ୫୦୦ ପରିବର୍ତ୍ତେ ଏଣିକି ୫୦୦୦ ଟଙ୍କା ଦେବେ।